Posted inଜାତୀୟ

ଦ୍ୱିତୀୟ ସର୍ବାଧିକ ଫଳପ୍ରଦ ଅଧିବେଶନ

ନୂଆଦିଲ୍ଲୀ,୨୩ା୯: ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଅବସରରେ ଉଭୟ ଲୋକ ସଭା ଓ ରାଜ୍ୟ ସଭା ଧାର୍ଯ୍ୟ ସମୟଠାରୁ ଅଧିକ ସମୟ କାର୍ଯ୍ୟ କରିଛି। ସପ୍ତଦଶ ଲୋକସଭାର ଏହା ଏକମାତ୍ର ଅଧବବେଶନ, ଯେଉଁଠି ମୁଲତବୀ ଯୋଗୁ ନିମ୍ନ ସଦନର ସମୟ ଆଦୌ ବରବାଦ ହୋଇନାହିଁ। ୧୮ରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଅଧିବେଶନ ଧାର୍ଯ୍ୟ ସମୟ ଶୁକ୍ରବାର ପରିବର୍ତ୍ତେ ଗୁରୁବାର ରାତିରେ ଶେଷ ହୋଇଥିଲା। ଏହି ଅଧିବେଶନରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍‌ ଉଭୟ ଗୃହର ଅନୁମୋଦନ ଲାଭ କରିଥିଲା। ଏହା ବ୍ୟତୀତ ପାର୍ଲାମେଣ୍ଟର ୭୫ ବର୍ଷ ସମ୍ପର୍କରେ ଆଲୋଚନା କରାଯିବା ସହ ଚନ୍ଦ୍ରୟାନ-୩ର ସଫଳତା ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା।
ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ରିସର୍ଚ୍ଚ ତଥ୍ୟ ଅନୁଯାୟୀ ଲୋକ ସଭା ଧାର୍ଯ୍ୟ ସମୟ ୨୨ ଘଣ୍ଟା ୪୫ ମିନିଟ୍‌ ଠାରୁ ୮ ଘଣ୍ଟା ଅଧିକ କାର୍ଯ୍ୟ କରିଥିଲା। ରାଜ୍ୟ ସଭା ଧାର୍ଯ୍ୟ ସମୟ ୨୧ ଘଣ୍ଟା ୪୫ ମିନିଟ୍‌ ପରିବର୍ତ୍ତେ ୨୭ ଘଣ୍ଟା ୪୪ ମିନିଟ୍‌ ପାଇଁ ବସିଥିଲା। ଲୋକ ସଭା ଅଧିବେଶନ ୧୬୦ % ସଫଳ ବୋଲି ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି। ରାଜ୍ୟ ସଭା ଦେଢ଼ଘଣ୍ଟା ମୁଲତବୀ ରହିଥିଲା। ବର୍ତ୍ତମାନ ସୁଦ୍ଧା ଏହା ଦ୍ୱିତୀୟ ସର୍ବାଧିକ ଫଳପ୍ରଦ ଅଧିବେଶନ। ୨୦୨୦ର ମୌସୁମୀ ଅଧବେଶନ ବେଳେ ଲୋକ ସଭା ଧାର୍ଯ୍ୟ ସମୟର ୧୪୫% କାର୍ଯ୍ୟ କରିଥିଲା।
ପିଆର୍‌ଏସ୍‌ ରିପୋର୍ଟ ଅନୁଯାୟୀ ଲୋକ ସଭାରେ ସ୍ବତନ୍ତ୍ର ଅଧିବେଶନର ୬୪% ବିତର୍କରେ ଏବଂ ୩୩% ବିଲ୍‌ ସମ୍ପର୍କିତ କାର୍ଯ୍ୟରେ ବିନିଯୋଗ ହୋଇଥିଲା। ସେହିପରି ରାଜ୍ୟ ସଭାରେ ୫୧% ସମୟ ବିତର୍କରେ ଯାଇଥିବାବେଳେ ୪୫% କେବଳ ମହିଳା ସଂରକ୍ଷଣ ବିଲ୍‌ ଗୃହୀତ କରାଇବାରେ ଅତିବାହିତ ହୋଇଥିଲା। ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩ % ଆସନ ସଂରକ୍ଷଣ ପାଇଁ ସମ୍ବିଧାନ (୧୨୮ତମ ସଂଶୋଧନ) ବିଲ୍‌ ୧୯ରେ ଆଗତ ହୋଇ ୧୦ ଘଣ୍ଟା ଆଲୋଚନା ହୋଇଥିଲା। ୩୨ ମହିଳା ଏମ୍‌ପିଙ୍କ ସମେତ ମୋଟ ୬୦ ସଦସ୍ୟ ଏଥିରେ ଭାଗ ନେଇଥିଲେ। ବିଲ୍‌ ସପକ୍ଷରେ ୪୫୪ ଓ ବିରୋଧରେ ଏଆଇଏମ୍‌ଆଇଏମ୍‌ର ୨ ଏମ୍‌ପି ଭୋଟ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟର ୭୫ ବର୍ଷର ସଂସଦୀୟ ଯାତ୍ରା ଉପରେ ଆଲୋଚନା ଆରମ୍ଭ କରିଥିଲେ। ଏହା ଉପରେ ୬ ଘଣ୍ଟା ୪୩ ମିନିଟ୍‌ ଆଲୋଚନା ହୋଇଥିଲା ଓ ୩୬ ଏମ୍‌ପି ଏଥିରେ ସାମିଲ ହୋଇଥିଲେ। ଚନ୍ଦ୍ରୟାନ-୩ ମିଶନର ସଫଳତା ଉପରେ ଲୋକ ସଭାରେ ୧୨ ଘଣ୍ଟା ୨୫ ମିନିଟ୍‌ ଆଲୋଚନା ହୋଇଥିଲା। ରାଜ୍ୟ ସଭାରେ ମହିଳା ବିଲ୍‌ ଉପରେ ୧୨ ଘଣ୍ଟାରୁ ଅଧିକ ସମୟ ବିତର୍କ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri