ବୁଲେଟ୍‌ ପ୍ରୁଫ୍‌ ସଂଗ୍ରହାଳୟ ସୁରକ୍ଷା ଢିଲା

ଚଣ୍ଡିଖୋଲ,୧୦।୧(ଡି.ଏନ.ଏ.): ଯାଜପୁର ଜିଲାର ବୌଦ୍ଧ ହୀରକ ତ୍ରିଭୁଜ ଭାବେ ପରିଗଣିତ ଲଳିତଗିରି, ରତ୍ନଗିରି ଓ ଉଦୟଗିରି ସାରାବିଶ୍ୱରେ ଓଡ଼ିଶାର ପରିଚୟ ସୃଷ୍ଟି କରିଛି। ଏହା ମଧ୍ୟରୁ ଲଳିତଗିରିରୁ ଆବିଷ୍କୃତ ବୁଦ୍ଧଙ୍କ ଅସ୍ଥି ଅନ୍ୟ କେଉଁଠି ଦେଖାଯାଏ ନାହିଁ। ଯେଉଁଥି ପାଇଁ ୧୦ କୋଟି ଟଙ୍କା ବ୍ୟୟରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ(ଏଏସ୍‌ଆଇ) ପକ୍ଷରୁ ଓଡ଼ିଶାର ପ୍ରଥମ ବୁଲେଟ୍‌ ପ୍ରୁଫ୍‌ ସଂଗ୍ରହାଳୟ ଲଳିତଗିରିଠାରେ କରାଯାଇଛି। ୨୦୧୮ ଡିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସ ଜରିଆରେ ଏହାର ଲୋକାର୍ପଣ କରିଥିଲେ। ସେତେବେଳେ ଏଏସ୍‌ଆଇ ତରଫରୁ ଏହି ସଂଗ୍ରହାଳୟ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମାତ୍ର ବର୍ଷକ ମଧ୍ୟରେ ଏହାର ସୁରକ୍ଷା ବ୍ୟବସ୍ଥା ଢିଲା ହୋଇଥିବା ଦେଖିବାକୁ ମିଳିଛି। ଆବଶ୍ୟକ କର୍ମଚାରୀ ଅଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଏହାର ସୁରକ୍ଷାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଦିବାରାତ୍ର ୨୪ଘଣ୍ଟା ତିନି ଥାକରେ ଏହି ସଂଗ୍ରହାଳୟ ପାଇଁ ୬ଜଣ ବନ୍ଧୁକଧାରୀ ସୁରକ୍ଷା କର୍ମୀ ଓ ୬ଜଣ ପର୍ଯ୍ୟଟକ ଗାଇଡ୍‌ ରହିବା କଥା। କିନ୍ତୁ ଏବେ ମାତ୍ର ଜଣେ ବନ୍ଧୁକଧାରୀ ଓ ୫ ଜଣ ପର୍ଯ୍ୟଟକ ଗାଇଡ୍‌ ରହିଛନ୍ତି। ଅନ୍ୟପକ୍ଷରେ ବୌଦ୍ଧବିହାର ପାଇଁ ୧୦ ଜଣ କର୍ମଚାରୀ ନିଯୁକ୍ତ ଥିଲାବେଳେ ୭ ଜଣ ରହିଛନ୍ତି। ଏତେବଡ଼ ପରିସୀମା ମଧ୍ୟରେ ରହିଥିବା ଏହି ବୌଦ୍ଧ ବିହାରର ସୁରକ୍ଷା ପାଇଁ କର୍ମଚାରୀ ଅଭାବ ସମସ୍ୟା ସୃଷ୍ଟି କରିଛି। ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।
ଏଏସ୍‌ଆଇ ପକ୍ଷରୁ ୧୯୮୫-୮୬ରେ ଲଳିତଗିରିର ବୌଦ୍ଧ କୀର୍ତ୍ତିରାଜି ଖନନ ସମୟରେ ସେଠାରେ ଥିବା ବିରାଟ ବୌଦ୍ଧ ସ୍ତୂପ ମଧ୍ୟରୁ ବୁଦ୍ଧଙ୍କ ଅସ୍ଥି ମିଳିଥିଲା। ଏହି ଅସ୍ଥି ୩ଟି ଫରୁଆ ମଧ୍ୟରେ ଆବଦ୍ଧ ହୋଇ ରହିଥିଲା। ସ୍ତୂପ ମଧ୍ୟରୁ ଏକ କାଠଫରୁଆ ମିଳିଥିଲା। ଏହି କାଠଫରୁଆ ମଧ୍ୟରେ ଏକ ରୁପାଫରୁଆ ଓ ରୁପାଫରୁଆ ମଧ୍ୟରେ ଏକ ସୁନାଫରୁଆ ଭିତରେ ଅସ୍ଥି ରହିଥିଲା। ସେତେବେଳେ ଏଏସ୍‌ଆଇ ତରଫରୁ ଅସୁରକ୍ଷିତ ମନେକରି ଭୁବନେଶ୍ୱରଠାରେ ଥିବା ସଂଗ୍ରହାଳୟରେ ଏହାକୁ ନେଇ ରଖାଯାଇଥିଲା। ଏଏସ୍‌ଆଇର ତତ୍କାଳୀନ ଓଡ଼ିଶା ଅଧୀକ୍ଷକ ଗୋପାଳ ଚନ୍ଦ୍ର ଚାଓଲେଙ୍କ ନେତୃତ୍ୱରେ ଖନନ ଚାଲିଥିଲା ବେଳେ ଏହାକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ଏଠାରୁ ଆବିଷ୍କୃତ ମହାସ୍ତୂପ ଖ୍ରୀ.ପୂ. ୨ୟ ଶତାବ୍ଦୀରୁ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀ ସମୟର ବୋଲି ଐତିହାସିକ ମତ ରଖିଥିଲା ବେଳେ ଏଠାରୁ ମିଳିଥିବା ବୁଦ୍ଧଙ୍କ ଅସ୍ଥି ଫରୁଆରେ କୌଣସି ଶିଳାଲେଖ ନ ଥିବାରୁ ଏହା କେଉଁ ସମୟର ତାହା ଆକଳନ କରିବା କଷ୍ଟକର ହୋଇଥିଲା। ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଓ ଆନ୍ଦୋଳନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଲେଟ ପ୍ରୁଫ୍‌ ସଂଗ୍ରହାଳୟ କରାଯାଇ ସେଠାରେ ରୁପା ଓ ସୁନା ଫରୁଆରେ ଥିବା ଅସ୍ଥି ରଖା ଯାଇଥିଲା। ୯୦ ଏକର ପରିମିତ ଜମିରେ ଲଳିତଗିରିର ବ୍ୟାପକ ବୌଦ୍ଧ କୀର୍ତ୍ତିରାଜି ରହିଛି। ଏଠାରୁ ଗୌତମ ବୁଦ୍ଧଙ୍କ ପଥର ନିର୍ମିତ ଭୂମି ସ୍ପର୍ଶ ବୁଦ୍ଧ, ଧ୍ୟାନ ବୁଦ୍ଧ, ଅଭୟ ବୁଦ୍ଧ, ଧର୍ମଚକ୍ର ବୁଦ୍ଧ, ବରଦା ମୁଦ୍ରା ଆଦି ମୂର୍ତ୍ତି ଆବିଷ୍କୃତ ହୋଇଥିଲାବେଳେ ୩ରୁ ଅଧିକ ଚୈତ୍ୟ ଗୃହ ଓ ବୌଦ୍ଧ ବିହାର ଆବିଷ୍କୃତ ହୋଇଛି। ବ୍ୟାପକ ପର୍ଯ୍ୟଟକ ଆସୁଥିଲା ବେଳେ କର୍ମଚାରୀ ସଂଖ୍ୟା କମ୍‌ ଥିବାରୁ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି। ଏ ସମ୍ପର୍କରେ ଏଏସ୍‌ଆଇ ଉପଅଧୀକ୍ଷକ ମାନସ ଚନ୍ଦ୍ର ସାହୁ କହିଛନ୍ତି, କରୋନା କଟକଣା ଯୋଗୁ ପର୍ଯ୍ୟଟକଙ୍କ ସଂଖ୍ୟା କମ୍‌ ଥିବାରୁ କର୍ମଚାରୀ ସଂଖ୍ୟା କମ୍‌ ଅଛି। ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଲେ ଅଧିକ ସୁରକ୍ଷା କର୍ମୀ ନିଯୁକ୍ତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri