Categories: ବାଣିଜ୍ୟ

୪୩୨ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ଗୁରୁବାର ୪୩୨ ପଏଣ୍ଟ ବଢ଼ିଛି। ମେଟାଲ ଏବଂ ବ୍ୟାଙ୍କିଙ୍ଗ୍‌ ଷ୍ଟକ୍‌ କାରବାର ଉନ୍ନତ ହେବାରୁ ବଜାରରେ ଏଭଳି ସ୍ଥିତି ଦେଖାଯାଇଛି। ଭାରତ ଶେୟାର ବଜାରରେ ବିଦେଶୀ ନିବେଶକମାନେ ନିବେଶ ବଢାଇବା ନେଇ ଆଶା ଜନ୍ମିଛି। ଏହାର ପ୍ରଭାବ ବଜାର ଉପରେ ଉନ୍ନତ ରହିଛି। ୩୦ ଶେୟାର ବିଶିଷ୍ଟ ବିଏସ୍‌ଇର ସୂଚକାଙ୍କ ୦.୯୮% ଉଚ୍ଚରେ ରହିବା ଯୋଗୁ ୪୪,୨୬୦ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୧୨୯ ପଏଣ୍ଟ ବା ୧% ଉଚ୍ଚରେ ରହି ୧୨,୯୮୭ ପଏଣ୍ଟ ସ୍ତରରେ ରହିଛି। ଟାଟା ଷ୍ଟିଲ୍‌ ବଜାଜ ଫାଇନାନ୍ସ, ବଜାଜ ଅଟୋ, ଏଚ୍‌ଡିଏଫ୍‌ସି, ଏଚ୍‌ସିଏଲ୍‌ ଟେକ୍‌, ଟାଇଟାନ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସେନ୍‌ସେକ୍ସରେ ଭଲ କାରବାର କରିଛନ୍ତି। ସେହିଭଳି ଓଏନ୍‌ଜିସି, ମାରୁତି, ଟେକ୍‌ ମହିନ୍ଦ୍ରା, ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କର ଶେୟାର ପ୍ରଭାବିତ ରହିଛି। ଏନ୍‌ଏସ୍‌ଇ ପ୍ଲାଟ୍‌ଫର୍ମ ନିଫ୍ଟିରେ ମେଟାଲ, ପିଏସ୍‌ୟୁ ବ୍ୟାଙ୍କ, ଫାଇନାନ୍ସିଆଲ ସର୍ଭିସ କାରବାର ଉନ୍ନତ ରହିଛି। ସେହିଭଳି ଲାର୍ସନ ଆଣ୍ଡ ଟୁବ୍ରୋ ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର କାରବାର ବେଶ୍‌ ଉନ୍ନତ ରହିଥିବା ଷ୍ଟକ୍‌ ବଜାର ସୂତ୍ରରୁ ସାମ୍ନାକୁ ଆସିଛି।

Share