Posted inଜାତୀୟ

ଆସୁଛି ଭାଜପାର ଦ୍ୱିତୀୟ ଲିଷ୍ଟ, ତାଲିକାରେ ରହିଛି ଓଡିଶାରୁ ପ୍ରାର୍ଥୀଙ୍କ ନାମ!

ନୂଆଦିଲ୍ଲୀ,୧୦।୩: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଭାଜପାର କୋର୍‌ କମିଟି ବୈଠକ ଜାରି ରହିଛି। ପ୍ରଥମ ତାଲିକା ପ୍ରକାଶ ପାଇବା ପରେ ଭାଜପା ଦ୍ୱିତୀୟ ତାଲିକା ଖୁବଶୀଘ୍ର ଆସିବାକୁ ଯାଉଛି। ଦଳ ଖୁବଶୀଘ୍ର ଦ୍ୱିତୀୟ ତାଲିକା ପ୍ରକାଶ କରିବ। ଅନୁମାନ କରାଯାଉଛି କି, ଆଜି ଅର୍ଥରତ ରବିବାର ଭାଜପାର ନିର୍ବାଚନ କମିଟିର ବୈଠକ ବସିବ। ଯେଉଁଥିରେ ଦ୍ୱିତୀୟ ତାଲିକା ପାଇଁ ୧୫୦ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା ହେବ । ସିଇସିରୁ ଅନୁମୋଦନ ପାଇବା ପରେ ଭାଜପାର ଦ୍ୱିତୀୟ ତାଲିକା ପ୍ରକାଶ କରିବ।

ଲୋକସଭା ନିର୍ବାଚନ ପୂର୍ବରୁ ଭାଜପା ନିଜର ମହାମେଣ୍ଟ ଏନଡିଏକୁ ସୁଦୃଢ କରିବାରେ ଲାଗିପଡିଛି। ଆନ୍ଧ୍ରପ୍ରଦେଶରେ ଭାଜପା- ଟିଡିପି ଏବଂ ଜନସେନାର ଏକ ମିଳିତ ମେଣ୍ଟ ପ୍ରସ୍ତୁତ ହୋଇଛି। ସମସ୍ତ ତିନୋଟି ଦଳ ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଏକାଠି ଲଢିବେ। ତେବେ ଏହି ମେଣ୍ଟ କେତେ ସିଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ନେଇ ଆଜି ସିଇସି ବୈଠକରେ ଆଲୋଚନା ହେବ ବୋଲି କଳ୍ପନାଜଳ୍ପନା କରାଯାଉଛି।
ସେହିପରି ଓଡିଶାରେ ଭାଜପା-ବିଜେଡି ମେଣ୍ଟ ହେବା ନେଇ କଳ୍ପନା ଜଳ୍ପନା ଜାରି ରହିଛି। ଏପର୍ଯ୍ୟନ୍ତ ଏହାର ସ୍ପଷ୍ଟ ଚିତ୍ର ମିଳି ନ ଥିବାବେଳେ ଦଳୀୟ କର୍ମୀଙ୍କ ବିବୃତ୍ତିରୁ ସ୍ପଷ୍ଟ ହୋଇଛି କି, ମେଣ୍ଟ ନେଇ ଆଲୋଚନା ଚାଲିଛି।
ଆସନ୍ତା ୧୨ ତାରିଖରେ, ଅର୍ଥାତ ଆଉ ୩ ଦିନ ପରେ ଏହି ଚର୍ଚ୍ଚା ଉପରେ ସ୍ପଷ୍ଟ ଚିତ୍ର ଆସିବ । ବିଜେଡି-ଭାଜପା ସମ୍ଭାବ୍ୟ ମେଣ୍ଟର ଗତିବିଧି ଉପରେ ନଜର ରଖୁଥିବା କିଛି ନେତା କହୁଛନ୍ତି ଏବେ ବି କିଛି ସ୍ତରରେ ଆଲୋଚନା ଚାଲିଛି ଏବଂ ୧୨ ତାରିଖରେ ଏହା ସାମ୍ନାକୁ ଆସିବ ।

ମେଣ୍ଟ ହେବ ନା ନାହିଁ, ତାକୁ ନେଇ ଅନେକ ପ୍ରଶ୍ନ ରହିଥିବା ବେଳେ ଏହାର ଉତ୍ତର କାହାରି ପାଖରେ ନାହିଁ । ମିଳୁଥିବା ସୂଚନା ଅନୁସାରେ, ବିଜେଡି-ଭାଜପା ମଧ୍ୟରେ ଆସନ ବୁଝାମଣା ହୋଇପାରୁନାହିଁ । ମେଣ୍ଟ ପାଇଁ ଭାଜପା ପୁରୀ-ଭୁବନେଶ୍ୱର ମାଗୁଥିବାବେଳେ ସେଥିରେ ବିଜେଡି ରାଜି ହେଉନାହିଁ ଏବଂ ବିଜେଡି ଏମିତି କିଛି ଆସନ ଦାବି କରୁଛି, ଯେଉଁଥିରେ ଭାଜପାର ନେତାମାନେ ରାଜି ହେଉନାହାନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ସୁନେତ୍ରାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନାହିଁ ଶରଦ ପାଓ୍ବାର, ସାମ୍ନାକୁ ଆସିଲା ବଡ଼ କାରଣ…

ମୁମ୍ବାଇ,୩୧ା୧: ଶରଦ ପାଓ୍ବାର ସୁନେତ୍ରା ପାଓ୍ବାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ନାହିଁ। ସେ ତାଙ୍କ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ବର୍ତ୍ତମାନ ବାରାମତିରେ ଅଛନ୍ତି ବୋଲି…

CM ଦେବେନ୍ଦ୍ର ଫଡ଼ନଭିସଙ୍କ ପାଖରେ ରହିବ ଅର୍ଥ ବିଭାଗ, Deputy CM ସୁନେତ୍ରାଙ୍କ ଶପଥ ଗ୍ରହଣ ପୂର୍ବରୁ ରାଜନୀତି ସରଗରମ

ମୁମ୍ବାଇ,୩୧।୧: ଶନିବାର ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଘଟଣା ଘଟୁଛି। ପାୱାର ପରିବାର ଏବଂ ଏନସିପି ମଧ୍ୟରେ ଆଭ୍ୟନ୍ତରୀଣ ରାଜନୈତିକ ଅସ୍ଥିରତା ମଧ୍ୟରେ, ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ…

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି…

ଗ୍ରୀନଫିଲ୍ଡ ଷ୍ଟାଡିୟମ ବାହାରେ ଲାଗିଲା MS Dhoniଙ୍କ ୫୦ ଫୁଟର ‘କଟ ଆଉଟ’, ଜାଣନ୍ତୁ କେତେବେଳେ ଆରମ୍ଭ ହେବ IND vs NZ ପଞ୍ଚମ T20

ନୂଆଦିଲ୍ଲୀ,୩୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ T20 ସିରିଜର ଶେଷ ମ୍ୟାଚ ଶନିବାର ତିରୁଭାନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏଠାରେ ଚାରୋଟି…

President Droupadi Murmu to visit Odisha: କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ…

ଭୁବନେଶ୍ୱର,୩୧।୧: ଫେବୃଆରୀ ପ୍ରଥମ ସପ୍ତାହରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲୁ…

T20 World Cup: ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା! Pat Cummins ଆଉଟ, ଆସିଲା୧୫ ସଦସ୍ୟ ବିଶିଷ୍ଟ ଚୁଡ଼ାନ୍ତ ତାଲିକା

ନୂଆଦିଲ୍ଲୀ,୩୧।୧: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ମୁଖ୍ୟ ଦଳ ଘୋଷଣା କରିଛି। ବୋର୍ଡ ପୂର୍ବରୁ ଏକ ପ୍ରାରମ୍ଭିକ ଦଳ ଚୟନ କରିଥିଲା, ଯେଉଁଥିରେ…

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ…

ଧର୍ମଶାଳା,୩୧।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri