ଭକ୍ତିସଙ୍ଗୀତରେ ଭିଜିଲା ସିଂହଦ୍ୱାର

ପୁରୀ ଅଫିସ,୩୦ା୧୧:ପବିତ୍ର ବୈକୁଣ୍ଠ ଚତୁର୍ଦ୍ଦଶୀ ଅବସରରେ ରବିବାର ଶ୍ରୀମନ୍ଦିର ସିଂହଦ୍ୱାର ଅଞ୍ଚଳ ଭକ୍ତି ସଙ୍ଗୀତରେ ଭିଜିଥିଲା। ପ୍ରବୀଣ ଓ ନବୀନ କଣ୍ଠଶିଳ୍ପୀଙ୍କ ଭାବଭକ୍ତିର ସଙ୍ଗୀତରେ ବିଭୋର ହୋଇଥିଲେ ଶ୍ରୋତା। ଏକ ଭକ୍ତିମୟ ପରିବେଶରେ ସମସ୍ତେ ମହାପ୍ରଭୁଙ୍କ ପାଖରେ ସମର୍ପିତ ହୋଇଯାଇଥିଲେ। ଏମିତି ଏକ ଅବସର ଆଣିଦେଇଥିଲା ସାଂସ୍କୃତିକ ସଙ୍ଗଠନ ଶ୍ରୀକ୍ଷେତ୍ର କଳା ପ୍ରକାଶିକା। ଅନୁଷ୍ଠାନ ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ୫୧ତମ ବୈକୁଣ୍ଠ ଚତୁର୍ଦ୍ଦଶୀ ଭଜନ ସମାରୋହ ଆୟୋଜିତ ହୋଇଯାଇଛି। କରୋନା କଟକଣା ଯୋଗୁ ଚଳିତବର୍ଷ କୌଣସି ରାଜ୍ୟ ବାହାର କଳାକାରଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। କଣ୍ଠଶିଳ୍ପୀ ମହାପ୍ରସାଦ କର, ନାଜିଆ ଆଲାମ୍‌, ଇଣ୍ଡିଆନ ଆଇଡଲ ଜୁନିୟର ବିଜେତା ଅନନ୍ୟା ଶ୍ରୀତମ ନନ୍ଦ, ରଶ୍ମିତା ଦାଶ, ବିଜୟ କୁମାର ମହାପାତ୍ର, କାର୍ତ୍ତିକ କୁମାର ସାହୁ, ଅର୍ପିତା ଚୌଧୁରୀ, ରଚିତା ସାହୁ ପ୍ରମୁଖ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ବିଜୟ ମହାପାତ୍ରଙ୍କ କଣ୍ଠରେ ଶ୍ରୀମନ୍ଦିର ତୁମ ଭକତଙ୍କ ପାଇଁ କେବେ ଆଉ ପ୍ରଭୁ ଖୋଲିବ…., ରଚିତା ସାହୁଙ୍କ କେଉଁ ନାମ ଧରି ଡାକିବି ତୁମକୁ…, ଅର୍ପିତା ଚୌଧୁରୀଙ୍କ ଏକ ରାଧା, ଏକ ମୀରା…, କାର୍ତ୍ତିକ କୁମାର ଲୁଚି ଲୁଚି ବେଢା ଭିତରେ ଚନ୍ଦନ ଚାପ ଖେଳିଲ…, ରଶ୍ମିତା ଦାସ ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ…, ଅନନ୍ୟା ଶ୍ରୀତମଙ୍କ କଣ୍ଠରେ ଆସ ଆସ ଜଗନ୍ନାଥ ଓ ଶ୍ୟାମ ତେରି ବଂଶୀ… ସଙ୍ଗୀତ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଉପଜିଲାପାଳ ଭବତାରଣ ସାହୁ ଏହାକୁ ଉଦ୍‌ଘାଟନ କରିଥିବାବେଳେ ଅନୁଷ୍ଠାନର ସାଧାରଣ ସମ୍ପାଦକ ସୋମନାଥ ଗୁରୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହାକୁ କୈଳାସ ଚନ୍ଦ୍ର ଟିକାୟତରାୟ, ଜମ୍ବେଶ୍ୱର ପୂଜାପଣ୍ଡା, ଗୋବିନ୍ଦ ମହାନ୍ତି, ପ୍ରସନ୍ନ ମିଶ୍ର, ରାମଚନ୍ଦ୍ର ଦାସମହାପାତ୍ର, ରଘୁନାଥ ପ୍ରତିହାରୀ, ଶ୍ୟାମପ୍ରକାଶ ସେନାପତି, ମହାଦୀପ କର, ହରିହର ଗୁରୁ ପ୍ରମୁଖ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

ଥୁଆମୂଳ ରାମପୁରରେ ରଜ ଉତ୍ସବ, ଦୋଳି ଖେଳିଲେ ଲାଞ୍ଜିଗଡ଼ ବିଧାୟକ; ଦଳୀୟ ଆଭିମୁଖ୍ୟ ଭୁଲି…

ଥୁଆମୂଳ ରାମପୁର, ୧୬।୬(ଦୁର୍ଗା କୀର୍ତ୍ତି): ଓଡ଼ିଶାର ଗଣପର୍ବ ‘ରଜ’ ଏବେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି। କଳାହାଣ୍ଡି ଜିଲା ଥୁଆମୂଳ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରମ୍ଭାକୁ ହରାଇ ଛତ୍ରପୁର ଚମ୍ପିୟାନ

ଛତ୍ରପୁର, ୧୬।୬(ବିଦ୍ୟାଧର ସାହୁ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ରଜ ପର୍ବ ଉପଲକ୍ଷେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଏକ ୬-ଓଭର…

ରକ୍ତଦାନରେ ଉଲ୍ଲେଖନୀୟ ଅବଦାନ: ଜାତୀୟ ସ୍ତରରେ ସମ୍ମାନିତ ହେଲା ବରଗଡ଼ର ‘ନିଷ୍ଠା ପରିବାର’

ବରଗଡ଼, ୧୬ ଜୁନ୍ (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନିଷ୍ଠା ପରିବାର’ ପାଇଁ ଏକ ଗର୍ବର ବିଷୟ । ମଙ୍ଗଳବାର ଦିନ ଗୁଜରାଟର ଅହମଦାବାଦଠାରେ…

ଜୁନ୍ ୧୯ରୁ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ପ୍ରସିଦ୍ଧ ଯାତ୍ରା: ଖଣି ଖନନ ବିରୋଧରେ ବଜ୍ର ଶପଥ ନେବେ ହଜାର ହଜାର…

ଥୁଆମୂଳ ରାମପୁର,  ୧୬।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ କର୍ଲାପାଟ ଅଭୟାରଣ୍ୟ ପାର୍ଶ୍ୱ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ଆସନ୍ତା ଜୁନ୍ ୧୯…

ମହେନ୍ଦ୍ରତନୟାରେ ବୁଡ଼ି ଚାଲିଗଲା ଜୀବନ, ଶବାଗାରର ଅଚଳ ଆଇସ୍ ବକ୍ସକୁ ନେଇ ପ୍ରବଳ ଅସନ୍ତୋଷ

ପାରଳାଖେମୁଣ୍ଡି,  ୧୬।୬(ଗିରିଧାରୀ ପରିଛା): ଗଜପତି ଜିଲା କେରାଣ୍ଡି ଗ୍ରାମର ମହେନ୍ଦ୍ରତନୟା ନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କେରାଣ୍ଡି ଗ୍ରାମର ସୁବାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri