ଫୋରେନ୍‌ସିକ୍‌ ଲ୍ୟାବ୍‌କୁଗଲା ଜବତ ମୋବାଇଲ

ଭୁବନେଶ୍ୱର,୨୬ା୯ (ବ୍ୟୁରୋ): ପୁରୀ ଜିଲା ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍‌ର ବିଜେଡି ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଭୁବନେଶ୍ୱରରେ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ରବିବାର ୨ଦିନ ବିତିଛି। ମୃତ୍ୟୁକୁ ନେଇ ରହସ୍ୟ ଲାଗି ରହିଥିବାବେଳେ ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ପୋଲିସ ଏଯାଏ କିଛି ସ୍ପଷ୍ଟ କରିନାହିଁ। ଧଉଳି ଥାନାରେ ରୁଜୁ ହୋଇଥିବା ଅପମୃତ୍ୟୁ ମାମଲାରେ ପୋଲିସ ତଦନ୍ତକୁ ଜୋରଦାର କରିବା ସହ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ଘଟଣା ପଛରେ ରାଜନୈତିକ ଲିଙ୍କ୍‌ ପ୍ରସଙ୍ଗ ଉଠୁଥିବାରୁ କମିଶନରେଟ ପୋଲିସ ଏହାକୁ ଗୁରୁତ୍ୱ ସହ ନେଇଛି। ରବିବାର ଜବତ ହୋଇଥିବା ୨ଟି ମୋବାଇଲ ଫୋନ୍‌କୁ ଯାଞ୍ଚ ପାଇଁ ରାଜ୍ୟ ଫୋରେନ୍‌ସିକ୍‌ ଲ୍ୟାବକୁ ପଠାଯାଇଛି। ଏଥିସହ ଘଟଣାସ୍ଥଳରେ ଲାଗିଥିବା ସିସିଟିଭିକୁ ମଧ୍ୟ ଜବତ କରି ଯାଞ୍ଚ ଚାଲିଛି। ଘର ଉପର ମହଲାରେ ରହୁଥିବା ରୋଷେୟା ସନ୍ଦେହଘେରରେ ଥିବାରୁ ପୋଲିସ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିଛି। ଏ ପରିସ୍ଥିତିରେ ନିମାପଡ଼ା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ବିରୋଧୀ ଭାଜପା ଓ କଂଗ୍ରେସ ଦାବି କରି ରାସ୍ତାକୁ ଓହ୍ଲାଇଥିବାରୁ ପୋଲିସ ଉପରେ ଚାପ ବଢ଼ିବାରେ ଲାଗିଛି।
ତେବେ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି। ଋଣ ଟଙ୍କାର ଚାପ ଓ ପାରିବାରିକ ବିବାଦରୁ ଧର୍ମେନ୍ଦ୍ର ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ମଧ୍ୟ ଏହାର ପ୍ରମାଣ ପାଇବାକୁ ପୋଲିସ ଲାଗି ପଡ଼ିଛି। ‘୨ଟି ଫୋନ୍‌ରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ’ ବୋଲି ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ନିଜ ଫେସ୍‌ବୁକ ପେଜ୍‌ରେ ଏକ ଭିଡିଓ ପୋଷ୍ଟ କରି ଲେଖିଥିଲେ। ତେଣୁ ଉକ୍ତ ୨ଟି ମୋବାଇଲରେ ମୃତ୍ୟୁ ରହସ୍ୟ ସହ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବା ସ୍ପଷ୍ଟ ଜଣାପଡ଼ୁଛି। ଅପରପକ୍ଷରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଆଉ ଏକ ବଡ଼ କଥା ସାମ୍ନାକୁ ଆସୁଛି। ଗତ ପଞ୍ଚାୟତ ନିର୍ବାଚନରେ ଧର୍ମେନ୍ଦ୍ର ନିମାପଡ଼ା ନିର୍ବାଚନମଣ୍ଡଳୀର ଜଣେ ବରିଷ୍ଠ ନେତାଙ୍କଠାରୁ ୮୦ ଲକ୍ଷ ଟଙ୍କା ଆଣି ଖର୍ଚ୍ଚ କରିଥିଲେ ବୋଲି ଚର୍ଚ୍ଚା ହେଉଛି। ହେଲେ ପରବର୍ତ୍ତୀ ସମୟରେ ଉକ୍ତ ଟଙ୍କା ସେ ଦେଇ ନ ପାରି ଚାପରେ ଥିବା ମଧ୍ୟ ଶୁଣାଯାଉଛି। ତେଣୁ ଉଭୟଙ୍କ ମଧ୍ୟରେ ବିଶୃଙ୍ଖଳା ହେବା ସହ ଏହାକୁ ନେଇ ପରିବାରରେ ମଧ୍ୟ ଝଡ଼ ସୃଷ୍ଟି ହେଉଥିବା କୁହାଯାଉଛି। ତେଣୁ ପୋଲିସ ଏସବୁ ପ୍ରସଙ୍ଗକୁ ନେଇ ଖୋଳତାଡ଼ ଆରମ୍ଭ କରିଛି। ରବିବାର ସାରେ ତଦନ୍ତ ଦାୟିତ୍ୱରେ ଥିବା ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲଙ୍କ ସମେତ ୭ ଜଣିଆ ପୋଲିସ ଟିମ୍‌ ଧର୍ମେନ୍ଦ୍ରଙ୍କ ଘରକୁ ଯାଇଥିଲା। ସେଠାରେ ପୋଲିସ ଟିମ୍‌ ବିଭିନ୍ନ ଦିଗକୁ ନେଇ ପରିବାର ଲୋକଙ୍କୁ ପଚରାଉଚରା ସହ ବହୁ ତଥ୍ୟ ହାସଲ କରି ଫେରିଛି।
ଧର୍ମେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ ଲକ୍ଷ୍ମୀବିହାର ଅଞ୍ଚଳରେ ଥିବା ତାଙ୍କ ବାସଭବନ ସାମ୍ନା ସ୍ପଟିକରୁ ଝୁଲନ୍ତା ଅବସ୍ଥାରେ ମିଳିଥିବାବେଳେ ତାଙ୍କ ମୋବାଇଲ ଆଉ ଏକ ସ୍ଥାନରୁ ମିଳିଲା କେମିତି? ଶୁକ୍ରବାର ରାତି ୧୨ଟା୧୩ରେ ଧର୍ମେନ୍ଦ୍ରଙ୍କ ଘରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଉକ୍ତ ବ୍ୟକ୍ତି ଜଣକ କିଏ? ୮୦ ଲକ୍ଷ ଟଙ୍କା ଦେଇଥିବା ଉକ୍ତ ନେତା ଜଣକ କିଏ ଓ ଏହାକୁ ନେଇ ଉଭୟଙ୍କ ଭିତରେ କେଉଁ ପ୍ରକାର ବିବାଦ ଥିଲା? ଏଭଳି ବିଭିନ୍ନ ଦିଗକୁ ନେଇ ଏକାଧିକ ପ୍ରଶ୍ନର ଉତ୍ତର ଜାଣିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଧର୍ମେନ୍ଦ୍ରଙ୍କ ଶ୍ୱଶୁର ଦୁଃଶାସନ ସ୍ବାଇଁ ଗଣମାଧ୍ୟମକୁ କହିଛନ୍ତି, ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ପୁତୁରା କାହିଁକି ଘର ଛାଡ଼ିଥିଲେ ତାହାର ତଦନ୍ତ ହେଉ। କଲ୍‌ ରେକର୍ଡ ଯାଞ୍ଚ କରାଯାଉ। ସିସିଟିଭି ଫୁଟେଜରେ ହାଫ୍‌ ପ୍ୟାଣ୍ଟ ପିନ୍ଧିଥିବା ଉକ୍ତ ଯୁବକଙ୍କୁ ସାମ୍ନାକୁ ଅଣାଯାଉ ବୋଲି ସେ କହିଛନ୍ତି। ତେବେ ଏ ସଂକ୍ରାନ୍ତରେ ଡିସିପି ପ୍ରତୀକ ସିଂ କହିଛନ୍ତି, ତଦନ୍ତ ଚାଲୁ ରହିଛି। ଲ୍ୟାବ୍‌କୁ ପଠାଯାଇଥିବା ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲକୁ ସେଠାରେ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri