ଜୀବନରେ ସତ୍ୟର ସନ୍ଧାନ

ଈଶାବାସ୍ୟ ଉପନିଷଦରେ ପ୍ରାର୍ଥନା କରାଯାଇଛି, ”ହିରଣ୍ମୟେନ ପାତ୍ରେଣ ସତ୍ୟସ୍ୟାପିହିତଂ ମୁଖଂ। ତତ୍ତ୍ୱଂ ପୂଷନ୍ନପାବୃଣୁ ସତ୍ୟଧର୍ମାୟ ଦୃଶ୍ୟତେ।“ ଅର୍ଥାତ୍‌ ସତ୍ୟର ମୁଖ ସ୍ବର୍ଣ୍ଣମୟ ପାତ୍ର ଭିତରେ ଢଙ୍କା ହୋଇ ରହିଛି। ହେ ସୂର୍ଯ୍ୟଦେବ! ସତ୍ୟର ସାଧକ ପାଇଁ ତାକୁ ଅନାବୃତ କରିଦିଅନ୍ତୁ। ବ୍ୟାବହାରିକ ଜୀବନରେ ଏହି ଢାଙ୍କୁଣୀ ଖୋଲିବା ଏକ କଷ୍ଟକର ବ୍ୟାପାର। ଏହି ପ୍ରସଙ୍ଗରେ ସତ୍ୟ ଘଟଣାଟିଏ। ଦିନେ ପ୍ରତିମା ତାଙ୍କ ଛୋଟ ପୁଅ ବିଜୟକୁ ସ୍କୁଲ ପଠାଇଲେ। ତାଙ୍କ ପଡ଼ୋଶିନୀ ତାଙ୍କ ପୁଅ ମିଣ୍ଟୁକୁ ସେହି ସ୍କୁଲରେ ନାମ ଲେଖାଇ ତାକୁ ବିଜୟ ସହିତ ସ୍କୁଲ ପଠାଇଲେ। ପ୍ରତିମା ପୁଅ ବିଜୟକୁ କହିଲେ, ”ମିଣ୍ଟୁ ପ୍ରଥମ ଥର ପାଇଁ ସ୍କୁଲ ଯାଉଛି। ତାର ଭଲ ମନ୍ଦ ବୁଝିବୁ। ସେ ତୋର ସାନଭାଇ।“ ଉଭୟେ ସ୍କୁଲ ଗଲେ। କିଛି ଘଣ୍ଟା ଅତିକ୍ରାନ୍ତ ହେବା ପରେ ପ୍ରତିମାଙ୍କ ପାଖକୁ ସ୍କୁଲରୁ ଏକ ଫୋନ୍‌କଲ୍‌ ଆସିଲା। ସ୍କୁଲ ଅଧ୍ୟକ୍ଷା କହିଲେ, ”ମାଡାମ୍‌! ଆପଣ କାହିଁକି ପୁଅକୁ ମିଛ କହିବା ଶିଖାଇଛନ୍ତି?“ ପ୍ରତିମା ଆଶ୍ଚର୍ଯ୍ୟ ହେଲେ ଓ କହିଲେ, ”ନା ମାଡାମ୍‌! ମୁଁ କେବେ ପୁଅକୁ ମିଛ କହିବା ଶିଖାଇ ନାହିଁ।“ ଅଧ୍ୟକ୍ଷା ବିରକ୍ତ ହୋଇ ଫୋନ୍‌କଲ୍‌ଟିକୁ କାଟିଦେଲେ। ପରେ ପୁଅ ବିଜୟ ପାଖରୁ ମା’ ପ୍ରତିମା ଘଟଣା ସମ୍ପର୍କରେ ଜାଣିଲେ। ସେଦିନ ଗୋଟିଏ ଗୁଣ୍ଡାପିଲା ମିଣ୍ଟୁକୁ ହଇରାଣ କଲା। ଫଳରେ ମିଣ୍ଟୁ କାନ୍ଦିଲା। ଏହା ଦେଖି ବିଜୟ ସେହି ଗୁଣ୍ଡାପିଲାଟିକୁ ଶକ୍ତ ଚାପୁଡ଼ାଟିଏ ମାରିଲା ଓ ହଇରାଣ ନ କରିବାକୁ ଚେତାଇଦେଲା। ଘଟଣାଟି ପହଞ୍ଚତ୍ଲା ଅଧ୍ୟକ୍ଷାଙ୍କ ପାଖରେ। ଅଧ୍ୟକ୍ଷା ବିଜୟକୁ ପଚାରିଲେ, ”ତୁ କାହିଁକି ତାକୁ ମାରିଲୁ?“ ବିଜୟ କହିଲା, ”କାରଣ ସେ ମିଣ୍ଟୁକୁ ହଇରାଣ କରୁଥିଲା।“ ଅଧ୍ୟକ୍ଷା କହିଲେ, ”ସେଥିରେ ତୋର ମୁଣ୍ଡ ପୂରାଇବା ଦରକାର ନ ଥିଲା।“ ବିଜୟ କହିଲା, ”ମିଣ୍ଟୁ ମୋର ସାନଭାଇ। କେମିତି ମୁଣ୍ଡ ପୂରାଇବି ନାହିଁ?“ ଅଧ୍ୟକ୍ଷା କହିଲେ, ”ବାଜେ କଥା। ତୁ ଜଣେ ହିନ୍ଦୁ, ମିଣ୍ଟୁ ଶିଖ୍‌। ତୁମେ ଦୁଇଜଣ ଗୋଟିଏ ମାଆ ପାଖରୁ ଜନ୍ମ ଗ୍ରହଣ କରିନାହଁ। ସେ ତୋ ଭାଇ ହେଲା କେମିତି?“ ବିଜୟ କହିଲା,”ମୋ ମାଆ କହିଛନ୍ତି ସେ ମୋର ଭାଇ।“ ଅଧ୍ୟକ୍ଷା କହିଲେ, ”ତୋ ମାଆ ତୋତେ ମିଛ କଥା ଶିଖାଇଛନ୍ତି।“ ସେଦିନ ବିଜୟ ଅଧ୍ୟକ୍ଷାଙ୍କ ପାଖରୁ ଜାଣିଲା ଯେ ଦୁଇଟି ଭିନ୍ନ ଧାର୍ମିକ ସଂପ୍ରଦାୟର ଲୋକ ଭିନ୍ନ ମାଆ ପାଖରୁ ଜନ୍ମନେଇ ଭାଇ ହୋଇପାରିବେ ନାହିଁ। ବର୍ତ୍ତମାନ ପ୍ରଶ୍ନ ହେଉଛି ପ୍ରତିମାଙ୍କ କଥା ସତ୍ୟ ନା ଅଧ୍ୟକ୍ଷାଙ୍କ କଥା ସତ୍ୟ। ଜୈବିକ ଦୃଷ୍ଟିକୋଣରୁ ଅଧ୍ୟକ୍ଷା ସତ୍ୟ କହିଛନ୍ତି। ମାତ୍ର ଆବେଗିକ ଦୃଷ୍ଟିରୁ ପ୍ରତିମା ମଧ୍ୟ ସତ୍ୟ କହିଛନ୍ତି। କାରଣ ସାମାଜିକ ଜୀବନରେ ଆବେଗିକ ସମ୍ପର୍କ ମଧ୍ୟ ଅଛି। ଶିକାଗୋ ଧର୍ମସଭାରେ ସ୍ବାମୀ ବିବେକାନନ୍ଦ ହଜାର ହଜାର ଶ୍ରୋତାଙ୍କୁ ଭଉଣୀ ଓ ଭାଇ ସମ୍ବୋଧନ କରିଥିଲେ। ସେମାନେ ସମସ୍ତେ ଗୋଟିଏ ମାଆ ଗର୍ଭରୁ ଜନ୍ମ ନେଇ ନ ଥିଲେ। ସେହି ଦୃଷ୍ଟିରୁ ବିବେକାନନ୍ଦଙ୍କ ସମ୍ବୋଧନ ମିଥ୍ୟାଶ୍ରିତ ଥିଲା। ମାତ୍ର ସେହି ସମ୍ବୋଧନରେ ଶ୍ରୋତାମାନେ ଭାବବିହ୍ବଳ ହୋଇ ଛିଡ଼ା ହୋଇ ପଡିଥିଲେ, କାରଣ ତାହାଥିଲା ଆବେଗିକ ସତ୍ୟ। ଆଉ ଏକ ଦୃଷ୍ଟିରୁ ମଧ୍ୟ ସ୍ବାମିଜୀଙ୍କ ସମ୍ବୋଧନ ଠିକ୍‌ ଥିଲା। ସେ ଥିଲେ ଅଦ୍ୱୈତବାଦୀ। ଈଶ୍ୱର ସର୍ବବ୍ୟାପୀ ହୋଇଥିବାରୁ ଆମେ ସମସ୍ତେ ତାଙ୍କ ଭିତରେ ଏକ, ମାତ୍ର ସତ୍ତା ପ୍ରକଟନରେ ଭିନ୍ନ ଭିନ୍ନ। ଏଣୁ ପ୍ରତ୍ୟେକ ନରନାରୀ ଆମର ଭାଇଭଉଣୀ।
ଆଧ୍ୟାମତ୍ିକ ସ୍ତରରେ ସତ୍ୟ ପରିବର୍ତ୍ତନଶୀଳ ନୁହେଁ। ସତ୍ୟ ଓ ଈଶ୍ୱର ଏକ ଏବଂ ଅଭିନ୍ନ। ସତ୍‌ ଶବ୍ଦରୁ ସତ୍ୟ ଶବ୍ଦର ସୃଷ୍ଟି। ‘ସତ୍‌’ର ଅର୍ଥ ଚିରନ୍ତନ। ଈଶ୍ୱର ଥିଲେ, ଅଛନ୍ତି ଓ ରହିବେ। ଏଣୁ ସେ ସତ୍ୟ। ମାତ୍ର ସାମାଜିକ ସ୍ତରରେ ସତ୍ୟର ପରିଭାଷା ଭିନ୍ନ। ସତ୍ୟ ହେଉଛି ଚେତନା ନିର୍ଭର ଶକ୍ତି। ଆମ ଚେତନା ଗତିଶୀଳ ଓ ପ୍ରଗତିଶୀଳ ହେବା ଅନିବାର୍ଯ୍ୟ। ଏଣୁ ଗାନ୍ଧିଜୀ କହୁଥିଲେ, ”ମୋର ବର୍ତ୍ତମାନର ମତ ଯଦି ମୋର ପୂର୍ବର ମତକୁ ଖଣ୍ଡନ କରୁଥାଏ, ତା’ହେଲେ ତୁମେ ବର୍ତ୍ତମାନର ମତକୁ ସତ୍ୟଭାବରେ ଗ୍ରହଣ କର।“ ଆମେ ଯେତେବେଳେ କୌଣସି ମୂଲ୍ୟବୋଧରେ ବିଶ୍ୱାସ କରୁ, ତାର ଭିତ୍ତି ହେଲା ଆମେ ହୃଦୟଙ୍ଗମ କରିଥିବା ଏକ ସତ୍ୟ। ହୁଏତ ଆସନ୍ତାକାଲି ଆମେ ସେହି ସତ୍ୟରୁ ଉତ୍ତୀର୍ଣ୍ଣ ହୋଇପାରୁ ଓ ଅପେକ୍ଷାକୃତ ମହତ୍ତର ସତ୍ୟ ଉପରେ ନିର୍ଭରଶୀଳ ହୋଇପାରୁ। ସାମାଜିକ ସ୍ତରରେ ସତ୍ୟ ଗତିଶୀଳ, କାରଣ ଆଇନକାନୁନ, ପରମ୍ପରା, ନୀତିନିୟମ ସାମାଜିକ ସତ୍ୟର ଅନ୍ତର୍ଭୁକ୍ତ ଓ ବିଭିନ୍ନ ସମୟରେ ଏଗୁଡ଼ିକ ପରିବର୍ତ୍ତନଶୀଳ। ସ୍ଥାନ, କାଳ, ପାତ୍ର ଭେଦରେ ସାମାଜିକ ସତ୍ୟ ସ୍ଥିର ରହେନାହିଁ। ପୁଣି ଆମ ଚେତନା ଅପରିପକ୍ୱ ଥାଇପାରେ। ଆମେ ସବୁବେଳେ ଅଜ୍ଞାନ ଅନ୍ଧକାର ଭିତର ଦେଇ ଜୀବନଯାତ୍ରା ଅବ୍ୟାହତ ରଖିଛୁ। ଆମେ ଅପରିପକ୍ୱ ଚେତନାରେ କୌଣସି ସିଦ୍ଧାନ୍ତ ନେଇଥିଲେ ହୁଏତ ତାହା ପରବର୍ତ୍ତୀ ସମୟରେ ଠିକ୍‌ ହୋଇପାରେ। ମାତ୍ର ଆଜି ଯାହା ଭ୍ରାନ୍ତି ମନେହୁଏ, ତା’ ପଛରେ ବି ଦିନେ ସତ୍ୟ ଥିଲା। ଏଣୁ ବ୍ୟାବହାରିକ ଜୀବନରେ ସ୍ଥାନ କାଳ ପାତ୍ର ଭେଦରେ ସତ୍ୟ ବଦଳିପାରେ। ଗାନ୍ଧିଜୀ ଅହିଂସାରେ ବିଶ୍ୱାସ କରୁଥିଲେ। ମାତ୍ର ଆବଶ୍ୟକ ପଡ଼ିଲେ ହିଂସ୍ର ପଶୁକୁ ହତ୍ୟା କରିବା ପାପ ନୁହେଁ ବୋଲି ମଧ୍ୟ ସେ ମତ ଦେଉଥିଲେ। ସେ କହୁଥିଲେ, ”ମୋର ମତ ଯେ ସବୁବେଳେ ଅଭ୍ରାନ୍ତ, ଏ ଦର୍ଶନରେ ମୁଁ ବିଶ୍ୱାସ କରେ ନାହିଁ। ପ୍ରତ୍ୟେକ ଭାବାଦର୍ଶର ବିରୋଧୀ ବିଚାର ମଧ୍ୟ ଅଛି ଓ ଏହା ପରିସ୍ଥିତି ନିୟନ୍ତ୍ରିତ। ଏଣୁ ନିଜ ବିଚାରକୁ ଅଭ୍ରାନ୍ତ ବୋଲି ପ୍ରମାଣ କରିବା ସର୍ବଦା କ୍ଷତିକାରକ ଓ ଅପ୍ରୀତିକର।“ ସେଥିପାଇଁ ସେ କହୁଥିଲେ, ”ମୁଁ ସର୍ବଦା ସତ୍ୟର ଅନ୍ବେଷଣ କରୁଛି। ମୋ’ ଭିତରର ଅନ୍ତଃସ୍ବର ଯେଉଁ ପଥ ପ୍ରଦର୍ଶନ କରିବ, ତାହା ହିଁ ମୋ ପାଇଁ ସତ୍ୟ।“ ଅବଶ୍ୟ ବିଭିନ୍ନ ଲୋକଙ୍କ ଅନ୍ତଃସ୍ବରର ଉତ୍ତର ଭିନ୍ନ ଭିନ୍ନ ହୋଇପାରେ, ଏପରିକି ପରସ୍ପର ବିରୋଧୀ ମଧ୍ୟ ହୋଇପାରେ। ଏଣୁ ଗାନ୍ଧିଜୀ କହୁଥିଲେ, ସେ କ୍ଷେତ୍ରରେ କେତେକ ସର୍ତ୍ତ ପୂରଣ କରିବାକୁ ହେବ। ତାକୁ ଅନେକ ବ୍ରତ ପାଳନ କରିବାକୁ ପଡ଼ିବ ଯଥା ସତ୍ୟ କଥନ, ବ୍ରହ୍ମଚର୍ଯ୍ୟ, ଅହିଂସା, ଦାରିଦ୍ର୍ୟ ଓ ଅସଂଗ୍ରହ। ଏହି ପାଞ୍ଚବ୍ରତ ପାଳନ କରୁ ନ ଥିଲେ ଅନ୍ତଃସ୍ବର ଠିକ୍‌ ଭାବରେ ଶୁଣିହେବ ନାହିଁ। ଲକ୍ଷ୍ୟ ଓ ଲକ୍ଷ୍ୟରେ ପହଞ୍ଚତ୍ବା ପାଇଁ ବ୍ୟବହୃତ ସାଧନ ଉଭୟକୁ ଗାନ୍ଧିଜୀ ସମାନ ଗୁରୁତ୍ୱ ଦେଉଥିଲେ। ସାଧନ ଶୁଦ୍ଧ ଓ ମହତ୍‌ ନ ହେଲେ ଲକ୍ଷ୍ୟ ଶୁଦ୍ଧ ଓ ମହତ୍‌ ହୋଇପାରିବ ନାହିଁ।
ବ୍ୟାବହାରିକ ଜୀବନରେ ସତ୍ୟର ସନ୍ଧାନ ଏକ କଷ୍ଟକର ବ୍ୟାପାର। ଖ୍ରୀ.ପୂ. ପଞ୍ଚମ ଶତାବ୍ଦୀରେ ଗ୍ରୀକ୍‌ ଦାର୍ଶନିକ କ୍ରେଟିଲସ୍‌ ଶପଥ ନେଲେ ଯେ, ସେ କେବଳ ସତ୍ୟ ହିଁ କହିବେ। କେବେ ମିଥ୍ୟା କହିବେ ନାହିଁ। ଯେ କୌଣସି ତଥ୍ୟ ବା ବକ୍ତବ୍ୟ ସତ୍ୟ ବୋଲି ନିଶ୍ଚିତ ନ ହେବା ପର୍ଯ୍ୟନ୍ତ ସେ କିଛି କହିବେ ନାହିଁ। ପରିଣତିରେ ତାଙ୍କୁ ଆଜୀବନ ମୌନ ରହିବାକୁ ପଡ଼ିଲା। ସତ୍ୟର ପଥ କଣ୍ଟକାକୀର୍ଣ୍ଣ। ତେବେ ସତ୍ୟ ସୁଦୂରପରାହତ ବୋଲି ଧରିନେଇ ନିଜକୁ ସତ୍ୟ ମିଥ୍ୟାଶ୍ରିତ ସ୍ରୋତରେ ଛାଡ଼ିଦେବା କି? ଏହି ପ୍ରଶ୍ନର ଉତ୍ତରରେ ବିଶିଷ୍ଟ ଲେଖକ ମନୋଜ ଦାସ କହନ୍ତି, ”ସତ୍ୟ ପ୍ରତି ଉନ୍ମୁଖ ହେବା ଆମ ବ୍ୟକ୍ତିଗତ ଜୀବନର ଆମତ୍ିକ ପ୍ରଗତିର ଏକ ନିର୍ଭୁଲ୍‌ ଲକ୍ଷଣ। ସମଗ୍ର ସତ୍ୟ ଆମେ ଉପଲବ୍‌ଧି କରିପାରିବା ନାହିଁ ଠିକ୍‌, କିନ୍ତୁ ଯେ କୌଣସି ପରିସ୍ଥିତିରେ, ସମସ୍ୟାରେ, ଦ୍ୱନ୍ଦ୍ୱରେ ଆମେ ଯଦି ସେହି ମୁହୂର୍ତ୍ତରେ ନିଜକୁ ନିରପେକ୍ଷ ରଖି, ଶାନ୍ତ ଓ ନିରବ ରହି, ଦିବ୍ୟଶକ୍ତିକୁ ସ୍ମରଣ କରି, ଆମ ଚେତନାର ସର୍ବୋଚ୍ଚ ବିନ୍ଦୁରେ ରହିବାର ପ୍ରୟାସ କରି ଯାହା ଯଥାର୍ଥ ମନେହେବ ସେହି ସିଦ୍ଧାନ୍ତ ନେଉ ବା ସେହି ଅନୁସାରେ ପଦକ୍ଷେପ ନେଉ, ତେବେ ସତ୍ୟ ପ୍ରତି ସତ୍‌ ରହିଛୁ ବୋଲି ଆମ ନିଜର ଉପଲବ୍‌ଧି ହେବ। ପରିଣତି ଯାହା ହେଲେ ମଧ୍ୟ ଆମ ବିବେକ ପରିଚ୍ଛନ୍ନ ରହିବ। ଜଗତରେ ସତ୍ୟାୟନ ଦିଗରେ ଏହା ହେବ ଏକ ଅବଦାନ।”

ଛାୟାକାନ୍ତ ଷଡଙ୍ଗୀ
ପ୍ରାକ୍ତନ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri