ଫୋରେନ୍‌ସିକ୍‌ ଲ୍ୟାବ୍‌କୁଗଲା ଜବତ ମୋବାଇଲ

ଭୁବନେଶ୍ୱର,୨୬ା୯ (ବ୍ୟୁରୋ): ପୁରୀ ଜିଲା ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍‌ର ବିଜେଡି ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଭୁବନେଶ୍ୱରରେ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ରବିବାର ୨ଦିନ ବିତିଛି। ମୃତ୍ୟୁକୁ ନେଇ ରହସ୍ୟ ଲାଗି ରହିଥିବାବେଳେ ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ପୋଲିସ ଏଯାଏ କିଛି ସ୍ପଷ୍ଟ କରିନାହିଁ। ଧଉଳି ଥାନାରେ ରୁଜୁ ହୋଇଥିବା ଅପମୃତ୍ୟୁ ମାମଲାରେ ପୋଲିସ ତଦନ୍ତକୁ ଜୋରଦାର କରିବା ସହ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ଘଟଣା ପଛରେ ରାଜନୈତିକ ଲିଙ୍କ୍‌ ପ୍ରସଙ୍ଗ ଉଠୁଥିବାରୁ କମିଶନରେଟ ପୋଲିସ ଏହାକୁ ଗୁରୁତ୍ୱ ସହ ନେଇଛି। ରବିବାର ଜବତ ହୋଇଥିବା ୨ଟି ମୋବାଇଲ ଫୋନ୍‌କୁ ଯାଞ୍ଚ ପାଇଁ ରାଜ୍ୟ ଫୋରେନ୍‌ସିକ୍‌ ଲ୍ୟାବକୁ ପଠାଯାଇଛି। ଏଥିସହ ଘଟଣାସ୍ଥଳରେ ଲାଗିଥିବା ସିସିଟିଭିକୁ ମଧ୍ୟ ଜବତ କରି ଯାଞ୍ଚ ଚାଲିଛି। ଘର ଉପର ମହଲାରେ ରହୁଥିବା ରୋଷେୟା ସନ୍ଦେହଘେରରେ ଥିବାରୁ ପୋଲିସ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିଛି। ଏ ପରିସ୍ଥିତିରେ ନିମାପଡ଼ା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ବିରୋଧୀ ଭାଜପା ଓ କଂଗ୍ରେସ ଦାବି କରି ରାସ୍ତାକୁ ଓହ୍ଲାଇଥିବାରୁ ପୋଲିସ ଉପରେ ଚାପ ବଢ଼ିବାରେ ଲାଗିଛି।
ତେବେ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି। ଋଣ ଟଙ୍କାର ଚାପ ଓ ପାରିବାରିକ ବିବାଦରୁ ଧର୍ମେନ୍ଦ୍ର ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ମଧ୍ୟ ଏହାର ପ୍ରମାଣ ପାଇବାକୁ ପୋଲିସ ଲାଗି ପଡ଼ିଛି। ‘୨ଟି ଫୋନ୍‌ରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ’ ବୋଲି ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ନିଜ ଫେସ୍‌ବୁକ ପେଜ୍‌ରେ ଏକ ଭିଡିଓ ପୋଷ୍ଟ କରି ଲେଖିଥିଲେ। ତେଣୁ ଉକ୍ତ ୨ଟି ମୋବାଇଲରେ ମୃତ୍ୟୁ ରହସ୍ୟ ସହ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବା ସ୍ପଷ୍ଟ ଜଣାପଡ଼ୁଛି। ଅପରପକ୍ଷରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଆଉ ଏକ ବଡ଼ କଥା ସାମ୍ନାକୁ ଆସୁଛି। ଗତ ପଞ୍ଚାୟତ ନିର୍ବାଚନରେ ଧର୍ମେନ୍ଦ୍ର ନିମାପଡ଼ା ନିର୍ବାଚନମଣ୍ଡଳୀର ଜଣେ ବରିଷ୍ଠ ନେତାଙ୍କଠାରୁ ୮୦ ଲକ୍ଷ ଟଙ୍କା ଆଣି ଖର୍ଚ୍ଚ କରିଥିଲେ ବୋଲି ଚର୍ଚ୍ଚା ହେଉଛି। ହେଲେ ପରବର୍ତ୍ତୀ ସମୟରେ ଉକ୍ତ ଟଙ୍କା ସେ ଦେଇ ନ ପାରି ଚାପରେ ଥିବା ମଧ୍ୟ ଶୁଣାଯାଉଛି। ତେଣୁ ଉଭୟଙ୍କ ମଧ୍ୟରେ ବିଶୃଙ୍ଖଳା ହେବା ସହ ଏହାକୁ ନେଇ ପରିବାରରେ ମଧ୍ୟ ଝଡ଼ ସୃଷ୍ଟି ହେଉଥିବା କୁହାଯାଉଛି। ତେଣୁ ପୋଲିସ ଏସବୁ ପ୍ରସଙ୍ଗକୁ ନେଇ ଖୋଳତାଡ଼ ଆରମ୍ଭ କରିଛି। ରବିବାର ସାରେ ତଦନ୍ତ ଦାୟିତ୍ୱରେ ଥିବା ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲଙ୍କ ସମେତ ୭ ଜଣିଆ ପୋଲିସ ଟିମ୍‌ ଧର୍ମେନ୍ଦ୍ରଙ୍କ ଘରକୁ ଯାଇଥିଲା। ସେଠାରେ ପୋଲିସ ଟିମ୍‌ ବିଭିନ୍ନ ଦିଗକୁ ନେଇ ପରିବାର ଲୋକଙ୍କୁ ପଚରାଉଚରା ସହ ବହୁ ତଥ୍ୟ ହାସଲ କରି ଫେରିଛି।
ଧର୍ମେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ ଲକ୍ଷ୍ମୀବିହାର ଅଞ୍ଚଳରେ ଥିବା ତାଙ୍କ ବାସଭବନ ସାମ୍ନା ସ୍ପଟିକରୁ ଝୁଲନ୍ତା ଅବସ୍ଥାରେ ମିଳିଥିବାବେଳେ ତାଙ୍କ ମୋବାଇଲ ଆଉ ଏକ ସ୍ଥାନରୁ ମିଳିଲା କେମିତି? ଶୁକ୍ରବାର ରାତି ୧୨ଟା୧୩ରେ ଧର୍ମେନ୍ଦ୍ରଙ୍କ ଘରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଉକ୍ତ ବ୍ୟକ୍ତି ଜଣକ କିଏ? ୮୦ ଲକ୍ଷ ଟଙ୍କା ଦେଇଥିବା ଉକ୍ତ ନେତା ଜଣକ କିଏ ଓ ଏହାକୁ ନେଇ ଉଭୟଙ୍କ ଭିତରେ କେଉଁ ପ୍ରକାର ବିବାଦ ଥିଲା? ଏଭଳି ବିଭିନ୍ନ ଦିଗକୁ ନେଇ ଏକାଧିକ ପ୍ରଶ୍ନର ଉତ୍ତର ଜାଣିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଧର୍ମେନ୍ଦ୍ରଙ୍କ ଶ୍ୱଶୁର ଦୁଃଶାସନ ସ୍ବାଇଁ ଗଣମାଧ୍ୟମକୁ କହିଛନ୍ତି, ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ପୁତୁରା କାହିଁକି ଘର ଛାଡ଼ିଥିଲେ ତାହାର ତଦନ୍ତ ହେଉ। କଲ୍‌ ରେକର୍ଡ ଯାଞ୍ଚ କରାଯାଉ। ସିସିଟିଭି ଫୁଟେଜରେ ହାଫ୍‌ ପ୍ୟାଣ୍ଟ ପିନ୍ଧିଥିବା ଉକ୍ତ ଯୁବକଙ୍କୁ ସାମ୍ନାକୁ ଅଣାଯାଉ ବୋଲି ସେ କହିଛନ୍ତି। ତେବେ ଏ ସଂକ୍ରାନ୍ତରେ ଡିସିପି ପ୍ରତୀକ ସିଂ କହିଛନ୍ତି, ତଦନ୍ତ ଚାଲୁ ରହିଛି। ଲ୍ୟାବ୍‌କୁ ପଠାଯାଇଥିବା ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲକୁ ସେଠାରେ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri