Categories: ବାଣିଜ୍ୟ

ମୂହୁର୍ତ୍ତ ଟ୍ରେଡିଂରେ ୧୯୫ ପଏଣ୍ଟ ବଢିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଦିଓ୍ବାଲି ଅବସରରେ ଏକ ଘଣ୍ଟିଆ ସ୍ବତନ୍ତ୍ର ମୂହୁର୍ତ୍ତ ଟ୍ରେଡିଂରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୯୫ ପଏଣ୍ଟ ବୃଦ୍ଧି ପାଇଛି। ଏହି ସମୟରେ ସୂଚକାଙ୍କ ୪୩,୬୩୮ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି ୬୦ ପଏଣ୍ଟ ଉଚ୍ଚରେ ରହି ୧୨,୭୭୧ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ଚଳିତ ସପ୍ତାହରେ ଦେଶର ପୁଞ୍ଜି ବଜାରରେ ଉନ୍ନତ କାରବାର ଦେଖିବାକୁ ମିଳିଛି। ବିଗତ ୫ ଦିନରେ ଶେୟାର ବଜାରରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୩.୭୦% ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ)ର ନିଫ୍ଟି ୩.୭୨% ବଢିଛି। ଏହି ସମୟରେ ବ୍ୟାଙ୍କିଙ୍ଗ ଶେୟାର କାରବାର ବେଶ ଉନ୍ନତ ରହିଛି। ଆଇଟି ସେକ୍ଟର ଶେୟାର କାରବାର ନିବେଶକଙ୍କୁ ନିରାଶ କରିଛି। ବଜାଜ ଫିନସର୍ଭ ଏବଂ ବଜାଜ ଫାଇନାନ୍ସ ଏହି ସପ୍ତାହରେ ଟପ୍‌ ପରଫରମର ରହି ଆସିଛନ୍ତି। ବିଦେଶ ବଜାରରେ କାରବାର ଉନ୍ନତ ରହିବା ଯୋଗୁ ଘରୋଇ ବଜାର ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ବିଦେଶୀ ନିବେଶ, ମଜବୁତ ଘରୋଇ ବଜାର, କରୋନା ଭାକ୍‌ସିନ ଆଶା ଭଳି କାରଣଗୁଡିକ ବଜାରର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିଛି। ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସିଆଲ ଶେୟାରକାରବାର ବଜାରର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିଛି।

Share