ମୂର୍ତ୍ତି କାରିଗର ପାଲଟିଲେ ଛତୁଚାଷୀ

ଖୋର୍ଦ୍ଧା ଅଫିସ,୧୫।୯: କରୋନା ମହାମାରୀ ଲୋକଙ୍କ ଜୀବନ ନେବା ସହ ଜୀବିକା ବଦଳାଇ ଦେଇଛି। ପରିବାର ପ୍ରତିପୋଷଣ ପାଇଁ ଶେଷରେ ଛତୁ ଚାଷ କରିବାକୁ ବାଧ୍ୟ ହୋଇଛନ୍ତି ଖୋର୍ଦ୍ଧା ଉପକଣ୍ଠ ଗୁରୁଜଙ୍ଗ ମାଳି ସାହିର ମୂର୍ତ୍ତି କାରିଗର ଆଶିଷ ରଣା। ସୂଚନା ମୁତାବକ, ଆଶିଷଙ୍କ ବାପା ଜଟାଧାରୀ ରଣା ଦୀର୍ଘ ବର୍ଷ ହେବ ମାଟିରେ ମୂର୍ତ୍ତି ନିର୍ମାଣ କରିଆସୁଛନ୍ତି। ଏହି କାର୍ଯ୍ୟରେ ତାଙ୍କ ଦୁଇପୁଅ ଆଶିଷ ଓ ଶୁଭାଶିଷ ସହଯୋଗ କରିଥାନ୍ତି। ଜାନୁୟାରୀରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ନଡ଼ା ଓ ମାଟି ସଂଗ୍ରହ କରାଯାଏ। ମାର୍ଚ୍ଚରୁ କାର୍ଯ୍ୟ ଆରମ୍ଭ ହୋଇଥାଏ। ପ୍ରଥମେ ଗଣେଶ ମୂର୍ତ୍ତି ପରେ ଖୁଦୁରୁକୁଣୀ, ବିଶ୍ୱକର୍ମା, ଦୁର୍ଗା, କାଳୀ, ଲକ୍ଷ୍ମୀ, କାର୍ତ୍ତିକ ପରେ ସରସ୍ବତୀ ପୂଜା କାମ ହୋଇଥାଏ। ଗୋଟିଏ କାମ ସରି ନ ଥିବା ବେଳେ ଆଉ ଏକ କାମ ଆରମ୍ଭ ହୋଇଥାଏ। ଏହି ନିର୍ମାଣ କାର୍ଯ୍ୟରେ ଆଶିଷଙ୍କ ପରିବାରଙ୍କ ସହ ୧୦ଜଣ କର୍ମଚାରୀ ଲାଗିଥାନ୍ତି। ପାର୍ବଣ ସମୟରେ ଦୁର୍ଗା, କାଳୀ, ଲକ୍ଷ୍ମୀ ମୂର୍ତ୍ତି ନିର୍ମାଣ ପାଇଁ ଦିନରାତି କାମ ହୋଇଥାଏ। ଖୋର୍ଦ୍ଧା ସମେତ ବିଭିନ୍ନ ଅଞ୍ଚଳରୁ ଅର୍ଡର ମିଳିଥାଏ। ଚଳିତବର୍ଷ ଗ୍ରାହକଙ୍କ ଚାହିଦା ମୁତାବକ ଗଣେଶ ମୂର୍ତ୍ତି ୩ରୁ ୧୨ଫୁଟ ପର୍ଯ୍ୟନ୍ତ ନିର୍ମାଣ ହୋଇଥିଲା। କରୋନା ସଂକ୍ରମଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ସାମୂହିକ ପୂଜା ଆୟୋଜନ ଉପରେ କଟକଣା ଜାରି କରିଥିଲେ। ଏହା ପରେ ଗ୍ରାହକମାନେ ମୂର୍ତ୍ତି ନ ନେବା ପାଇଁ ଫୋନ କରି ଜଣାଇଥିଲେ। ଫଳରେ ଲକ୍ଷାଧିକ ଟଙ୍କା କ୍ଷତି ସହିବାକୁ ପଡିଲା। କାମ ନ ମିଳିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଲା। ଶେଷରେ ଅନ୍ୟ ଉପାୟ ନ ପାଇ ଘର ବାରିପଟେ ଛତୁ ଚାଷ ଆରମ୍ଭ କରିଛୁ। ଦୈନିକ ୩୦ରୁ ୪୦କେଜି ଛତୁ ବଜାରରେ ବିକ୍ରି କରି ପରିବାର ଚଳାଉଛୁ। ଛତୁ ଚାଷ ଏକ ନୂତନ ପରିଚୟ ଦେବା ସହ ଆଗକୁ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ଆଶା ରଖିଛନ୍ତି ବୋଲି ଆଶିଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri