Categories: ବାଣିଜ୍ୟ

୪୦୩ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ବୁଧବାର ଭଲ କାରବାର କରିବାକୁ ସକ୍ଷମ ହୋଇଛି। କୋଭିଡ୍‌ ଭାକ୍ସିନ ଆସିବାକୁ ଥିବାରୁ ନିବେଶକଙ୍କ ମନୋଭାବ ଦୃଢ ରହିଛି। ଫଳରେ ସେନ୍‌ସେକ୍ସ ୪୦୩ ପଏଣ୍ଟ ଉଚ୍ଚରେ ରହିଛି। ସୂଚକାଙ୍କ ୦.୮୭% ଊର୍ଦ୍ଧ୍ୱରେ ରହିବା ଯୋଗୁ ୪୬,୬୬୬ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ନିଫ୍ଟି) କାରବାର ୧୧୫ ପଏଣ୍ଟ ବା ୦.୮୫% ଊର୍ଦ୍ଧ୍ୱରେ ରହିବା ଯୋଗୁ ୧୩,୬୮୩ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ୩୦ ଶେୟାର ବିଶିଷ୍ଟ ସୂଚକାଙ୍କ ଦିନ ମଧ୍ୟରେ ୪୬,୭୦୫ ପଏଣ୍ଟ ସ୍ତର ଛୁଇଁଥିଲା। ସେହିଭଳି ନିଫ୍ଟି ମଧ୍ୟ ୧୩,୭୦୦ ସ୍ତରରେ ରହିଥିଲା। ଉଭୟ ସେନ୍‌ସେକ୍ସ ଏବଂ ନିଫ୍ଟିରେ ରେକର୍ଡ ସ୍ତରର କାରବାର ହୋଇଛି। ଭାରତୀୟ ଶେୟାର ବଜାରରେ ବିଦେଶୀ ସଂସ୍ଥାଗତ ନିବେଶକ ମାନେ ନିବେଶ ବଢାଇଛନ୍ତି। ସେନ୍‌ସେକ୍ସରେ ଭଲ କାରବାର ହାସଲ କରିଥିବା କମ୍ପାନୀ ମଧ୍ୟରେ ଓଏନ୍‌ଜିସି, ଭାରତୀ ଏୟାରଟେଲ, ଏଚ୍‌ଡିଏଫ୍‌ସି, ଟାଇଟାନ, ଏସିଆନ ପେଣ୍ଟସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ଟିସିଏସ୍‌ ରହିଛି। ଏହି କମ୍ପାନୀଗୁଡିକର ଶେୟାର କାରବାର ପ୍ରାୟ ୩.୧୧% ବଢିଛି। ସେହିଭଳି ନିଫ୍ଟିରେ ରିୟଲିଟି କାରବାର ୫.୧୪% ବଢିଛି।

Share