Posted inଖେଳ

ଭାରତ ବିପକ୍ଷ ସିରିଜରେ ଗାଳିଗୁଲଜ ନୁହେଁ ବହୁତ ପରିହାସ ଦେଖିବାକୁ ମିଳିବ: ଲାଙ୍ଗର

ସିଡ୍‌ନୀ,୨୬।୧୧(ପି.ଟି.): ଆଗାମୀ ଭାରତ ବିପକ୍ଷ ସିରିଜରେ ଗାଳିଗୁଲଜ କିମ୍ବା ସ୍ଲେଜିଂର କୌଣସି ସ୍ଥାନ ନାହିଁ। ଏହା ବଦଳରେ ଦୁଇ ଦେଶ ଖେଳାଳିମାନଙ୍କ ମଧ୍ୟରେ ବହୁ ପରିମାଣରେ ମୌଜମସ୍ତି ତଥା ପରିହାସ ଦେଖିବାକୁ ମିଳିବ ବୋଲି ଅଷ୍ଟ୍ରେଲିଆ ଜଷ୍ଟିନ୍‌ ଲାଙ୍ଗର କହିଛନ୍ତି। ଗତ କେତେବର୍ଷ ମଧ୍ୟରେ ପଡିଆ ଭିତରେ ଓ ବାହାରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ବ୍ୟବହାର ନେଇ ବେଶ୍‌ ଚର୍ଚ୍ଚା ଦେଖିବାକୁ ମିଳିଛି। ବିଜୟ ହାସଲ ପାଇଁ ଅଷ୍ଟ୍ରେଲିଆ ଖେଳାଳି କିଛି ବି କରିବାକୁ ପ୍ରସ୍ତୁତ ବୋଲି ଥିବା ଧାରଣା ନେଇ ବେଶ୍‌ ସମାଲୋଚନା ହୋଇଥିଲା ବୋଲି ସେ କହିଛନ୍ତି।
ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ଅନ୍ୟ ଦେଶର ଖେଳାଳିମାନେ ବେଶ୍‌ ନର୍ଭସ ଅନୁଭବ କରିଥାନ୍ତି ବୋଲି ଲୋକେ କୁହନ୍ତି। ତେବେ ଏ ନେଇ ମୁଁ ନିଶ୍ଚିତ ନୁହେଁ। ଅଷ୍ଟ୍ରେଲିଆ ଭଳି ଏକ ବିଶ୍ୱସ୍ତରୀୟ ଦଳ ଓ ବଡ଼ ବଡ଼ ଖେଳାଳିଙ୍କ ବିପକ୍ଷରେ ଖେଳିବା ପାଇଁ ଭ୍ରମଣକାରୀ ଦଳର ଖେଳାଳିମାନେ ବେଶ୍‌ ନର୍ଭସ ହୋଇଥାନ୍ତି। ଶେନ୍‌ ଓ୍ବର୍ନ, ଗ୍ଲେନ୍‌ ମ୍ୟାକ୍‌ଗ୍ରାଥଙ୍କ ବୋଲିଂକୁ ସାମ୍ନା କରିବା ଓ ଷ୍ଟିଭ ଓ୍ବ, ଆଡାମ ଗୀଲଖ୍ରୀଷ୍ଟ, ରିକି ପଣ୍ଟିଂଙ୍କ ଭଳି ଖେଳାଳିଙ୍କୁ ବୋଲିଂ କରିବା ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ୍‌। ଫଳରେ ବିଦେଶୀ ଖେଳାଳମାନେ ନର୍ଭସ ହେବା ସ୍ବାଭାବିକ ବୋଲି ଲାଙ୍ଗର କହିଛନ୍ତି।
କିନ୍ତୁ ଆଗାମୀ ସିରିଜରେ ଗାଳିଗୁଲଜ ବଦଳରେ ଖେଳାଳିମାନେ ପରିହାସ ଓ ପରସ୍ପର ମଧ୍ୟରେ ମଜା କରିବାର ଦେଖିବାକୁ ମିଳିବ। ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ଙ୍କର ମଜା କରିବାର ଅଭ୍ୟାସ ରହିଛି ଓ ସେ ଏଥିରେ ଧୁରନ୍ଧର। ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ବେଶ୍‌ ଆକ୍ରମଣାତ୍ମକ ସ୍ବାଭାବର। କିଏ କ’ଣ କହୁଛି ତାହା ଆଦୌ ଗୁରୁତ୍ୱ ବହନ କରିବ ନାହିଁ। ଶେଷରେ କ୍ରିକେଟ ତଥା ପ୍ରଦର୍ଶନକୁ ହିଁ ଗୁରୁତ୍ୱ ଦିଆଯିବ। ଏହି ସିରିଜରେ ବଡ଼ ବଡ଼ କ୍ରିକେଟରମାନେ ଖେଳିବା ସୌଭାଗ୍ୟର ବିଷୟ। ତେଣୁ ସିରିଜରେ ସଂଘର୍ଷ ଓ ଜବରଦସ୍ତ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ ବୋଲି ଲାଙ୍ଗର କହିଛନ୍ତି। ଯଦି ଏହି ଗସ୍ତରେ ଭାରତୀୟ ଖେଳାଳିମାନେ ସ୍ଲେଜିଂ କରନ୍ତି ତେବେ ତାହାକୁ ଅଣଦେଖା କରିବି ବୋଲି ଅଷ୍ଟ୍ରେଲିଆ ଓପନର ଡେଭିଡ୍‌ ଓ୍ବାର୍ନର ପୂର୍ବରୁ କହି ସାରିଛନ୍ତି। ଏହି ଗସ୍ତରେ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ୩ ଦିନିକିଆ, ୩ ଟି୨୦ ଓ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୬ ଟି-୨୦ ବିଶ୍ୱକପକୁ ସ୍ମରଣୀୟ କରିଦେଲା ସଞ୍ଜୁ ସାମସନଙ୍କ ଇନିଂସ

ନୂଆଦିଲ୍ଲୀ,୩।୩: ଟି-୨୦ ବିଶ୍ୱକପର ପ୍ରାରମ୍ଭିକ ମ୍ୟାଚରେ ପାନୀୟ ଗ୍ରହଣ କରିବା ପାଇଁ ଜଣାଶୁଣା ସଞ୍ଜୁ ସାମସନ ରବିବାର ରାତିରେ ଇଡେନ ଗାର୍ଡେନ୍ସରେ ଇତିହାସ ସୃଷ୍ଟି କରିଥିଲେ, ଯାହା…

ଫାଇନାଲକୁ ଯିବେ ଏହି ୨ ଦଳ: ଟି-୨୦ ବିଶ୍ୱକପ ଫାଇନାଲକୁ ନେଇ ବଡ଼ ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୩।୩: ପୂର୍ବତନ ଅଷ୍ଟ୍ରେଲିୟ ଦ୍ରୁତ ବୋଲର ଗ୍ଲେନ ମ୍ୟାକଗ୍ରା ଟି-୨୦ ବିଶ୍ୱକପ ସେମିଫାଇନାଲ ପୂର୍ବରୁ ଏକ ସାହସିକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ଭାରତ ଏବଂ…

ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଜିତିବ ୨୦୨୬ ଟି-୨୦ ବିଶ୍ୱକପ? ୨୦୦୭ ବିଶ୍ୱକପ ସହିତ ରହୁଛି ବିଶେଷ ସମ୍ପର୍କ

ନୂଆଦିଲ୍ଲୀ,୩।୩: ଭାରତୀୟ କ୍ରିକେଟ ଦଳ ୨୦୨୬ ଟି-୨୦ ବିଶ୍ୱକପ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଟିମ ଇଣ୍ଡିଆ ମାର୍ଚ୍ଚ ୫ ରେ ଇଂଲଣ୍ଡ ବିପକ୍ଷରେ ସେମାନଙ୍କର ସେମିଫାଇନାଲ…

କିଏ ଅସନ୍ତୋଷ ପ୍ରକାଶ କଲେ, ଆଉ କେହି ଏହାକୁ ଏକ ପ୍ରଦର୍ଶନ ବୋଲି ଭାବିଥିଲେ…, IND vs PAK ହାତ ମିଳାଇବା ବିବାଦକୁ ନେଇ କ୍ରିକେଟ ଜଗତ ଦୁଇ ଭାଗ

ନୂଆଦିଲ୍ଲୀ,୩।୩: ଯେତେବେଳେ ବି ଭାରତ ଏବଂ ପାକିସ୍ତାନ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁହାଁମୁହିଁ ହୁଅନ୍ତି, ସେତେବେଳେ ଉତ୍ତେଜନା ସ୍ତର ଶୀର୍ଷରେ ଥାଏ। ଉଭୟ ଦଳର ଖେଳାଳିମାନେ…

ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିବା ପରେ ପାକିସ୍ତାନୀ କ୍ରିକେଟ୍‌ ଟିମକୁ କଠୋର ଦଣ୍ଡ ଦେଲା PCB, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୩।୩: ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିବା ପରେ ପାକିସ୍ତାନୀ କ୍ରିକେଟ୍‌ ଟିମକୁ ବଡ଼ ଝଟକା ଲାଗିଛି। PCB ପାକିସ୍ତାନର ଟି-୨୦ ବିଶ୍ୱକପ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୫୦ଲକ୍ଷ…

ଟି-୨୦ରେ ନୂଆ ରେକର୍ଡ ସୃଷ୍ଟି କଲେ ସୂର୍ଯ୍ୟକୁମାର, ରୋହିତ ଶର୍ମାଙ୍କୁ ପକାଇଲେ ପଛରେ…

ନୂଆଦିଲ୍ଲୀ,୩।୩: ଭାରତୀୟ ଟି-୨୦ କ୍ରିକେଟରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି। ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏବେ ଭାରତର ସବୁଠାରୁ ସଫଳ ଟି-୨୦…

ବର୍ଷା ଯୋଗୁ ଯଦି ଭାରତ-ଇଂଲଣ୍ଡ ଟି-୨୦ ବିଶ୍ୱକପ ସେମିଫାଇନାଲ ବାତିଲ ହୁଏ, ତେବେ କିଏ ଯିବ ଫାଇନାଲକୁ? ଜାଣନ୍ତୁ କ’ଣ କହୁଛି ICC ନିୟମ

ନୂଆଦିଲ୍ଲୀ,୩।୩: ଭାରତ ଏବଂ ଇଂଲଣ୍ଡ ମାର୍ଚ୍ଚ ୫ରେ T20 ବିଶ୍ୱକପ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବାକୁ…

ସେମିଫାଇନାଲରେ ଭାରତ ଖେଳ ବିଗାଡ଼ି ପାରନ୍ତି ଏହି ୫ ଇଂଲଣ୍ଡ ଖେଳାଳି

ମୁମ୍ବାଇ,୩।୩: ୨୦୨୬ ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଭାରତ ଦୁଇଥର ଚାମ୍ପିଅନ ଇଂଲଣ୍ଡକୁ ଭେଟିବ। ଏହି ଟୁର୍ନାମେଣ୍ଟରେ ଇଂଲଣ୍ଡ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri