ବୋରିଗୁମ୍ମା/ନବରଙ୍ଗପୁର,୧୦ା୭(ବିଜୟ ସାହୁ/ସଦାଶିବ ପ୍ରହରାଜ): ରାସ୍ତା ଉପରେ ଚଳନ୍ତା ସ୍କୁଟିରେ ସୋମବାର ହଠାତ୍ ନିଆଁ ଲାଗି ଜଳିଯାଇଛି। ତେବେ ଏ ନେଇ ଲୋକମାନଙ୍କଠାରୁ ସୂଚନା ପାଇ ସଙ୍ଗେସଙ୍ଗେ ଚାଳକ ଗାଡି ରଖିଦେଇ ନିଜ ଜୀବନ ବଞ୍ଚାଇଥିବା ଜଣାପଡିଛି। ନବରଙ୍ଗପୁର ଜିଲା କୋରାପୁଟ ସୀମାନ୍ତ ଆଉଁଳି ଛକରେ ଏପରି ଘଟଣା ଦେଖିବାକୁ ମିଳିଛି। ନବରଙ୍ଗପୁର କେଉଟସାହିର ଆକାଶ ସାହୁ କୌଣସି କାର୍ଯ୍ୟରେ ନବରଙ୍ଗପୁର ଆସି କାର୍ଯ୍ୟ ସାରି ଜୟପୁର ଅଭିମୁଖେ ଯାଉଥିବା ବେଳେ ଆଉଁଳି ଛକଠାରେ ହଠାତ ତାଙ୍କ ସ୍କୁଟିରେ ନିଆଁ ଲାଗିଯାଇଥିଲା। ଆକାଶ ଏହା ଜାଣିପାରି ନ ଥିଲେ। ସ୍କୁଟିରେ ନିଆଁ ଲାଗିଥିବା ଦେଖି ଲୋକେ ତାଙ୍କୁ କହିବାରୁ ଆକାଶ ସଙ୍ଗେସଙ୍ଗେ ଗାଡ଼ି ରଖି ଦେଇଥିଲେ। କିଛି ସମୟ ମଧ୍ୟରେ ତାଙ୍କ ଆଖି ସାମନାରେ ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଶର୍ଟସର୍କିଟରୁ ଏପରି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ, ଆକାଶ ଗତ ଏକ ମାସ ତଳେ ସ୍କୁଟିଟି କିଣି ଥିଲେ।
Posted inHome Left, ଆମ ଜିଲା ଖବର, ନବରଙ୍ଗପୁର View All
ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ
ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…
ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…
ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…
ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ
କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…
LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…
ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…
ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…
ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…
ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…
ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…
ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା
ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…
Archives

