Categories: ବାଣିଜ୍ୟ

୨୮୨ ପଏଣ୍ଟ ବଢିଲା ସେନ୍‌ସେକ୍ସ

ମୁମ୍ବାଇ: ଗୋଟିଏ ଦିନ ଖସିଲା ପରେ ଭାରତୀୟ ପୁଞ୍ଜି ବଜାରରେ ଶୁକ୍ରବାର କାରବାର ପୁଣି ଥରେ ଟ୍ରାକକୁ ଫେରିଛି। ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୨୮୨ ପଏଣ୍ଟ ବୃଦ୍ଧି ପରିଲକ୍ଷିତ ହୋଇଛି। ବିଶ୍ୱ ସ୍ତରରେ ଶେୟାର ବଜାର କାରବାର ଉନ୍ନତ ସ୍ଥିତିରେ ରହିଛି। ସେହିଭଳି ବିଦେଶୀ ନିବେଶକଙ୍କ ନିବେଶରେ ମଧ୍ୟ ବୃଦ୍ଧି ଘଟିଛି। ବିଏସ୍‌ଇରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ,କୋଟାକ ବ୍ୟାଙ୍କ ଏବଂ ବଜାଜ ଫାଇନାନ୍ସର ଶେୟାର କାରବାର ବେଶ୍‌ ଉନ୍ନତ ରହିଛି। ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ୨୮୨.୨୯ ପଏଣ୍ଟ(୦.୬୫%) ଉଚ୍ଚରେ ରହି ୪୩,୮୮୨.୨୫ ସ୍ତରରେ ରହିଛି। ସେହିଭଳି ନିଫ୍ଟି ୮୭.୩୫ ପଏଣ୍ଟ(୦.୬୮%) ଉଚ୍ଚରେ ରହି କାରବାର ୧୨,୮୫୯.୦୫ ସ୍ତରରେ ବନ୍ଦ ହୋଇଛି।

Share