ଦୋକାନୀ କାଲି କିଣିଥିଲେ ନୂଆ ଫ୍ରିଜ୍‌, ଫାଟିଲା କମ୍ପ୍ରେସର, ଆଉ ତା’ ପରେ…

ଗଜପତି,୧୩ା୯(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଗାନ୍ଧି ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ସାହୁ କଫି ନାମକ ଏକ ପାନ ମସଲା ସାମଗ୍ରୀ ବିକ୍ରୟ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦୋକାନ ମାଲିକ ନରସିଂହ ସାହୁଙ୍କ କହିବା ଅନୁସାରେ, ଶୁକ୍ରବାର ସେ ନିଜ ଦୋକାନ ପାଇଁ ଏକ ନୂଆ ଫ୍ରିଜ୍‌ କିଣି ଆଣିଥିଲେ। କିନ୍ତୁ ସେ ଦୋକାନ ବନ୍ଦ କରି ଚାଲିଯିବା ପରେ ବିଳମ୍ବିତ ରାତିରେ ସେହି ନୂଆ ଫ୍ରିଜ୍‌ର କମ୍ପ୍ରେସର ଫାଟି ଏହି ଅଗ୍ନିକାଣ୍ଡ ଘଟିବା ଦ୍ୱାରା ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି।
ଭୋର ସମୟରେ ସ୍ଥାନୀୟ ଲୋକେ ଧୂଆଁ ବାହାରିବାର ଦେଖି ଦୋକାନ ମାଲିକଙ୍କୁ ଖବର ଦେବା ସହ
ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

ଭଲ ଡ୍ରାଇଭିଂ ରେକର୍ଡ ଥିଲେ ଚାଳକଙ୍କୁ ମିଳିବ ଏହି ଉପହାର, ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ: ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୯।୯: ରାସ୍ତାରେ ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ପାଇଁ ଆସୁଛି ବଡ଼ ଝଟ୍‌କା। ଏଣିକି କେବଳ ଚାଲାଣ କାଟି ଛାଡ଼ି ଦିଆଯିବ ନାହିଁ।…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ଦୁନିଆର ସବୁଠୁ ଧନୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ? ଟ୍ରମ୍ପଙ୍କଠାରୁ ୭ ଗୁଣ ଅଧିକ ଦରମା

ନୂଆଦିଲ୍ଲୀ, ୯।୯: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଏବେ ପୁଣି ବଢ଼ିବାକୁ ଯାଉଛି। ଏହି ବୃଦ୍ଧି ପରେ ସେ ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ବଡ଼ ପରିବର୍ତ୍ତନ: ୪ ରାଶି ହେବେ ମାଲାମାଲ, ୪ ରାଶିଙ୍କୁ କରିଦେବେ କାଙ୍ଗାଳ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ମାନ-ସମ୍ମାନ, ଯଶ, ପଦ ଓ ପ୍ରତିଷ୍ଠାର କାରକ ଭାବେ ସୂର୍ଯ୍ୟଙ୍କୁ ବିବେଚନା କରାଯାଏ। ତେଣୁ…

୧୮ ସେପ୍ଟେମ୍ବର ଭିତରେ ଏହି ୩ ରାଶିଙ୍କର ହେବ ବଡ଼ ଚମତ୍କାର: କର୍କଟ ରାଶିରେ ପ୍ରବେଶ କରିବା ପୂର୍ବରୁ ନୂଆ ସୁଯୋଗ ଦେଇଯିବେ ମଙ୍ଗଳ

ଭୁବନେଶ୍ୱର: ବର୍ତ୍ତମାନ ମଙ୍ଗଳ ମିଥୁନ ରାଶିରେ ବିରାଜମାନ ଅଛନ୍ତି। ଖୁବଶୀଘ୍ର ମଙ୍ଗଳ ନିଜ ରାଶି ପରିବର୍ତ୍ତନ କରିବେ। ଜ୍ୟୋତିଷ ଗଣନା ଅନୁଯାୟୀ, ୧୮ ସେପ୍ଟେମ୍ବର ୨୦୨୬, ଶୁକ୍ରବାର…

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri