୨୬୪ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ: ଗତ ୧୦ ସେସନ ହେବ ଭଲ କାରବାର ହାସଲ କରିବା ପରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବୁଧବାର ୨୬୪ ପଏଣ୍ଟ ଖସିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଆଇଟିସି ଏବଂ ଇନ୍‌ଫୋସିସ ଭଳି କମ୍ପାନୀଗୁଡିକର ଶେୟାର କାରବାର ପ୍ରଭାବିତ ହୋଇଛି। ଦିନ ମଧ୍ୟରେ ସେନ୍‌ସେକ୍ସ ୪୮,୬୧୬.୬୬ ପଏଣ୍ଟ ଛୁଇଁଥିଲା। ମାତ୍ର କାରବାର ଶେଷ ହେବା ବେଳକୁ ସେନ୍‌ସେକ୍ସରେ ୨୬୩.୭୨ ପଏଣ୍ଟ ହ୍ରାସ ପରିଲକ୍ଷିତ ହୋଇଛି। ଫଳରେ ଏହା ୦.୫୪% ନିମ୍ନରେ ରହି ୪୮,୧୭୪.୦୬ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି କାରବାର ୫୩.୨୫ ପଏଣ୍ଟ(୦.୩୮%) ନିମ୍ନରେ ରହି ୧୪,୧୪୬.୨୫ ପଏଣ୍ଟରେ ବନ୍ଦ ହୋଇଛି। ଏହା ଦିନ ମଧ୍ୟରେ ରେକର୍ଡ ସ୍ତର ୧୪,୨୪୪ .୧୫ ପଏଣ୍ଟ ଛୁଇଁଥିଲା। ଆଇଟିସିର ଶେୟାର କାରବାର ୩% ଖସିଛି। ଏହାବାଦ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ବଜାଜ ଫାଇନାନ୍ସ, ଆକ୍ସିସ ବ୍ୟାଙ୍କ, ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ୍‌, ଏଚ୍‌ସିଏଲ୍‌ ଟେକ୍‌ ଭଳି କମ୍ପାନୀର ଶେୟାର କାରବାର ମଧ୍ୟ ପ୍ରଭାବିତ ସ୍ଥିତିରେ ରହିଛି। ଅପରପକ୍ଷରେ ପାଓ୍ବାରଗ୍ରୀଡ୍‌, ଭାରତୀ ଏୟାରଟେଲ, ଓଏନ୍‌ଜିସି ଏବଂ ଅଲ୍‌ଟ୍ରାଟେକ ସିମେଣ୍ଟର ଶେୟାର ଭଲ କାରବାର କରିଛି। ପ୍ରଫିଟ ବୁକିଂ ଫଳରେ ସୂଚକାଙ୍କରେ ଏଭଳି ହ୍ରାସ ପରିଲକ୍ଷିତ ହୋଇଛି। ହଂକଂ ଏବଂ ସାଂଘାଇ ଶେୟାର ବଜାରର ସ୍ଥିତି ଭଲ ରହିଥିବା ବେଳେ ସିଓଲ ଓ ଟୋକିଓରେ କାରବାର ପ୍ରଭାବିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri