ନିଃଶବ୍ଦ ବ୍ୟାଧି ଫ୍ୟାଟି ଲିଭର

ଅନିୟମିତ ଦିନଚର୍ଯ୍ୟା, ଖାଦ୍ୟାଭାସର ବେନିୟମ ଏବଂ ଶରୀର ଚର୍ଚ୍ଚାରେ ଅଭାବ ଯୋଗୁ ଜାତ ହୁଏ ବେଶ୍‌ କିଛି ଅସୁସ୍ଥତା। ଏହିସବୁ ଅସୁସ୍ଥତା ମଧ୍ୟରେ ‘ଫ୍ୟାଟି ଲିଭର’ ବା ଚର୍ବିଳ ଯକୃତ୍‌ ଅସୁସ୍ଥତାଟି ଅନ୍ୟତମ। ସବୁଠାରୁ ଉଦ୍‌ବେଗର ବିଷୟ ହେଲା ଯେ ଏହି ବ୍ୟାଧିଟିର ଲକ୍ଷଣମାନ ସହଜରେ ଜଣାପଡେନି। ବେଳହୁଁ ସତର୍କ ନ ରହିଲେ ଫ୍ୟାଟି ଲିଭର ଯୋଗୁ ଶରୀରରେ ବସା ବାନ୍ଧେ ଲିଭର ସିରୋସିସ। ଲିଭର ସିରୋସିସର ଆରୋଗ୍ୟ ନାହିଁ।
ଫ୍ୟାଟି ଲିଭର ମୁଖ୍ୟତଃ ଦୁଇ ପ୍ରକାର-ଆଲକହଲିକ୍‌ ଏବଂ ନନ୍‌-ଆଲକହଲିକ୍‌। ଅନିୟନ୍ତ୍ରିତ ମଦ୍ୟପାନ ଯୋଗୁ ଲିଭରରେ ଫ୍ୟାଟ୍‌ ଜମିଲେ ତାହା ଜାତ କରେ ଆଲକହଲିକ ଫ୍ୟାଟି ଲିଭର। ତେବେ ଜୀବନଚର୍ଯ୍ୟା ଓ ଖାଦ୍ୟାଭାସରେ ବେନିୟମ ଫଳରେ ପ୍ରକାଶ ପାଏ ନନ୍‌-ଆଲ୍‌କହଲିକ ଫ୍ୟାଟି ଲିଭର। ଏହି ନନ୍‌-ଆଲ୍‌କହଲିକ ଫ୍ୟାଟି ଲିଭର ବେଶି ଉଦବେଗର ବିଷୟ। ବେଳେବେଳେ ନନ୍‌-ଆଲ୍‌କହଲିକ ଫ୍ୟାଟି ଲିଭର ହୋଇପଡେ ବଂଶଗତ। ପୃଥିବୀ ଜନସଂଖ୍ୟାର ଏକ ଚତୁର୍ଥାଂଶ ନନ୍‌-ଆଲକହଲିକ ଫ୍ୟାଟି ଲିଭରର ଶିକାର।
ଅସୁସ୍ଥତା ଧରାପଡ଼ିଲେ ବିଶେଷଜ୍ଞ ଔଷଧ ଲେଖିଦିଅନ୍ତି ଏବଂ ସତର୍କ କରିଦିଅନ୍ତି ଯେ ଏଥିପାଇଁ ଖାଦ୍ୟାଭାସରେ ପରିବର୍ତ୍ତନ ଲୋଡ଼ା। ହେଲେ ରୋଗୀ ଖାଦ୍ୟ ପ୍ରତି କି କି ସତର୍କତା ଅବଲମ୍ବନ କରିବ? କ’ଣ ଖାଇବ? କି କି ଖାଦ୍ୟ ବାଦ୍‌ ଦେବ? ଅସୁସ୍ଥତା ନିବାରଣ ପାଇଁ ନିୟମିତ ବ୍ୟାୟାମ ତଥା ଶାରୀରିକ ପରିଶ୍ରମ ଯେପରି ପ୍ରୟୋଜନ, ଖାଦ୍ୟରେ ପରିବର୍ତ୍ତନ ମଧ୍ୟ ଭୀଷଣ ଜରୁରୀ। ତେବେ ଏହାର ଅର୍ଥ ଏଇଆ ନୁହେଁ ଯେ ଯେଉଁମାନେ ମୋଟା, ସେମାନେ ପତଳା ହୋଇଗଲେ ହିଁ ଫ୍ୟାଟି ଲିଭର ଠିକ୍‌ ହୋଇଯିବ। ଓଜନ କମେଇବାର ଖାଦ୍ୟ ଏବଂ ଫ୍ୟାଟି ଲିଭରକୁ ଆରୋଗ୍ୟ କରିବାର ଖାଦ୍ୟ ସମ୍ପୂର୍ଣ୍ଣ ଅଲଗା। ଏହାର କାରଣ ହେଲା, ଦ୍ୱିତୀୟଟି କ୍ଷେତ୍ରରେ ଯକୃତ୍‌ରେ ଚର୍ବି କମେଇବା ସଙ୍ଗେ ସଙ୍ଗେ ଯକୃତର ଉତସେଚକ ବା ଏନଜାଇମଗୁଡିକର କ୍ଷରଣକୁ ସ୍ବାଭାବିକ କରାଯାଇଥାଏ। ସୁତରାଂ, ଫ୍ୟାଟି ଲିଭରରେ ଆକ୍ରାନ୍ତ ହେଲେ ଖାଦ୍ୟାଭ୍ୟାସର ବ୍ୟାପାରରେ ଯଥାର୍ଥ ସାବଧାନତା ଜରୁରୀ।
ଫ୍ୟାଟି ଲିଭର କ’ଣ : ଯକୃତ୍‌ ବା ଲିଭର ହେଉଛି ଶରୀରର ଦ୍ୱିତୀୟ ବୃହତ ଅଙ୍ଗ। ସୁସ୍ଥ ଲିଭରରେ କିଛି ଫ୍ୟାଟ୍‌ ବା ଚର୍ବି ଥାଏ। କିନ୍ତୁ ସେହି ଫ୍ୟାଟ୍‌ର ମାତ୍ରା ଅତିରିକ୍ତ ହୋଇଗଲେ ତାହାକୁ ଡାକ୍ତରୀ ଭାଷାରେ ଫ୍ୟାଟି ଲିଭର ବା ଚର୍ବିଳ ଯକୃତ ବୋଲି କହନ୍ତି। ଲିଭରରେ ଫ୍ୟାଟ୍‌ ଜମିବାର ମାତ୍ରା ଲିଭରର ମୋଟ ଓଜନର ୫ରୁ ୧୦ ଶତାଂଶ ହୋଇଗଲେ ହିଁ ଜାତ ହୁଏ ଜଟିଳତା। ଏପରି ପରିସ୍ଥିତି ଉପୁଜିଲେ ଲିଭରର ଆକାର ବଢ଼ିଯାଏ। ନଷ୍ଟ ହୋଇଯାଇପାରେ ଲିଭର କୋଷଗୁଡିକ। ଲିଭର ନିଜର ଏହି କ୍ଷତି ପୂରଣ କରିବା ପାଇଁ ଚେଷ୍ଟା କରିବା ଫଳରେ ତିଆରି ହୋଇପଡେ ସ୍କାର୍‌ ଟିସୁ। ଏହି ସ୍କାର ଟିସୁ ଜାତ ହେବା ସମସ୍ୟାକୁ କୁହାଯାଏ ଫାଇବ୍ରୋସିସ ବା ତନ୍ତୁମୟତା। ଏହାର ପରିମାଣରେ ସୃଷ୍ଟି ହୁଏ ଲିଭର ସିରୋସିସ ହେବାର ଆଶଙ୍କା ଏବଂ ଶେଷରେ ଲିଭର ଫେଲ୍ୟୁଓର ହୋଇ ଲିଭର କାର୍ଯ୍ୟ କରିବା ନିମିତ୍ତ ସମ୍ପୂର୍ଣ୍ଣ ଅକ୍ଷମ ହୋଇଯାଇପାରେ। ଜାଣିରଖନ୍ତୁ ଯେ ଯକୃତକୁ କୁହାଯାଏ ଶରୀରର ରୋଷେଇଘର। ଖାଦ୍ୟ ହଜମ, ଶକ୍ତି ସଂରକ୍ଷଣ ଓ ବିଷାକ୍ତ ଉତ୍ପାଦନର ନିଷ୍କାସନ ହେଉଛି ଲିଭରର କାର୍ଯ୍ୟ।
କେଉଁମାନଙ୍କଠାରେ ଫ୍ୟାଟି ଲିଭର ହେବାର ଆଶଙ୍କା ବେଶି
-ଅଧିକ ପରିମାଣର ଚର୍ବି ଓ ତେଲଜାତୀୟ ଖାଦ୍ୟ ନିୟମିତ ଖାଉଥିବା ବ୍ୟକ୍ତି।
-ଟାଇପ-୨ ଡାଇବେଟିସ ରୋଗୀ।
-ପୃଥୁଳକାୟ ଲୋକ।
-ଯେଉଁମାନଙ୍କର ରକ୍ତରେ କୋଲେଷ୍ଟରଲ ଓ ଟ୍ରାଇଗ୍ଲିସେରାଇଡ୍‌ର ମାତ୍ରା ଅଧିକ।
-ଉଚ୍ଚ ରକ୍ତଚାପ ରୋଗୀ।
-କର୍ଟିକୋଷ୍ଟିରଏଡ୍‌ ଔଷଧ ଓ କ୍ୟାନ୍‌ସର ଚିକିତ୍ସାରେ ବ୍ୟବହୃତ ଔଷଧ ସେବନ କରୁଥିବା ରୋଗୀ।
-ହେପାଟାଇଟିସ-ସି ଥିଲେ ଫ୍ୟାଟି ଲିଭର ଜାତ ହୋଇପାରେ।
ଲକ୍ଷଣ : ଫ୍ୟାଟି ଲିଭର ଏକ ଗୁରୁତର ବ୍ୟାଧି। ପ୍ରଥମ ଅବସ୍ଥାରେ ଏହା କୌଣସି ଲକ୍ଷଣ ପ୍ରକାଶ କରୁ ନ ଥିବାରୁ ଏହାକୁ ଗୋଟିଏ ନିଃଶବ୍ଦ ବ୍ୟାଧି ବୋଲି କହନ୍ତି। ତେବେ ସାଧାରଣ ଭାବରେ ପ୍ରକାଶ ପାଇପାରେ କ୍ଳାନ୍ତି, ଓଜନ ହ୍ରାସ, ପେଟରେ ଅସ୍ବସ୍ତି, ପେଟ ଫମ୍ପା ଇତ୍ୟାଦି ଲକ୍ଷଣ। କିନ୍ତୁ ଅସୁସ୍ଥତା ବୃଦ୍ଧି ପାଇଲେ ଜାତ ହୁଏ ସିରୋସିସ ଏବଂ ବଢ଼ିଯାଏ ଉଚ୍ଚ ରକ୍ତଚାପ, ଡାଇବେଟିସ ଓ କିଡ୍‌ନୀଜନିତ ରୋଗର ଆଶଙ୍କା।
ପରୀକ୍ଷା : ଏହି ରୋଗର ନିର୍ଣ୍ଣୟ ପାଇଁ ଲିଭର ଫଙ୍କ୍‌ସନ ଟେଷ୍ଟ (ଏଲ୍‌ଏଫ୍‌ଟି), ରକ୍ତ ପରୀକ୍ଷା, ସିଟି ସ୍କାନ୍‌, ଏମ୍‌ଆର୍‌ଆଇ ସ୍କାନ୍‌, ଅଲଟ୍ରାସାଉଣ୍ଡ ପରୀକ୍ଷା ଏବଂ ଫାଇବ୍ରୋସ୍କାନ କରାଯାଇଥାଏ।
ଚିକିତ୍ସା : ଫ୍ୟାଟି ଲିଭରର ଚିକିତ୍ସା ପାଇଁ କୌଣସି ସନ୍ତୋଷଜନକ ଔଷଧ ନାହିଁ। ତେଣୁ ଆବଶ୍ୟକ ଖାଦ୍ୟ ନିୟନ୍ତ୍ରଣ ଏବଂ ଜୀବନଶୈଳୀରେ ପରିବର୍ତ୍ତନ।
କ’ଣ ଖାଇବା ମନା : ପ୍ରତ୍ୟେକ ବ୍ୟକ୍ତିର ଜୀବନ ଯାତ୍ରାର ଧାରଣ ଅନୁସାରେ ସେମାନଙ୍କର ଖାଦ୍ୟ ଭିନ୍ନ। ତେବେ ପ୍ରତ୍ୟେକଙ୍କ କ୍ଷେତ୍ରରେ ଖାଦ୍ୟରେ ନିଷେଧାଜ୍ଞାଗୁଡିକ ପ୍ରାୟତଃ ସମାନ। ମଦ୍ୟପାନ ସମ୍ପୂର୍ଣ୍ଣ ନିଷିଦ୍ଧ। ଏହି ଅଭ୍ୟାସଟିକୁ ସମ୍ପୂର୍ଣ୍ଣ ତ୍ୟାଗ କରିବାକୁ ପଡ଼ିବ। କାରଣ ମଦ୍ୟପାନ ସଙ୍ଗେସଙ୍ଗେ ଲିଭରରେ ଚର୍ବି ଜମିବାର ପ୍ରତ୍ୟକ୍ଷ ସମ୍ପର୍କ ରହିଛି। ଚିନି ନ ଖାଇବା ସମ୍ପୂର୍ଣ୍ଣ ଜରୁରୀ। ଫ୍ୟାଟି ଲିଭରର ସବୁଠାରୁ ବଡ ଶତ୍ରୁ ହେଉଛି ଚିନି ବା ଶର୍କରା। ବିସ୍କୁଟ, ବ୍ୟାଣ୍ଡି ସୋଡା ପାନୀୟ, ମୃଦୁ ପାନୀୟ, ପ୍ୟାକେଟଜାତ ଫଳରସ ଏବଂ ମିଷ୍ଟାନକୁ ସମ୍ପୂର୍ଣ୍ଣ ଏଡାଇବାକୁ ପଡ଼ିବ। ଅତିରିକ୍ତ ଲୁଣ ଖାଇବା ମଧ୍ୟ ଅନୁଚିତ। କାରଣ ଗବେଷଣାରୁ ଜଣାପଡିଛି ଯେ, ବ୍ୟଞ୍ଜନରେ ପଡ଼ିଥିବା ଲୁଣ ବ୍ୟତୀତ ଥାଳି କଡରେ ଅତିରିକ୍ତ ଲୁଣ ଖାଇବା ଆଦୌ ନିରାପଦ ନୁହେଁ। ଲୁଣି ବିସ୍କୁଟ, କ୍ୟାନ୍‌ଡ ଫୁଡ୍‌, ଫାଷ୍ଟ ଫୁଡ୍‌ ଇତ୍ୟାଦି ଲୁଣିଆ ଖାଦ୍ୟ ବର୍ଜନୀୟ। ଉଚ୍ଚ ତାପମାତ୍ରାରେ ଓ ଅତିରିକ୍ତ ତେଲ ବ୍ୟବହାର କରି ଭଜାଭଜି ଓ ଛଣାଛଣି ଖାଦ୍ୟ ମଧ୍ୟ ବର୍ଜନୀୟ। ମଇଦା ଏବଂ ବନସ୍ପତିରୁ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ। ରେଡ୍‌ ମିଟ୍‌ ଫ୍ୟାଟି ଲିଭରରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ପୂରାପୂରି ନିଷେଧ। ତେବେ ରୋଗୀ ଖାଇପାରିବ ଦେଶୀ କୁକୁଡା ମାଂସ। (କ୍ରମଶଃ…)

ଡା. ନିତ୍ୟାନନ୍ଦ ସ୍ବାଇଁ
-ଅଭୀପ୍‌ସା, ସେକ୍ଟର-୬,
ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ, କଟକ-୧୪
ମୋ: ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, “ପଶ୍ଚିମ ଏସିଆରେ…

ନନ୍ଦପୁର ବଜାରରେ ସିଓଟିପିଏ ଏନଫୋର୍ସମେଣ୍ଟ ଟିମ୍‌ :ଗୁଟଖା,ଫୁଡ ଲାଇସେନ୍ସ ଯାଞ୍ଚ

ନନ୍ଦପୁର,୨୩।୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ସୋମବାର ସିଓଟିପିଏ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ନନ୍ଦପୁର ବଜାରର ଏକାଧିକ ଦୋକାନରେ ଗୁଟଖା ବିକ୍ରି, ଫୁଡ ଲାଇସେନ୍ସ,…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri