୪ ବ୍ଲକରେ ଦ୍ୱିତୀୟ ଡୋଜ ଟିକା ବନ୍ଦ

ଛତ୍ରପୁର,୧୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ମଙ୍ଗଳବାର ଦ୍ୱିତୀୟ ଡୋଜ ଟିକା ଦେବା ବନ୍ଦ ରହିଛି। ଏଥିସହ ରଙ୍ଗେଇଲୁଣ୍ଡା, କୁକୁଡାଖଣ୍ଡି, ସୋରଡ଼ା, ପୋଲସରା ବ୍ଲକରେ ମଧ୍ୟ ଦ୍ୱିତୀୟ ଡୋଜ ଟିକା ଦେବା ମଙ୍ଗଳବାର ବନ୍ଦ ଅଛି ସୋମବାର ଜିଲାର ୨୨ ବ୍ଲକ ମଧ୍ୟରୁ ୧୦ଟି ବ୍ଲକ ଏବଂ ୧୮ ସହରାଞ୍ଚଳରୁ ୮ ସହରରେ ଦ୍ୱିତୀୟ ଡୋଜ କୋଭିସିଲ୍ଡ ଟିକାକାରଣ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ଜିଲାରେ କୋଭିସିଲ୍ଡ ଦ୍ୱିତୀୟ ଡୋଜ ଟିକା ଦିଆଯାଉଛି। ଜିଲାରେ ମାଇକ୍ରୋପ୍ଲାନ କରି ସବୁଆଡେ ଟିକା ଦେବାକୁ ପ୍ରାଧାନ୍ୟ ଦିଆଯାଉଥିବା କୁହାଯାଇଛି।