Categories: ବାଣିଜ୍ୟ

୭୪୬ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ: ଶୁକ୍ରବାର ଭାରତୀୟ ପୁଞ୍ଜିବଜାର କାରବାର କ୍ଷତିଗ୍ରସ୍ତ ହୋଇଛି। ପ୍ରଫିଟ୍‌ ବୁକିଂ ଯୋଗୁ ଏଭଳି ହୋଇଥିବା ନଜରକୁ ଆସିଛି। ଶୁକ୍ରବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୭୪୬ ପଏଣ୍ଟ ଖସିଛି। ସେହିଭଳି ନିଫ୍ଟି କାରବାର ୧୪,୪୦୦ ପଏଣ୍ଟ ସ୍ତରରୁ ଖସିଛି। ଗୁରୁବାର ସେନ୍‌ସେକ୍ସ ଐତିହାସିକ ରେକର୍ଡ ସ୍ତର ଛୁଇଁଥିଲା। ପରେ ଏଥିରେ ପ୍ରାୟ ୧୪୬ ପଏଣ୍ଟ ହ୍ରାସ ହୋଇଥିଲା। ଶୁକ୍ରବାର କାରବାର କଥା ବିଚାରକୁ ନେଲେ ସେନ୍‌ସେକ୍ସ ୭୪୬.୨୨ ପଏଣ୍ଟ(୧.୫୦%) ହ୍ରାସ ହୋଇଛି। କାରବାର ଶେଷ ବେଳକୁ ଏହା ୪୮,୮୭୮.୫୪ ପଏଣ୍ଟରେ ବନ୍ଦ ହୋଇଛି। ଚଳିତ ମାସରେ ଏହା ଗୋଟିଏ ସେସନରେ ସବୁଠାରୁ ବଡ ଧରଣର ହ୍ରାସ। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି କାରବାର ୨୧୮.୪୫ ପଏଣ୍ଟ(୧.୫%) ନିମ୍ନରେ ରହି ୧୪,୩୭୧.୯୦ ପଏଣ୍ଟରେ ବନ୍ଦ ହୋଇଛି।

Share