Categories: ବାଣିଜ୍ୟ

୫୨୯ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଲଗାତର ତୃତୀୟ ସେସନ ଲାଗି ଦେଶର ପୁଞ୍ଜିବଜାରରେ କାରବାର ଉନ୍ନତ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ଗୁରୁବାର ୫୦୦ ପଏଣ୍ଟରୁ ଊର୍ଦ୍ଧ୍ୱ ବଢିଛି। ୩୦ ଶେୟାର ବିଶିଷ୍ଟ ସେନ୍‌ସେକ୍ସ ୫୨୯ ପଏଣ୍ଟ(୧.୧୪%) ଊର୍ଦ୍ଧ୍ୱରେ ରହି ୪୬,୯୭୪ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ନିଫ୍ଟି) ୧୪୮ ପଏଣ୍ଟ(୧.୦୯%) ଉଚ୍ଚରେ ରହି ୧୩,୭୪୯ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ଆକ୍ସିସ ବ୍ୟାଙ୍କ, ସନ୍‌ ଫାର୍ମା, ଓଏନ୍‌ଜିସି, ରିଲାଏନ୍ସ, ଏଚ୍‌ଡିଏଫ୍‌ସି ଏବଂ ଆଇସିଆଇସିଆଇ ବ୍ୟାଙ୍କର ଷ୍ଟକ୍‌ ପ୍ରାୟ ୨.୯୪% ବୃଦ୍ଧି ପାଇଛି। ସେହିଭଳି ଇନ୍‌ଫୋସିସ୍‌, ନେସ୍‌ଲେ ଇଣ୍ଡିଆ, ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ, ଟେକ୍‌ ମହିନ୍ଦ୍ରା ଏବଂ ଡ ରେଡ୍ଡି ଶେୟାର ୧.୩୨% ହ୍ରାସ ପାଇଛି।
ଏନ୍‌ଏସ୍‌ଇ ପ୍ଲାଟ୍‌ଫର୍ମର ଫାଇନାନ୍ସିଆଲ ସର୍ଭିସ୍‌, ବ୍ୟାଙ୍କ, ପ୍ରାଇଭେଟ ବ୍ୟାଙ୍କ ପ୍ରାୟ ୧.୮୧% ବଢିଛି। ଘରୋଇ ଶେୟାର ବଜାରରେ ବିଦେଶୀ ନିବେଶକଙ୍କ ପୁଞ୍ଜିନିବେଶ ଜାରି ରହିଛି। ଏହା ସ୍ବଳ୍ପ ମିଆଦୀ ଭିତ୍ତିରେ ଜାରି ରହିବ। ବୁଧବାର ବିଦେଶୀ ନିବେଶକମାନେ ୫୩୧.୧୩ କୋଟି ଟଙ୍କା ନିବେଶ କରିଛନ୍ତି। କରୋନାର ଦ୍ୱିତୀୟ ଲହର ଯୋଗୁ ନିକଟରେ ଶେୟାର ବଜାର ୧୪୦୦ ପଏଣ୍ଟ ଖସିଥିଲା। ଫଳରେ ନିବେଶ ୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଥିଲେ। ମାତ୍ର ଏହା ପରେ ପ୍ରାୟ ୩ ଦିନ ହେବ ଶେୟାର ବଜାର ପୁଣି ଥରେ ଟ୍ରାକ୍‌କୁ ଫେରିଛି।

Share