Posted inଫୁରସତ

ବିବାହ ପାଇଁ ଏକାସହ ଶୋଭାଯାତ୍ରାରେ ପହଞ୍ଚିଲେ ୭ ବର: ଘରେ ଝୁଲୁଥିଲା ତାଲା, ଫେରାର ଥିଲେ କନିଆଁ; ତା ପରେ…

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ସାତଜଣ ବର ଏକାଠି ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ଏପରିକି ସେମାନଙ୍କ ଅଭିଯୋଗ ସମାନ ରହିଥିଲା। ବିବାହ ପାଇଁ ସେମାନେ ପହଞ୍ଚିଥିଲେ ହେଁ ଘଟଣାସ୍ଥଳରେ ବଧୁ ଏବଂ ତାଙ୍କର ପରିଜନ ନ ଥିବା ନେଇ ସେମାନେ କହିଥିଲେ। ପୋଲିସ ସମସ୍ତଙ୍କ କାହାଣୀ ଶୁଣିବା ପରେ ଚକିତ ହୋଇଯାଇଥିଲା। ପରେ ସେମାନେ ଠକାମୀର ଶିକାର ହୋଇଥିବା ନେଇ ମାମଲା ରୁଜୁ କରାଯାଇ ତଦନ୍ତ କରିଥିଲା।

ଘଟଣାଟି ଏପରି। ଏକ ଅନୁଷ୍ଠାନ ଯୁବକମାନଙ୍କୁ ବିବାହ କରିବା ପାଇଁ ଯୁବତୀଙ୍କୁ ଭେଟାଇବା ଏବଂ ରେଜିଷ୍ଟ୍ରେଶନ ନିମନ୍ତେ ୨୦ ହଜାର ଟଙ୍କା ଲେଖାଏ ନେଇଥିଲା। ସେମାନଙ୍କ ବିବାହ ଧୁମ୍‌ଧାମ୍‌ରେ ହେବ ବୋଲି କୁହାଯାଇଥିଲା। ସେହିଭଳି ଯୁବତୀମାନଙ୍କ ପରିବାରକୁ ଫସାଇଥିଲା। ସେମାନେ ବିଶ୍ୱାସ କରିବା ପରେ ଯୁବକ ବିବାହ କରିବାକୁ ମନା କଲେ ବୋଲି କୁହାଯାଇଥିଲା। ଏଭଳିସ୍ଥିତିରେ ଭିଣ୍ଡର ଜଣେ ବ୍ୟକ୍ତି ବ୍ୟାଣ୍ଡବାଜା ଧରି ବଧୂଙ୍କ ଘରେ ପହଞ୍ଚିବା ବେଳକୁ ସେଠାରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ଏପରିକି ବିବାହ କରିବାକୁ କହିଥିବା ଉକ୍ତ ସଂସ୍ଥାର କୌଣସି ଅଫିସ ମଧ୍ୟ ତାଙ୍କୁ ମିଳି ନ ଥିଲା। ଶେଷରେ ସେ ପୋଲିସ ଷ୍ଟେଶନରେ ଅଭିଯୋଗ କରିବାକୁ ପହଞ୍ଚିଥିଲେ। ହେଲେ ପୂର୍ବରୁ ସେଠାରେ ଉପସ୍ଥିତ ୬ଜଣଙ୍କ ସହ ସମାନ ଘଟଣା ଘଟିଥିବା ଜାଣି ସେ ଚିନ୍ତିତ ହୋଇଯାଇଥିଲେ।

ତେବେ ଠକାମୀର ଶିକାର ଯୁବକମାନଙ୍କ କହିବା ମୁତାବକ, ତାଙ୍କୁ ବିବାହ କରାଇଦେବାକୁ କହି ୨୦ ହଜାର ଟଙ୍କା ନିଆଯାଇଥିଲା। ସେମାନେ ବିବାହ ଦିନ ପହଞ୍ଚିବା ପରେ ସେଠାରେ କେହି ନ ଥିଲେ। ଦିଆଯାଇଥିବା ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ସବୁ ବନ୍ଦ ଥିଲା। ପୋଲିସ ଘଟଣାର ତଦନ୍ତ କରିବା ପରେ ଏହା ପଛରେ ଏକ ବଡ଼ ଗ୍ୟାଙ୍ଗ ଥିବା ଜାଣିବାକୁ ପାଇଛି। ସେମାନେ ଗରିବ ଝିଅମାନଙ୍କୁ ସ୍ବପ୍ନ ଦେଖାଇ ଭଲ ଘରେ ବିବାହ କରିବେ ବୋଲି କହୁଥିଲେ। ସେହିଭଳି ବିବାହ ହୋଇପାରୁ ନ ଥିବା ପୁଅଙ୍କୁ ମଧ୍ୟ ଜଡ଼ିତ କରୁଥିଲେ। ଏହି ଲୋକମାନେ ବସ୍‌ଷ୍ଟାଣ୍ଡ ନଚେତ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରେ ବିବାହର ଲିଫ୍‌ଲେଟ୍‌ ଲଗାଇଦେଉଥିଲେ। ସେଠାରୁ ଠିକଣା ନେଇ ଯିଏ ଯୋଗାଯୋଗ କରୁଥିଲା ଫସୁଥିଲା। ପରେ ସେମାନେ ବଡ଼ ଧରଣର ଠକେଇର ସମ୍ମୁଖିନ ହେଉଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri