କାଟ୍ରିନାଙ୍କ ବିବାହ ମଣ୍ଡପ ଚାରିପଟେ ନିୟୋଜିତ ସୁରକ୍ଷାକର୍ମୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିବାହକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଡିସେମ୍ବର ୭ ରେ ତାଙ୍କର ସଂଗୀତ, ୮ରେ ମେହେନ୍ଦୀ ଏବଂ ୯ରେ ବିବାହ ହେବା ନେଇ କୁହାଯାଉଛି। ସେନେଇ ସବୁ ପ୍ରକାର ଆୟୋଜନ ମଧ୍ୟ କରିସାରିଥିବା ଜଣାପଡିଛି। ତେବେ ସେମାନେ ନିଜେ ଏ ବିଷୟରେ କୌଣସି ସୂଚନା ଦେଇନାହାନ୍ତି।
ସେମାନଙ୍କ ବିବାହ ରାଜସ୍ଥାନର ସାଓ୍ବାଇ ମାଧୋପୁରର ଏକ ରିସୋର୍ଟରେ ହେବ। ନିକଟରେ ସେହି ରିସୋର୍ଟର ପ୍ରବେଶ ଦ୍ୱାର ଏବଂ ବାହାରେ ସୁରକ୍ଷାକର୍ମୀ ଥିବାର ନଜର ଆସୁଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ ସପ୍ତାହରେ ସ୍ଥାନୀୟ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ତାଙ୍କ ବିବାହରେ ୧୨୦ ଜଣ ଅତିଥି ଯୋଗ ଦେବା ନେଇ କୁହାଯାଉଛି। ଯେଉଁମାନେ ଯୋଗ ଦେବେ ସେମାନଙ୍କ ପାଇଁ ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।

Share