ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍‌), ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି), ଆସାମ ରାଇଫଲ୍ସ (ଏଆର୍‌) ପରି ଅର୍ଦ୍ଧସାମରିକ ବଳର ୭୩୦ ଯବାନ ଆତ୍ମହତ୍ୟା କରିଛନ୍ତି। ନିକଟରେ ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ଅନେକେ ବ୍ୟକ୍ତିଗତ କାରଣରୁ ଏଭଳି ଆତ୍ମହତ୍ୟା କରୁଛନ୍ତି। ଏଥିସହିତ ଏଇ ୫ ବର୍ଷ ମଧ୍ୟରେ ୫୫, ୫୫୫ ଯବାନ ଇସ୍ତଫା ଦେଇଛନ୍ତି କିମ୍ବା ଇଚ୍ଛାଧୀନ ଅବସର ଗ୍ରହଣ କରିଛନ୍ତି ବୋଲି ଟାସ୍କଫୋର୍ସ ରିପୋର୍ଟ ଆଧାରରେ ମନ୍ତ୍ରୀ ଏଭଳି ତଥ୍ୟ ରଖିଛନ୍ତି। କେବଳ ଅର୍ଦ୍ଧ ସାମରିକ ବଳ ନୁହେଁ, ଖୋଦ୍‌ ଭାରତୀୟ ସେନାରେ ମଧ୍ୟ ଅନୁରୂପ ଅଭିଯୋଗ ଆସିଥାଏ। ତେବେ ସରକାରୀ ସଫେଇ ଦିଆଯିବା ବେଳେ ବ୍ୟକ୍ତିଗତ କାରଣ ଭାବେ ସ୍ତ୍ରୀ କିମ୍ବା ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ, ଛାଡ଼ପତ୍ର, ଆର୍ଥିକ ସମସ୍ୟା, ପିଲାମାନଙ୍କ ପାଇଁ ଶିକ୍ଷା ସୁଯୋଗର ଅଭାବ ଆଦିକୁ ଦର୍ଶାଯାଉଛି। ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଛି ଓ ତାହାକୁ ତୁରନ୍ତ କିଭଳି ସଂଶୋଧନ କରାଯିବ, ତାହା ଉପରେ ସେଭଳି ଅନୁଧ୍ୟାନ କରାଯାଇ ସ୍ପଷ୍ଟ ପ୍ରତିକାର ରିପୋର୍ଟ ପ୍ରକାଶ ପାଉଥିବା ଦେଖିବାକୁ ମିଳେ ନାହିଁ। ଯବାନମାନଙ୍କୁ ଅପୁଷ୍ଟିକର ଖାଦ୍ୟ ପରଷା ଯିବା ସହ ନିମ୍ନମାନର ଜୋତା, ପୋଷାକ ଆଦି ଦିଆଯାଉଥିବା ସଂକ୍ରାନ୍ତ ଯେଉଁ କେତେକ ଅଭିଯୋଗ ଅତୀତରେ ଆସିଛି, ତାହା ଉପରେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ହୋଇଥିବା ବିଷୟରେ ସାଧାରଣରେ ଜଣାପଡ଼େ ନାହିଁ। ମନେରଖିବାକୁ ହେବ ଯେ, ସେନାରେ ଚାକିରି ଖୋଜୁଥିବା ଲୋକ ସାଧାରଣ ଦୁର୍ବଳ ଆର୍ଥିକ ବର୍ଗରୁ ଆସିଥାନ୍ତି। ସେଥିପାଇଁ ଶିକ୍ଷିତ ବରିଷ୍ଠ ଅଧିକାରୀମାନେ ସେମାନଙ୍କ ଉପରେ ଅତ୍ୟାଚାର କରିବାର ଉଦାହରଣ ମଧ୍ୟ ସାଧାରଣରେ ଶୁଣାଯାଉଛି। ପ୍ରତିରକ୍ଷା, ବହିର୍ବ୍ୟାପାର ଓ ଗୋଇନ୍ଦା ଆଦି କ୍ଷେତ୍ରରେ ଗୋପନୀୟତା ବଜାୟ ରହିବାର ବ୍ୟବସ୍ଥା ଥିବାରୁ ତାହାକୁ ଦ୍ୱାହି ଦେଇ ସେନା କର୍ତ୍ତୃପକ୍ଷ ଅସ୍ବାଭାବିକତାକୁ ସ୍ବୀକାର କରି ନ ଥାଆନ୍ତି। ଫଳରେ ସାଧାରଣ ଯବାନଙ୍କ ଭଳି ସେନାର ତଳ ସ୍ତରରେ ଥିବା ବ୍ୟକ୍ତିବିଶେଷ ବିଷାଦ ଭିତରକୁ ଚାଲିଯାଇଥାଆନ୍ତି। ଦେଖିବାକୁ ଗଲେ ଦେଶ ପାଇଁ ଲଢ଼ିବା ସକାଶେ ଉଦ୍ଦାମ ଯୁବଶକ୍ତି ପ୍ରାରମ୍ଭିକ ପର୍ଯ୍ୟାୟରେ ସେନାରେ ଭର୍ତ୍ତି ହେବାକୁ ଚାହିଁଥାଆନ୍ତି। ସେମାନଙ୍କୁ ଦରମା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଦିଆଯାଉଥିଲେ ମଧ୍ୟ ମନସ୍ତାତ୍ତ୍ୱିକ ଦିଗକୁ ବିଶେଷ ଗୁରୁତ୍ୱ ଦିଆଯାଉ ନ ଥିବାରୁ ଏଭଳି ଅଭାବନୀୟ ସ୍ଥିତି ଦେଖାଯାଉଛି। ବାରମ୍ବାର ଯବାନଙ୍କ ଆତ୍ମହତ୍ୟା ସଂକ୍ରାନ୍ତ ଅଭିଯୋଗ ଆସିବା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତାହାକୁ ରୋକିବା ପାଇଁ ‘୧୦୦ ଦିନ ଛୁଟି’ ନୀତିକୁ କାର୍ଯ୍ୟକାରୀ କରିଛନ୍ତି। ଏହା ସତ୍ତ୍ୱେ ଯବାନ ଆତ୍ମହତ୍ୟା ଘଟୁଥିବା ଦର୍ଶାଉଛି ଯେ, କେବଳ ଛୁଟି ସେମାନଙ୍କ ସମସ୍ୟାକୁ ଟାଳିବା ଲାଗି ଯଥେଷ୍ଟ ନୁହେଁ। ସେମାନଙ୍କ ମନୋବୈଜ୍ଞାନିକ ସ୍ଥିତିକୁ ପଢ଼ି ଏ ଦିଗରେ ସଂସ୍କାର ଆଣିବା ଦରକାର।
ସେନା ଏକ ଶୃଙ୍ଖଳିତ କ୍ଷେତ୍ର ବୋଲି ବିବେଚନା କରାଯାଇଥାଏ। କିନ୍ତୁ ଉଚ୍ଚପଦସ୍ଥ ଅଧିକାରୀ ସାଧାରଣ ଯବାନଙ୍କୁ ଶୃଙ୍ଖଳା ନାମରେ ସେମାନଙ୍କ ସ୍ବରକୁ ଚାପି ଦେଇଥାଆନ୍ତି ବୋଲି ଶୁଣିବାକୁ ମିଳେ। ଫଳରେ ଅନେକଙ୍କଠାରେ ଦେଖାଦେଉଥିବା ଅସନ୍ତୋଷ କେତେବେଳେ ବିଦ୍ରୋହ ସୃଷ୍ଟି କରିଥାଏ। ଯେଉଁମାନେ ସ୍ଥିତି ସହିତ ଖାପ ଖୁଆଇପାରି ନ ଥାଅନ୍ତି ସେମାନେ ଚାକିରିରୁ ଇସ୍ତଫା ଦେବା କିମ୍ବା ସ୍ବେଚ୍ଛାକୃତ ଅବସର ନେଇ ଯାଉଛନ୍ତି ଏବଂ ସ୍ଥଳବିଶେଷରେ ଆତ୍ମହତ୍ୟା କରୁଥିବା ଖବର ଶୁଣିବାକୁ ମିଳୁଛି। କିଛିବର୍ଷ ହେବ ସାମୟିକ ଭାବେ ସେନାରେ ଯୋଗଦେଉଥିବା ଅଗ୍ନିବୀରଙ୍କ ଭବିଷ୍ୟତ ଦେଖିଲେ ଆହୁରି ତାଜୁବ ହେବାକୁ ପଡ଼ୁଛି। ଚାକିରିରେ ସ୍ଥାୟିତ୍ୱ ନ ଥିବାରୁ ଆରମ୍ଭରୁ ସେମାନେ ଚାପରେ ରହୁଛନ୍ତି। ନିଯୁକ୍ତିରେ ସ୍ଥାୟିତ୍ୱ ଥିବା ଯବାନଙ୍କ ଅବସ୍ଥା ଯଦି ଏଭଳି ହେଉଛି, ତାହା ହେଲେ ଆଗକୁ ଅଗ୍ନିବୀରମାନଙ୍କ ସ୍ଥିତି କ’ଣ ହେବ ସେ ଦିଗକୁ ମଧ୍ୟ ସରକାର ଏବେଠୁ ଧ୍ୟାନ ଦେବା ଦରକାର।
ବର୍ତ୍ତମାନ ସମ୍ଭବତଃ ଯେଉଁ ଯୁବକମାନେ ସୁରକ୍ଷା ବଳରେ ଯୋଗ ଦେଉଛନ୍ତି, ତାହା ଅର୍ଦ୍ଧସାମରିକ ହେଉ ବା ସେନା, ସେମାନଙ୍କ ମନ ଭିତରେ ଏହି ଦେଶରେ ରହୁଥିବା ଜନସାଧାରଣଙ୍କ ଚରିତ୍ର ସମ୍ପର୍କରେ ପ୍ରଶ୍ନ ଉପୁଜୁଥିବ। ଯେଉଁଭଳି ରାଜନେତାମାନେ କେବଳ କଥା କହି ନିଜ ସମ୍ପର୍କୀୟଙ୍କୁ ଧନୀ କରାଉଛନ୍ତି, ଯେଉଁଭଳି ନ୍ୟାୟଧୀଶ ଓ ଅଫିସରମାନେ ଚାକିରି କରୁଥିବା ବେଳେ ଓ ଅବସର ନେବା ପରେ ଦେଶକୁ ଲୁଣ୍ଠନ କରୁଛନ୍ତି, ବ୍ୟବସାୟୀମାନେ କେବଳ ଦେଶର ସମ୍ବଳକୁ ନେଇ ଅନେକ ଲକ୍ଷ କୋଟି ଟଙ୍କାର ମାଲିକ ହେଉଛନ୍ତି ଏବଂ ଏହିଭଳି ଚୋର ତସ୍କରଙ୍କୁ ସାଧାରଣ ନାଗରିକ ସବୁ ପ୍ରକାର ସାହାଯ୍ୟ ଦେଉଛନ୍ତି, ସେଥିରେ ସେନାରେ ଯୋଗ ଦେଉଥିବା ଯୁବକମାନଙ୍କ ମନ ‘ଛି’ ହୋଇଯାଉଥିବ। ସେଭଳି ମାନସିକ ସ୍ତରରେ ସହଯୋଗୀ ଓ ଉପରିସ୍ଥ ଅଧିକାରୀଙ୍କୁ ମାରିବା ସହିତ ଆତ୍ମହତ୍ୟା କରିବା ଭଳି ପରିସ୍ଥିତି ସୃଷ୍ଟି ହେଉଥାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?