Posted inଜାତୀୟ

ଆସୁଛି ଭାଜପାର ଦ୍ୱିତୀୟ ଲିଷ୍ଟ, ତାଲିକାରେ ରହିଛି ଓଡିଶାରୁ ପ୍ରାର୍ଥୀଙ୍କ ନାମ!

ନୂଆଦିଲ୍ଲୀ,୧୦।୩: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଭାଜପାର କୋର୍‌ କମିଟି ବୈଠକ ଜାରି ରହିଛି। ପ୍ରଥମ ତାଲିକା ପ୍ରକାଶ ପାଇବା ପରେ ଭାଜପା ଦ୍ୱିତୀୟ ତାଲିକା ଖୁବଶୀଘ୍ର ଆସିବାକୁ ଯାଉଛି। ଦଳ ଖୁବଶୀଘ୍ର ଦ୍ୱିତୀୟ ତାଲିକା ପ୍ରକାଶ କରିବ। ଅନୁମାନ କରାଯାଉଛି କି, ଆଜି ଅର୍ଥରତ ରବିବାର ଭାଜପାର ନିର୍ବାଚନ କମିଟିର ବୈଠକ ବସିବ। ଯେଉଁଥିରେ ଦ୍ୱିତୀୟ ତାଲିକା ପାଇଁ ୧୫୦ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା ହେବ । ସିଇସିରୁ ଅନୁମୋଦନ ପାଇବା ପରେ ଭାଜପାର ଦ୍ୱିତୀୟ ତାଲିକା ପ୍ରକାଶ କରିବ।

ଲୋକସଭା ନିର୍ବାଚନ ପୂର୍ବରୁ ଭାଜପା ନିଜର ମହାମେଣ୍ଟ ଏନଡିଏକୁ ସୁଦୃଢ କରିବାରେ ଲାଗିପଡିଛି। ଆନ୍ଧ୍ରପ୍ରଦେଶରେ ଭାଜପା- ଟିଡିପି ଏବଂ ଜନସେନାର ଏକ ମିଳିତ ମେଣ୍ଟ ପ୍ରସ୍ତୁତ ହୋଇଛି। ସମସ୍ତ ତିନୋଟି ଦଳ ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଏକାଠି ଲଢିବେ। ତେବେ ଏହି ମେଣ୍ଟ କେତେ ସିଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ନେଇ ଆଜି ସିଇସି ବୈଠକରେ ଆଲୋଚନା ହେବ ବୋଲି କଳ୍ପନାଜଳ୍ପନା କରାଯାଉଛି।
ସେହିପରି ଓଡିଶାରେ ଭାଜପା-ବିଜେଡି ମେଣ୍ଟ ହେବା ନେଇ କଳ୍ପନା ଜଳ୍ପନା ଜାରି ରହିଛି। ଏପର୍ଯ୍ୟନ୍ତ ଏହାର ସ୍ପଷ୍ଟ ଚିତ୍ର ମିଳି ନ ଥିବାବେଳେ ଦଳୀୟ କର୍ମୀଙ୍କ ବିବୃତ୍ତିରୁ ସ୍ପଷ୍ଟ ହୋଇଛି କି, ମେଣ୍ଟ ନେଇ ଆଲୋଚନା ଚାଲିଛି।
ଆସନ୍ତା ୧୨ ତାରିଖରେ, ଅର୍ଥାତ ଆଉ ୩ ଦିନ ପରେ ଏହି ଚର୍ଚ୍ଚା ଉପରେ ସ୍ପଷ୍ଟ ଚିତ୍ର ଆସିବ । ବିଜେଡି-ଭାଜପା ସମ୍ଭାବ୍ୟ ମେଣ୍ଟର ଗତିବିଧି ଉପରେ ନଜର ରଖୁଥିବା କିଛି ନେତା କହୁଛନ୍ତି ଏବେ ବି କିଛି ସ୍ତରରେ ଆଲୋଚନା ଚାଲିଛି ଏବଂ ୧୨ ତାରିଖରେ ଏହା ସାମ୍ନାକୁ ଆସିବ ।

ମେଣ୍ଟ ହେବ ନା ନାହିଁ, ତାକୁ ନେଇ ଅନେକ ପ୍ରଶ୍ନ ରହିଥିବା ବେଳେ ଏହାର ଉତ୍ତର କାହାରି ପାଖରେ ନାହିଁ । ମିଳୁଥିବା ସୂଚନା ଅନୁସାରେ, ବିଜେଡି-ଭାଜପା ମଧ୍ୟରେ ଆସନ ବୁଝାମଣା ହୋଇପାରୁନାହିଁ । ମେଣ୍ଟ ପାଇଁ ଭାଜପା ପୁରୀ-ଭୁବନେଶ୍ୱର ମାଗୁଥିବାବେଳେ ସେଥିରେ ବିଜେଡି ରାଜି ହେଉନାହିଁ ଏବଂ ବିଜେଡି ଏମିତି କିଛି ଆସନ ଦାବି କରୁଛି, ଯେଉଁଥିରେ ଭାଜପାର ନେତାମାନେ ରାଜି ହେଉନାହାନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri