୫.୪ ଲକ୍ଷ କୋଟି ହରାଇଲେ ନିବେଶକ

ଭୁବନେଶ୍ୱର, ୨୩।୯: ଗତ ୨ ସପ୍ତାହ ହେଲା ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଫଳରେ ଶେୟାର ବଜାରର ନିବେଶକମାନେ ଆଶା ଆଶଙ୍କାରେ କାରବାର କରୁଛନ୍ତି। ଏପରିକି କ୍ରମାଗତ ୩ୟ ଦିନ ଲାଗି ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ବିଶେଷକରି ସେନ୍‌ସେକ୍ସର କାରବାର ଲଗାତର ଭାବେ ହ୍ରାସ ପାଉଛି। ସୋମବାର ୨୪୨ ପଏଣ୍ଟ, ବୁଧବାର ୭୯୬ ପଏଣ୍ଟ ଏବଂ ଗୁରୁବାର ୫୭୦ରୁ ଅଧିକ ପଏଣ୍ଟ ହ୍ରାସ ଘଟିଥିଲାବେଳେ ଶୁକ୍ରବାର ସେନ୍‌ସେକ୍ସ ୨୨୧ ପଏଣ୍ଟ ସହ ପ୍ରାୟ ୪ଟି କାର୍ଯ୍ୟଦିବସରେ ୧୮୦୦ରୁ ଅଧିକ ପଏଣ୍ଟ ହ୍ରାସ ହୋଇଥିବାରୁ ନିବେଶକମାନେ ୫.୪ ଲକ୍ଷ କୋଟିରୁ ଅଧିକ ନିବେଶ ହରାଇଛନ୍ତି। ଅପରପକ୍ଷରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ରେ ଚଳିତ ସପ୍ତାହର ବଜାର କାରବାର ଶେଷ ସୁଦ୍ଧା ମୋଟ ବଜାର ପୁଞ୍ଜି (ମାର୍କେଟ୍‌ କ୍ୟାପିଟାଲାଇଜେଶନ) ୩ ଲକ୍ଷ କୋଟି ଟଙ୍କାରୁ କମ୍‌ ହୋଇଛି ବୋଲି ବିଏସ୍‌ଇ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ମାସରେ ସେନ୍‌ସେକ୍ସ କ୍ରମାଗତ ଭାବେ ୧୧ ଦିନ ପର୍ଯ୍ୟନ୍ତ କାରବାର ବୃଦ୍ଧି ସହ ଏକ ଏତିହାସିକ ବା ୧୬ବର୍ଷ ତଳର ରେକର୍ଡ ଭଙ୍ଗ ହୋଇଥିଲା। ସେହିଭଳି ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ମହଙ୍ଗା ହେବା ସହିତ ଡଲାର ତୁଳନାରେ ଟଙ୍କା ପରିମାଣ ଦୁର୍ବଳ ସ୍ଥିତି ଏବଂ କାନାଡା ସହିତ ଭାରତର କୂଟନୈତିକ ଉତ୍ତେଜନା ବଜାର କାରବାରେ ପ୍ରଭାବ ପକାଇବା ସହ ନିବେଶକମାନଙ୍କ ମନୋବଳକୁ ଦୁର୍ବଳ କରିଥିବା ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଖସିଲା ଶେୟାର ବଜାର କାରବାର

କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳା ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଳକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ଶୁକ୍ରବାର ବମ୍ବେ ଷ୍ଟକ ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୨୨୧ (୨୨୧.୦୯) ପଏଣ୍ଟ ଖସି ୬୬,୦୦୯ ( ୬୬,୦୦୯.୧୫ ) ଅଙ୍କରେ କାରବାର ବନ୍ଦ କରିଥିଲା।
ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିଫ୍ଟି-୫୦ରେ ୬୮ (୬୮.୧୦) ପଏଣ୍ଟ ହ୍ରାସ ଘଟି ୧୯,୬୭୪ (୧୯,୬୭୪.୨୫) ଅଙ୍କରେରେ କାରବାର ବନ୍ଦ କରିଥିଲା।
ଅପରପକ୍ଷରେ ଆମେରିକା ଫେଡେରାଲ ରିଜର୍ଭଙ୍କ ନିଷ୍ପତ୍ତି ପରେ ଘରୋଇ ବଜାରର କାରବାରରେ ଏକ ପ୍ରକାର ଆଶଙ୍କା ଦେଖାଦେଇଛି।
ଉଲ୍ଲେଖଯୋଗ୍ୟ,ବିଏସ୍‌ଇର ମିଡ୍‌କ୍ୟାପ୍‌ ଓ ସ୍ମଲ୍‌ କ୍ୟାପ୍‌ ଶେୟାରଗୁଡ଼ିକର ଇଣ୍ଡେକ୍ସ ସହିତ ଏନ୍‌ଏସ୍‌ଇ ନିଫ୍ଟିର ମିଡ୍‌ କ୍ୟାପ୍‌, ସ୍ମଲ୍‌ କ୍ୟାପ୍‌ ଓ ବ୍ୟାଙ୍କ ଶେୟାରଗୁଡିକ ମଧ୍ୟ ବ୍ୟାପକ ଭାବେ ହ୍ରାସ ଘଟିଥିବାବେଳେ ସେକ୍ଟୋରାଲ ଇଣ୍ଡେକ୍ସର କାରବାର ମଧ୍ୟ ହ୍ରାସ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?