ଛ’ଦେଶରେ ପଡୁନାହିଁ ବିକାଶ ଛାଇ

ଢେଙ୍କାନାଳ ଅଫିସ, ୨୧।୧୨: ବିଧାନସଭା କ୍ଷେତ୍ର ପୁନଃ ନିର୍ଦ୍ଧାରଣ ପରେ ଢେଙ୍କାନାଳ ଜିଲାର ଛ’ଦେଶ ଅଞ୍ଚଳକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ନିର୍ବାଚିତ ଜନପ୍ରତିନିଧିମାନେ ପ୍ରଶାସନ ନିକଟରେ ଠିକ୍‌ ଭାବେ ସମସ୍ୟା ଉପସ୍ଥାପନ କରିପାରୁନାହାନ୍ତି। ଫଳରେ ୧୬ ପଞ୍ଚାୟତର ବହୁ ଲକ୍ଷ ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ସଦର ଉପଖଣ୍ଡ ଛ’ଦେଶ ଆଇନଜୀବୀ ଫୋରମ୍‌ ପକ୍ଷରୁ କୁହାଯାଇଛି। ଏପରି ଅବହେଳାକୁ ବରଦାସ୍ତ କରାଯିବନାହିଁ। ଏଥିପ୍ରତି ଗୁରୁତ୍ୱ ନ ଦେଲେ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ସଦର ବ୍ଲକର ୧୨ ଏବଂ ଓଡ଼ାପଡ଼ା ବ୍ଲକର ୪ ପଞ୍ଚାୟତକୁ ନେଇ ପରିବ୍ୟାପ୍ତ ଛ’ଦେଶ ଜିଲାର ଅନ୍ୟତମ ଜନବହୁଳ ଏହି ଅଞ୍ଚଳ। ତେବେ ବିଧାନସଭା କ୍ଷେତ୍ର ପୁନର୍ଗଠନ ପରଠାରୁ ଏହା ଅଣଦେଖାର ଶିକାର ହୋଇରହିଛି। ଏ ଦିଗରେ ରାଜନୈତିକ ଦଳ କିମ୍ବା ନିର୍ବାଚିତ ପ୍ରତିନିଧି ଦୃଷ୍ଟି ଦେଉ ନ ଥିବାରୁ ବିକାଶ କାର୍ଯ୍ୟ ଧିମେଇଯାଇଥିବା ଆଇନଜୀବୀମାନେ କହିଛନ୍ତି। ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଅଞ୍ଚଳବାସୀ ସ୍ବାସ୍ଥ୍ୟଗତ, ପ୍ରଶାସନିକ କାର୍ଯ୍ୟ ପାଇଁ ସଦର ଓ ଓଡ଼ାପଡ଼ା ବ୍ଲକ ଉପରେ ନିର୍ଭରଶୀଳ। ଭାପୁରଠାରେ ପ୍ରାକ୍‌ ସ୍ବାଧୀନତା ସମୟରୁ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଥିବା ଚିକିତ୍ସାଳୟକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ମିଳୁନାହିଁ। ଲୋକମାନେ ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇଁ ବେଲଟିକିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଓଡ଼ାପଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ଅଞ୍ଚଳର ଜୀବନରେଖା ସାପୁଆ ନଦୀ ପୋତି ହୋଇଗଲାଣି। ଏହା ଉପରେ ନିର୍ଭରଶୀଳ ଚାଷୀ ଜୀବିକା ହରାଇବାକୁ ବସିଲେଣି। ବ୍ୟସ୍ତବହୁଳ ପୁରୁଣା କଟକ-ସମ୍ବଲପୁର ରାସ୍ତା ଏହି ଅଞ୍ଚଳ ଦେଇ ଯାଇଥିବାବେଳେ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ପୁରାତନ ଫାଣ୍ଡିର ହାତଗଣତି କର୍ମଚାରୀଙ୍କ ପକ୍ଷେ ଆଇନଶୃଙ୍ଖଳା ଜଗିବା କାଠିକର ପାଠ ହେଉଛି। ତଥାପି ଉକ୍ତ ଫାଣ୍ଡିକୁ ଥାନା ମାନ୍ୟତା ଦିଆଯାଉନାହିଁ। ୧୬ ପଞ୍ଚାୟତବାସୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଛ’ଦେଶକୁ ବ୍ଲକ ମାନ୍ୟତା ଦେବାକୁ ବିଭିନ୍ନ ସମୟରେ ଦାବି ହେଉଛି। ହେଲେ ସ୍ଥାନୀୟ ଜନପ୍ରତିନିଧିଙ୍କ ଅଣଦେଖା ଯୋଗୁ ଏହି ଦାବି ସରକାରଙ୍କ ନିକଟରେ ଠିକ୍‌ ଭାବେ ପହଞ୍ଚତ୍ପାରୁନାହିଁ। ଏଭଳି ଏକାଧିକ ସମସ୍ୟା ବିଷୟରେ ଛଦେଶ ଆଇନଜୀବୀ ପରିଷଦ ପକ୍ଷରୁ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଏହାର ପ୍ରତିବାଦରେ ଜନଆନ୍ଦୋଳନ କରାଯିବ। ଏଥିସହିତ ଆଗାମୀ ସାଧାରଣ ନିର୍ବାଚନରେ ଅଞ୍ଚଳରୁ ଉପଯୁକ୍ତ ପ୍ରାର୍ଥୀ ଚୟନ କରାଯିବ ବୋଲି ଗତ ରବିବାର ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି।
ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାରମ୍ଭରେ ଦିବଂଗତ ଆଇନଜୀବୀ ପଦ୍ମଚରଣ ଧଳ, ବଳରାମ ପଣ୍ଡାଙ୍କ ସ୍ମୃତିଚାରଣ କରାଯାଇଥିଲା। ଏଥିସହ ଛଦେଶ ଆଇନଜୀବୀ ଫୋରମ୍‌ର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିଲା। ନୂତନ ସଭାପତି ଭାବେ ଆଇନଜୀବୀ ଭାବଗ୍ରାହୀ ପଣ୍ଡା, ଉପସଭାପତି ବିଶ୍ୱଜିତ୍‌ ଆର୍ଯ୍ୟେନ୍ଦୁ ଜେନା, ବିନୟ ସାହୁ, ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା, ସହକାରୀ ସମ୍ପାଦକ ହରେକୃଷ୍ଣ ଦାସ, କୋଷାଧ୍ୟକ୍ଷ ଭାବେ ସ୍ବଦେଶ ରଞ୍ଜନ ଖୁଣ୍ଟିଆଙ୍କୁ ଚୟନ କରାଯାଇଛି। ଉପଦେଷ୍ଟା ମଣ୍ଡଳୀରେ ପତିତପାବନ ମହାପାତ୍ର, ଗୋକୁଳକୃଷ୍ଣ ମହାପାତ୍ର, ଅର୍ଜୁନ ମୋହନ ସାହୁ ସ୍ଥାନ ପାଇଛନ୍ତି। ସେହିପରି କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଦୁର୍ଗାଚରଣ ମାଝି, ଚକ୍ରଧର ପଣ୍ଡା, ହରିହର ପଣ୍ଡା, ଲକ୍ଷ୍ମୀଧର ପଣ୍ଡାଙ୍କୁ ମନୋନୀତ କରାଯାଇଛି। ନୂତନ କର୍ମକର୍ତ୍ତାମାନେ ସମସ୍ୟାର ସମାଧାନ କରିବା ଲାଗି ଉଦ୍ୟମ କରିବେ ବୋଲି ପ୍ରତିଜ୍ଞାବଦ୍ଧ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri