କମୁଛି ଶିମିଳିପାଳ ନିଆଁ

ବାରିପଦା ଅଫିସ,୧୨ା୩- ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଧିରେଧିରେ ନିୟନ୍ତ୍ରଣକୁ ଆସୁଛି। ଦୀର୍ଘଦିନ ଧରି ଲାଗିରହିଥିବା ନିଆଁ ଏବେ ପ୍ରଶମିତ ହେବାରେ ଲାଗିଛି ା ଗୁରୁବାର ଅପରାହ୍ନରେ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର କେତେକ ସ୍ଥାନରେ ଝିପିଝିପି ବର୍ଷା ହୋଇଥିବା ବେଳେ ଦିନତମାମ ଆକାଶ ମେଘାଚ୍ଛନ୍ନ ରହିଥିଲା। ଜଙ୍ଗଲ ନିଆଁକୁ ସମ୍ପୂର୍ଣ୍ଣ ରୋକିବାକୁ ହେଲେ ଦୁଇତିନି ଦିନ ଧରି ବର୍ଷାର ଆବଶ୍ୟକତା ରହିଛି। ତେବେ ବିଭାଗୀୟ କର୍ମଚାରୀ ଓ ଜିଲାବାସୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ନିଆଁକୁ ରୋକାଯାଇ ପାରିଛି।
ଶିମିଳିପାଳ ଅଭୟାରଣ୍ୟରେ ଥିବା ୨୧ଟି ରେଞ୍ଜ ମଧ୍ୟରୁ ବାର୍‌ହାକାମୁଡ଼ା, ଭଞ୍ଜବସା ଓ ପୋଡ଼ାଡ଼ିହା ରେଞ୍ଜ ଅଞ୍ଚଳର କେତେକ ସ୍ଥାନରେ ନିଆଁ ଜଳୁଛି। ଗୁରୁବାର ଅପରାହ୍ନରେ ଉକ୍ତ ଅଞ୍ଚଳରେ ଝିପିଝିପି ବର୍ଷା ହୋଇଥିବା ବେଳେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ା ସେହିପରି ବାରିପଦା ବନଖଣ୍ଡ ଅଧୀନ ଉଦଳା ରେଞ୍ଜର ଅନନ୍ତପୁର, ପଣସଗଡ଼ି, ଡୁବିଗଡ଼ା ଓ ଖଣ୍ଡାଗିରି ଜଙ୍ଗଲରେ ନିଆଁ ଲିଭୁନି। ଖବରପାଇ ବନକର୍ମଚାରୀ ଓ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି ା ମୟୂରଭଞ୍ଜ ବିଜେଡିର କର୍ମକର୍ତ୍ତା ଓ ରାଜ୍ୟସଭା ସଦସ୍ୟା ମମତା ମହାନ୍ତ ନିଆଁ ଲିଭା କାର୍ଯ୍ୟରେ ସାମିଲ ହୋଇଛନ୍ତି। ଜିଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ଓ ମୋରଡ଼ା ବିଧାୟକ ରାଜକିଶୋର ଦାସ ପ୍ରମୁଖ ଯଶିପୁର ଦେଇ ଶିମିଳିପାଳ ମଧ୍ୟରେ ଥିବା ବନବାସୀଙ୍କୁ ସଚେତନ କରିଛନ୍ତି ା ସେହିପରି ଶିମିଳିପାଳର ଉତ୍ତର ଓ ଦକ୍ଷିଣରେ ଥିବା ଜଙ୍ଗଲରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଗ୍ନିଶମ କର୍ମଚାରୀଙ୍କ ନିକଟରେ ନିଆଁ ସମ୍ପର୍କିତ କୌଣସି ସୂଚନା ନ ଥିବା ରାଇରଙ୍ଗପୁରର ସହକାରୀ ଅଗ୍ନିଶମ ଅଧିକାରୀ କୃଷ୍ଣଚନ୍ଦ୍ର ସାମଲ ପ୍ରକାଶ କରିଛନ୍ତି। ତେବେ ଶିମିଳିପାଳ ଅଭୟାରଣ୍ୟର କେତେ ଅଞ୍ଚଳ ନିଆଁରେ ଭସ୍ମୀଭୂତ ହୋଇଛି, କେତେ ଜୀବଜନ୍ତୁ ପ୍ରାଣ ହରାଇଛନ୍ତି ଓ କର୍ମଚାରୀଙ୍କ ଦ୍ୱାରା ଜଙ୍ଗଲର କେତେ ଅଞ୍ଚଳକୁ ନିଆଁରୁ ରକ୍ଷା କରାଯାଇଛି ସେ ନେଇ ସବିଶେଷ ତଥ୍ୟ ଲୋକଲୋଚନକୁ ଆଣିବା ପାଇଁ ପରିବେଶବିତ ତଥା ପୂର୍ବତନ ଅବୈତନିକ ବନ୍ୟ ସରଂକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ଦାବି କରିଛନ୍ତି। ପୂର୍ବାପେକ୍ଷା ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ପରିସ୍ଥିତି ସୁଧାରିବାରେ ଲାଗିଛି। ଜିଲା ପ୍ରଶାସନ, ଜଙ୍ଗଲ କମିଟି, ବନ ସୁରକ୍ଷା ସମିତି, ଏସ୍‌ଏଚ୍‌ଜି ଗ୍ରୁପର ମହିଳା, ଇକୋ କ୍ଲବ ଆଦି ବିଭିନ୍ନ ସଙ୍ଗଠନ ପକ୍ଷରୁ ଜଙ୍ଗଲ ସନ୍ନିକଟ ଜନସାଧାରଣଙ୍କୁ ସଚେତନ କରାଯାଉଛି। ସବୁଜ ସୁନ୍ଦର ଶିମିଳିପାଳର ପୂର୍ବ ଗୌରବକୁ ଫେରାଇ ଆଣିବା ଓ ଏହାର ସୁରକ୍ଷା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ ଭଞ୍ଜ ସେନାର ଜିଲା ସଭାପତି ପିଣ୍ଟୁ ମାଇତି ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri