ଘରୁ ମତଦାନ କରିବେ ବରିଷ୍ଠ ମତଦାତା

ଭୁବନେଶ୍ୱର,୫ା୫(ଅନିଲ ଦାସ): ପ୍ରତିଟି ଭୋଟ ମୂଲ୍ୟବାନ। ଭାରତୀୟ ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ପ୍ରତି ଭୋଟରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଯେଉଁ ମତଦାତାମାନେ ମତଦାନ କେନ୍ଦ୍ରକୁ ଆସିବାରେ ଅସମର୍ଥ ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ଘରୁ ମତଦାନ(ହୋମ୍‌ ଭୋଟିଂ)ର ବ୍ୟବସ୍ଥା କରାଯାଇଛି। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଚାରୋଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଅନ୍ତର୍ଗତ ୨୮ ବିଧାନସଭା ନିର୍ବାଚନମଣ୍ଡଳୀରେ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏକ ଐତିହାସିକ ନିଷ୍ପତ୍ତି କ୍ରମରେ ପ୍ରଥମ ଥର ପାଇଁ ଦେଶରେ ସାଧାରଣ ନିର୍ବାଚନରେ ୮୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ବରିଷ୍ଠ ମତଦାତା ଏବଂ ୪୦ ପ୍ରତିଶତରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମ (ବେଞ୍ଚମାର୍କ ଡିଜାବିଲିଟି) ମତଦାତାଙ୍କ ପାଇଁ ଭାରତ ନିର୍ବାଚନ ଆୟୋଗ ଘରୁ ମତଦାନ(ହୋମ୍‌ ଭୋଟିଂ)ର ବ୍ୟବସ୍ଥା କରିଛନ୍ତି। ଏଭଳି ମତଦାତାମାନେ ଚାହିଁଲେ ସେମାନଙ୍କୁ ମତଦାନ କେନ୍ଦ୍ରକୁ ଆସି ମତଦାନ କରିବା ପାଇଁ ପ୍ରଶାସନ ତରଫରୁ ଗାଡ଼ି ମଧ୍ୟ ଯୋଗାଇ ଦିଆଯିବ। ଅନ୍ୟଥା ସେମାନେ ଘରୁ ମତଦାନ କରିବାର ବିକଳ୍ପକୁ ମଧ୍ୟ ବାଛିପାରିବେ। ଏହି କ୍ରମରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୪୧୫୮ ଜଣ ମତଦାତା ଘରୁ ମତଦାନ ବିକଳ୍ପକୁ ବାଛିଛନ୍ତି। ଏହା ମଧ୍ୟରେ ୨୧୯୬ ଜଣ ୮୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତି ହୋଇଥିବାବେଳେ ୧୯୬୨ ଜଣ ୪୦%ରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମ ମତଦାତା ଅଛନ୍ତି। କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଏଭଳି ମତଦାତାଙ୍କ ଭୋଟ ଗ୍ରହଣ କରାଯାଇଛି। ଅନ୍ୟ ନିର୍ବାଚନମଣ୍ଡଳୀରେ ମଧ୍ୟ ରିଟର୍ନିଂ ଅଫିସରଙ୍କ ଦ୍ୱାରା ସ୍ଥିରୀକୃତ ତାରିଖ ଓ ସମୟ ଅବଧିରେ ଘରୁ ମତଦାନ ବ୍ୟବସ୍ଥା କରାଯିବ। ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ୪ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୮ଟି ଯାକ ବିଧାନସଭା କ୍ଷେତ୍ରରେ ଯୋଗ୍ୟ ମତଦାତାମାନେ ଘରୁ ମତଦାନ ବିକଳ୍ପକୁ ବାଛିଛନ୍ତି।

ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଘରୁ ମତଦାନ କରିଥିବା ସମସ୍ତ ମତଦାତାଙ୍କୁ ଭାରତୀୟ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥିବାରୁ ଅଭିନନ୍ଦନ ଜଣାଇବା ସହ ଘରୁ ମତଦାନ ବ୍ୟବସ୍ଥାକୁ ଏକ ଐତିହାସିକ ତଥା ପ୍ରଗତିଶୀଳ ବ୍ୟବସ୍ଥା ରୂପେ ବର୍ଣ୍ଣନା କରିଛନ୍ତି। କୌଣସି ବାଧାବିଘ୍ନ ଯେପରି ଜଣେ ନାଗରିକଙ୍କୁ ନିଜର ବହୁମୂଲ୍ୟ ମତଦାନ କରିବାରେ ବାଧକ ନ ହୁଏ, ତାହାକୁ ଦୃଷ୍ଟିରେ ରଖି ଘରୁ ମତଦାନର ବିକଳ୍ପ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ସମସ୍ୟା, ସମାଧାନ ପାଇଁ

ନୂଆପଡ଼ା,୫ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଷ୍ଟୋନ କ୍ରଶର ଓ ପଥର କ୍ୱାରୀ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଯଦୁମଣି...

ପ୍ରଶ୍ନପତ୍ର ଲିକ୍‌: ବାତିଲ ହେଲା ଏଏନ୍‌ଏମ୍‌ ପରୀକ୍ଷା, ନିରାଶରେ ଫେରିଲେ ପରୀକ୍ଷାର୍ଥୀ

ଗଜପତି,୫।୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଏଏନ୍‌ଏମ୍‌ ପରୀକ୍ଷା ବାତିଲ ହୋଇଛି। ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ରାଜନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri