Categories: ବାଣିଜ୍ୟ

୬୬୧ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୧୫।୭: ମଙ୍ଗଳବାର ଦେଶର ପୁଞ୍ଜିବଜାର କାରବାର ପ୍ରଭାବିତ ସ୍ଥିତିରେ ରହିଛି। ଏହି ସମୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସୂଚକାଙ୍କ ୬୬୧ ପଏଣ୍ଟ ଖସିଥିବା ଜଣାପଡିଛି। ବିଶ୍ୱ ପ୍ରଭାବରେ ଶେୟାର କାରବାର ପ୍ରଭାବିତ ରହିବା ଯୋଗୁ ବ୍ୟାଙ୍କିଙ୍ଗ୍‌ ଏବଂ ଫାଇନାନ୍ସ ଷ୍ଟକ୍‌ କାରବାର କ୍ଷତି ସହିଛି। ୩୦ ଶେୟାର ବିଶିଷ୍ଟ ବିଏସ୍‌ଇ ସୂଚକାଙ୍କ ୬୬୧ ପଏଣ୍ଟ ବା ୧.୮୦% ଖସିବା ଯୋଗୁ ୩୬,୦୩୩ ପଏଣ୍ଟ ସ୍ତରରେ କାରବାର ବନ୍ଦ ହୋଇଛି। ଏହି ସମୟରେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ବା ନିଫ୍ଟି କାରବାର ୧୯୫ ପଏଣ୍ଟ ବା ୧.୮୧% ଖସିବା ଯୋଗୁ ୧୦,୬୦୭ ପଏଣ୍ଟରେ ବନ୍ଦ ହୋଇଛି।

Share