ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍‌), ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି), ଆସାମ ରାଇଫଲ୍ସ (ଏଆର୍‌) ପରି ଅର୍ଦ୍ଧସାମରିକ ବଳର ୭୩୦ ଯବାନ ଆତ୍ମହତ୍ୟା କରିଛନ୍ତି। ନିକଟରେ ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ଅନେକେ ବ୍ୟକ୍ତିଗତ କାରଣରୁ ଏଭଳି ଆତ୍ମହତ୍ୟା କରୁଛନ୍ତି। ଏଥିସହିତ ଏଇ ୫ ବର୍ଷ ମଧ୍ୟରେ ୫୫, ୫୫୫ ଯବାନ ଇସ୍ତଫା ଦେଇଛନ୍ତି କିମ୍ବା ଇଚ୍ଛାଧୀନ ଅବସର ଗ୍ରହଣ କରିଛନ୍ତି ବୋଲି ଟାସ୍କଫୋର୍ସ ରିପୋର୍ଟ ଆଧାରରେ ମନ୍ତ୍ରୀ ଏଭଳି ତଥ୍ୟ ରଖିଛନ୍ତି। କେବଳ ଅର୍ଦ୍ଧ ସାମରିକ ବଳ ନୁହେଁ, ଖୋଦ୍‌ ଭାରତୀୟ ସେନାରେ ମଧ୍ୟ ଅନୁରୂପ ଅଭିଯୋଗ ଆସିଥାଏ। ତେବେ ସରକାରୀ ସଫେଇ ଦିଆଯିବା ବେଳେ ବ୍ୟକ୍ତିଗତ କାରଣ ଭାବେ ସ୍ତ୍ରୀ କିମ୍ବା ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ, ଛାଡ଼ପତ୍ର, ଆର୍ଥିକ ସମସ୍ୟା, ପିଲାମାନଙ୍କ ପାଇଁ ଶିକ୍ଷା ସୁଯୋଗର ଅଭାବ ଆଦିକୁ ଦର୍ଶାଯାଉଛି। ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଛି ଓ ତାହାକୁ ତୁରନ୍ତ କିଭଳି ସଂଶୋଧନ କରାଯିବ, ତାହା ଉପରେ ସେଭଳି ଅନୁଧ୍ୟାନ କରାଯାଇ ସ୍ପଷ୍ଟ ପ୍ରତିକାର ରିପୋର୍ଟ ପ୍ରକାଶ ପାଉଥିବା ଦେଖିବାକୁ ମିଳେ ନାହିଁ। ଯବାନମାନଙ୍କୁ ଅପୁଷ୍ଟିକର ଖାଦ୍ୟ ପରଷା ଯିବା ସହ ନିମ୍ନମାନର ଜୋତା, ପୋଷାକ ଆଦି ଦିଆଯାଉଥିବା ସଂକ୍ରାନ୍ତ ଯେଉଁ କେତେକ ଅଭିଯୋଗ ଅତୀତରେ ଆସିଛି, ତାହା ଉପରେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ହୋଇଥିବା ବିଷୟରେ ସାଧାରଣରେ ଜଣାପଡ଼େ ନାହିଁ। ମନେରଖିବାକୁ ହେବ ଯେ, ସେନାରେ ଚାକିରି ଖୋଜୁଥିବା ଲୋକ ସାଧାରଣ ଦୁର୍ବଳ ଆର୍ଥିକ ବର୍ଗରୁ ଆସିଥାନ୍ତି। ସେଥିପାଇଁ ଶିକ୍ଷିତ ବରିଷ୍ଠ ଅଧିକାରୀମାନେ ସେମାନଙ୍କ ଉପରେ ଅତ୍ୟାଚାର କରିବାର ଉଦାହରଣ ମଧ୍ୟ ସାଧାରଣରେ ଶୁଣାଯାଉଛି। ପ୍ରତିରକ୍ଷା, ବହିର୍ବ୍ୟାପାର ଓ ଗୋଇନ୍ଦା ଆଦି କ୍ଷେତ୍ରରେ ଗୋପନୀୟତା ବଜାୟ ରହିବାର ବ୍ୟବସ୍ଥା ଥିବାରୁ ତାହାକୁ ଦ୍ୱାହି ଦେଇ ସେନା କର୍ତ୍ତୃପକ୍ଷ ଅସ୍ବାଭାବିକତାକୁ ସ୍ବୀକାର କରି ନ ଥାଆନ୍ତି। ଫଳରେ ସାଧାରଣ ଯବାନଙ୍କ ଭଳି ସେନାର ତଳ ସ୍ତରରେ ଥିବା ବ୍ୟକ୍ତିବିଶେଷ ବିଷାଦ ଭିତରକୁ ଚାଲିଯାଇଥାଆନ୍ତି। ଦେଖିବାକୁ ଗଲେ ଦେଶ ପାଇଁ ଲଢ଼ିବା ସକାଶେ ଉଦ୍ଦାମ ଯୁବଶକ୍ତି ପ୍ରାରମ୍ଭିକ ପର୍ଯ୍ୟାୟରେ ସେନାରେ ଭର୍ତ୍ତି ହେବାକୁ ଚାହିଁଥାଆନ୍ତି। ସେମାନଙ୍କୁ ଦରମା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଦିଆଯାଉଥିଲେ ମଧ୍ୟ ମନସ୍ତାତ୍ତ୍ୱିକ ଦିଗକୁ ବିଶେଷ ଗୁରୁତ୍ୱ ଦିଆଯାଉ ନ ଥିବାରୁ ଏଭଳି ଅଭାବନୀୟ ସ୍ଥିତି ଦେଖାଯାଉଛି। ବାରମ୍ବାର ଯବାନଙ୍କ ଆତ୍ମହତ୍ୟା ସଂକ୍ରାନ୍ତ ଅଭିଯୋଗ ଆସିବା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତାହାକୁ ରୋକିବା ପାଇଁ ‘୧୦୦ ଦିନ ଛୁଟି’ ନୀତିକୁ କାର୍ଯ୍ୟକାରୀ କରିଛନ୍ତି। ଏହା ସତ୍ତ୍ୱେ ଯବାନ ଆତ୍ମହତ୍ୟା ଘଟୁଥିବା ଦର୍ଶାଉଛି ଯେ, କେବଳ ଛୁଟି ସେମାନଙ୍କ ସମସ୍ୟାକୁ ଟାଳିବା ଲାଗି ଯଥେଷ୍ଟ ନୁହେଁ। ସେମାନଙ୍କ ମନୋବୈଜ୍ଞାନିକ ସ୍ଥିତିକୁ ପଢ଼ି ଏ ଦିଗରେ ସଂସ୍କାର ଆଣିବା ଦରକାର।
ସେନା ଏକ ଶୃଙ୍ଖଳିତ କ୍ଷେତ୍ର ବୋଲି ବିବେଚନା କରାଯାଇଥାଏ। କିନ୍ତୁ ଉଚ୍ଚପଦସ୍ଥ ଅଧିକାରୀ ସାଧାରଣ ଯବାନଙ୍କୁ ଶୃଙ୍ଖଳା ନାମରେ ସେମାନଙ୍କ ସ୍ବରକୁ ଚାପି ଦେଇଥାଆନ୍ତି ବୋଲି ଶୁଣିବାକୁ ମିଳେ। ଫଳରେ ଅନେକଙ୍କଠାରେ ଦେଖାଦେଉଥିବା ଅସନ୍ତୋଷ କେତେବେଳେ ବିଦ୍ରୋହ ସୃଷ୍ଟି କରିଥାଏ। ଯେଉଁମାନେ ସ୍ଥିତି ସହିତ ଖାପ ଖୁଆଇପାରି ନ ଥାଅନ୍ତି ସେମାନେ ଚାକିରିରୁ ଇସ୍ତଫା ଦେବା କିମ୍ବା ସ୍ବେଚ୍ଛାକୃତ ଅବସର ନେଇ ଯାଉଛନ୍ତି ଏବଂ ସ୍ଥଳବିଶେଷରେ ଆତ୍ମହତ୍ୟା କରୁଥିବା ଖବର ଶୁଣିବାକୁ ମିଳୁଛି। କିଛିବର୍ଷ ହେବ ସାମୟିକ ଭାବେ ସେନାରେ ଯୋଗଦେଉଥିବା ଅଗ୍ନିବୀରଙ୍କ ଭବିଷ୍ୟତ ଦେଖିଲେ ଆହୁରି ତାଜୁବ ହେବାକୁ ପଡ଼ୁଛି। ଚାକିରିରେ ସ୍ଥାୟିତ୍ୱ ନ ଥିବାରୁ ଆରମ୍ଭରୁ ସେମାନେ ଚାପରେ ରହୁଛନ୍ତି। ନିଯୁକ୍ତିରେ ସ୍ଥାୟିତ୍ୱ ଥିବା ଯବାନଙ୍କ ଅବସ୍ଥା ଯଦି ଏଭଳି ହେଉଛି, ତାହା ହେଲେ ଆଗକୁ ଅଗ୍ନିବୀରମାନଙ୍କ ସ୍ଥିତି କ’ଣ ହେବ ସେ ଦିଗକୁ ମଧ୍ୟ ସରକାର ଏବେଠୁ ଧ୍ୟାନ ଦେବା ଦରକାର।
ବର୍ତ୍ତମାନ ସମ୍ଭବତଃ ଯେଉଁ ଯୁବକମାନେ ସୁରକ୍ଷା ବଳରେ ଯୋଗ ଦେଉଛନ୍ତି, ତାହା ଅର୍ଦ୍ଧସାମରିକ ହେଉ ବା ସେନା, ସେମାନଙ୍କ ମନ ଭିତରେ ଏହି ଦେଶରେ ରହୁଥିବା ଜନସାଧାରଣଙ୍କ ଚରିତ୍ର ସମ୍ପର୍କରେ ପ୍ରଶ୍ନ ଉପୁଜୁଥିବ। ଯେଉଁଭଳି ରାଜନେତାମାନେ କେବଳ କଥା କହି ନିଜ ସମ୍ପର୍କୀୟଙ୍କୁ ଧନୀ କରାଉଛନ୍ତି, ଯେଉଁଭଳି ନ୍ୟାୟଧୀଶ ଓ ଅଫିସରମାନେ ଚାକିରି କରୁଥିବା ବେଳେ ଓ ଅବସର ନେବା ପରେ ଦେଶକୁ ଲୁଣ୍ଠନ କରୁଛନ୍ତି, ବ୍ୟବସାୟୀମାନେ କେବଳ ଦେଶର ସମ୍ବଳକୁ ନେଇ ଅନେକ ଲକ୍ଷ କୋଟି ଟଙ୍କାର ମାଲିକ ହେଉଛନ୍ତି ଏବଂ ଏହିଭଳି ଚୋର ତସ୍କରଙ୍କୁ ସାଧାରଣ ନାଗରିକ ସବୁ ପ୍ରକାର ସାହାଯ୍ୟ ଦେଉଛନ୍ତି, ସେଥିରେ ସେନାରେ ଯୋଗ ଦେଉଥିବା ଯୁବକମାନଙ୍କ ମନ ‘ଛି’ ହୋଇଯାଉଥିବ। ସେଭଳି ମାନସିକ ସ୍ତରରେ ସହଯୋଗୀ ଓ ଉପରିସ୍ଥ ଅଧିକାରୀଙ୍କୁ ମାରିବା ସହିତ ଆତ୍ମହତ୍ୟା କରିବା ଭଳି ପରିସ୍ଥିତି ସୃଷ୍ଟି ହେଉଥାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri