ଋଷିକୂଲ୍ୟା ମୁହାଣ ଅଞ୍ଚଳରେ କୂଳ ଲଙ୍ଘୁଛି ସମୁଦ୍ର

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ବାରମ୍ବାର ଲଗୁଚାପ ଏବଂ ଜଳ ବାୟୁ ପରିବର୍ତ୍ତନ ହେଉ ଥିବାରୁ ସମୁଦ୍ରରେ ଉଚ୍ଚ ଲହରି ସୃଷ୍ଟି ହେଉଛି l ଯାହାକୁ ନେଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ସମୁଦ୍ର କୂଳ ଲଙ୍ଘୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଋଷିକୁଲ୍ୟା ମୁହାଣ ପୋଡ଼ମପେଟା ଓଡ଼ିଆରପି କଲୋନୀ ସମ୍ମୁଖରେ ରହିଥିବା ବେଳେ ସେହିଠାରୁ କିଛି ଦୂରତା ମଧ୍ୟରେ ରହିଥିବା ପୁରୁଣାପୋପେଟା ଗ୍ରାମ। ସେଠାରେ ରହିଥିବା ଘରଗୁଡ଼ିକ ସମୁଦ୍ର ଜୁଆର ମାଡ଼ରେ ଅତଡ଼ା ଖସି ସମୁଦ୍ରର ଗର୍ଭରେ ଲୀନ ହେଉଥିବା ଲକ୍ଷ୍ୟ କରାଯାଇଛି। ସେହିପରି ଝାଉଁ ଓ କାଜୁ ହେନ୍ତାଳ ବଣ ମଧ୍ୟ ନଷ୍ଟ ହୋଇପଡୁଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

ସୂଚନାଥାଉକି, ପୂର୍ବରୁ ଏପରି ସମସ୍ୟାକୁ ନେଇ ପୁରୁଣା ପୋଡ଼ମପେଟା ଗ୍ରାମବାସୀଙ୍କୁ ପାଳିବନ୍ଧ ପଞ୍ଚାୟତର ମୟୂରପଦା ଗ୍ରାମ ଓ ରାମଗଡ଼ ପଞ୍ଚାୟତର ଡୁମୁନଗିରୀ ପାହାଡ଼ ପାଦ ଦେଶରେ ପାଲୁରୁ ସାହେବ କେନାଲ ପାର୍ଶ୍ୱରେ ସିଦ୍ଧାନ୍ତ ନଗରରେ ଜିଲା ପ୍ରଶାସନ
ପକ୍ଷରୁ ଥଇଥାନ କରାଯାଇଛି। ପ୍ରତିବର୍ଷ ବର୍ଷାଦିନରେ ଏପରି ସମୁଦ୍ର କୂଳଲଙ୍ଘି ସ୍ଥାନୀୟ ଭୌଗୋଳିକ ପରିବେଶ ବିଗୁଡୁ ଥିବାରୁ ଅଞ୍ଚଳବାସୀ ଓ ପରିବେଶବିତ୍‌ ଚିନ୍ତିତ ହୋଇପଡ଼ିଛନ୍ତ। ଏ ଦିଗରେ ଜିଲା ପ୍ରଶାସନ ଉତ୍ତମ ପଦକ୍ଷେପ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ...

ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ମହିଳାଙ୍କୁ ସ୍ତ୍ରୀ ମାନ୍ୟତା ମିଳିବା ଆବଶ୍ୟକ: ହାଇକୋର୍ଟ

ଚେନ୍ନାଇ,୨୧ା୧: ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ଥିବା ମହିଳାଙ୍କୁ ଗାନ୍ଧର୍ବ ବିବାହ ବା ପ୍ରେମ ବିବାହ ଅନୁଯାୟୀ ସ୍ତ୍ରୀର ମାନ୍ୟତା ପ୍ରଦାନ ସହ ସୁରକ୍ଷା ଦିଆଯିବା ଆବଶ୍ୟକ। ଫଳରେ...

ICCର ଅଲ୍ଟିମେଟମ୍‌ ପରେ ବି ସୁଧୁରିଲାନି ବାଂଲାଦେଶ, ସିଧା ସିଧା ଶୁଣାଇଦେଲା ‘ଆମେ…’

ଢାକା,୨୧।୧: ଆସନ୍ତା ୭ ତାରିଖରୁ ହେବାକୁଥିବା ଟି୨୦ ବିଶ୍ୱକପ୍‌ରେ ଭାଗ ନେବା ପାଇଁ ବାଂଲାଦେଶ ଦଳ କୌଣସି ପରିସ୍ଥିତିରେ ଭାରତ ଯିବନାହିଁ। ୨୧ ତାରିଖ ସୁଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri