ଚିହ୍ନ ବଦଳିଲା, ହେଲେ ଗାଡ଼ି ନମ୍ବର ବଦଳିଲା ନାହିଁ

ଧର୍ମଶାଳା,୫ା୬(ଶିବ ପ୍ରସାଦ ମହାନ୍ତି): ରାଜନୀତିରେ ରାଜନେତାମାନେ ନିଜର ଦବଦବା ଦେଖାଇ ଥାଆନ୍ତି। ରାଜ ଉଆସ ପରି ଘର ସାଙ୍ଗକୁ ନାମୀଦାମୀ ଅନେକ ଗାଡ଼ି ମଧ୍ୟ ବ୍ୟବହାର କରିଥାନ୍ତି ସବୁଠୁ ବଡ଼ କଥା ନେତାମାନେ ଚଏସ୍‌ ନମ୍ବର ସହ ସବୁ ଗାଡ଼ିର ନମ୍ବରଗୁଡ଼ିକ ଏକ ପ୍ରକାର ପରି ବ୍ୟବହାର କରିଥାନ୍ତି । ସେହିପରି ନେତାଙ୍କ ପାଖରେ ଥିବା କୁଜିନେତା ବା କର୍ମୀମାନେ ମଧ୍ୟ ନେତାଙ୍କ ଚଏସ୍‌ ଗାଡ଼ି ନମ୍ବର ସହ ନିଜର ଗାଡ଼ିଗୁଡ଼ିକ ନମ୍ବରକୁ ସମାନ କରି ଗାଡ଼ିଗୁଡିକୁ ବ୍ୟବହାର କରିଥାନ୍ତି। ଏହାଦ୍ୱାରା ସେ ମନ୍ତ୍ରୀ ଓ ବିଧାୟକଙ୍କ ପାଖ ଲୋକ ବୋଲି ନିଜର ପରିଚୟ ସୃଷ୍ଟି କରନ୍ତି ବୋଲି ସେମାନଙ୍କ ବିଶ୍ୱାସ ରହିଥାଏ।
ଏହା ପାଇଁ ଆର୍‌ଟିଓରେ ମଧ୍ୟ ଅଧିକ ଟଙ୍କା ଦିଆଯାଉଥିବା ଶୁଣିବାକୁ ମିଳୁଛି। ଏହି କ୍ରମରେ ଦୀର୍ଘବର୍ଷ ହେବ ସବୁ କିଛି ଚାଲି ଆସୁଥିଲା। ନିର୍ବାଚନ ପ୍ରଚାର ପ୍ରସାର ସମୟ ହେଉ ଅବା ସଭା ସମିତି ସମୟରେ ସମାନ ନମ୍ବର ବିଶିଷ୍ଟ ନାମୀଦାମୀ ଗାଡ଼ିଗୁଡ଼ିକ ନଜରକୁ ଆସିଥାଏ। କିନ୍ତୁ ଦୀର୍ଘ ୨୪ବର୍ଷ ପରେ ରାଜ୍ୟରେ ସରକାର ବଦଳିଛି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଦଳ ପରିବର୍ତ୍ତନ ହୋଇଛି। ବିଶେଷ ଭାବରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ମଧ୍ୟ ପରିବର୍ତ୍ତନ ହୋଇଛି। ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଅନେକ କିଛି ପରିବର୍ତ୍ତନ ହୋଇଛି। ସେହି କ୍ରମରେ ବର୍ତ୍ତମାନ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳୁଛି। ଅନ୍ୟ ଦଳର କୁଜି ନେତା ବା କର୍ମୀମାନେ ମଧ୍ୟ ଦଳ ପରିବର୍ତ୍ତନ କରି ନୂଆ ବିଧାୟକଙ୍କ ଶିବିରରେ ସାମିଲ ହୋଇଛନ୍ତି। ଯାହା ଫଳରେ ଭାଜପା ଟୋପି ଉତ୍ତରୀୟ ସାଙ୍ଗକୁ ବେକରେ ଗାମୁଛା ଖଣ୍ଡେ ଖଣ୍ଡେ ପକାଇ ସଭା ସମିତି ସମୟରେ ନୂଆ ରୂପରେ ନଜର ଆସୁଛନ୍ତି। କିନ୍ତୁ ସବୁଠୁ ବଡ଼ କଥା ନିଜେ ପରିବର୍ତ୍ତନ ହୋଇ ଗଲେ କିନ୍ତୁ ଗାଡ଼ିଗୁଡ଼ିକ ଏବେବି ଅପରିବର୍ତ୍ତନ ରହିଛି। ଗାଡ଼ିରେ ବସି ଯିବା ସମୟରେ ଚିହ୍ନ ବଦଳାଇଲେ କିନ୍ତୁ ଗାଡ଼ିର ନମ୍ବରଗୁଡ଼ିକ ବଦଳି ପାରିଲା ନାହିଁ ବରଂ ଦିନ ଚାଲିଗଲା ଚିହ୍ନ ରହିଗଲା ବୋଲି ଲୋକେ ଆଲୋଚନା କରୁଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri