Posted inଫୁରସତ

ଡିସ୍‌ପ୍ଲେ ସ୍କ୍ରିନ୍‌ର ବୈଜ୍ଞାନିକ ରୂପଶ୍ରୀ ରାଗିଣୀ ଦାସ

ଦକ୍ଷିଣ କୋରିଆରେ ନିଜର ଗବେଷଣା ପାଇଁ ଦୁଇ ଦୁଇ ଥର ଶ୍ରେଷ୍ଠ ବୈଜ୍ଞାନିକର ଗୌରବ ଲାଭ କରିଥିବା ରୂପଶ୍ରୀ ରାଗିଣୀ ଦାସଙ୍କର ସାମ୍‌ସଙ୍ଗ ଡିସପ୍ଲେ ସ୍କ୍ରିନ ନିର୍ମାଣ ପଛରେ ରହିଛି ପ୍ରମୁଖ ଅବଦାନ। ଦେଶବିଦେଶରେ ବିଭିନ୍ନ ଆନ୍ତର୍ଜାତିକ ସମ୍ମିଳନୀରେ ତାଙ୍କର ଗବେଷଣା ଉଚ୍ଚ ପ୍ରଶଂସିତ ହେବାସହ ଆମେରିକା, ଜାପାନ, ଋଷିଆ, ଜର୍ମାନୀ ଓ କୋରିଆର ଆନ୍ତର୍ଜାତିକ ସମ୍ମିଳନୀରେ ନିଜର ଗବେଷଣା ପାଇଁ ସେ ଏସ୍‌.ଏ.ଆଇ.ଟି.ର ପ୍ରତିନିଧ୍ୱତ୍ୱ ବି କରିଛନ୍ତି…

ଦକ୍ଷିଣ କୋରିଆରେ ଏକାଦିକ୍ରମେ ଦୁଇ ବର୍ଷ ଧରି ଶ୍ରେଷ୍ଠ ବୈଜ୍ଞାନିକ ହେବାର ଗୌରବ ଲାଭ କରିଛନ୍ତି ଓଡ଼ିଆ ଝିଅ ଡ. ରୂପଶ୍ରୀ ରାଗିଣୀ ଦାସ। ଓଡ଼ିଶା କେମିକାଲ୍‌ ସୋସାଇଟି ଓ ଆମେରିକୀୟ ରାସାୟନିକ ସୋସାଇଟିର ଆଜୀବନ ସଦସ୍ୟା ଡ. ଦାସ ୧୯୫୪ ମସିହା ମେ ୨୪ ତାରିଖରେ ଯାଜପୁର ଜିଲାରେ ଜନ୍ମ ଗ୍ରହଣ କରିଥିଲେ। ପିତା ଲକ୍ଷ୍ମୀକାନ୍ତ ଦାସ ଓ ମାତା ଶିଶିରା ଦାସ। ଜେଜେ ଶ୍ୟାମସୁନ୍ଦର ଦାସ ଓ ଜେଜେମା’ କୋକିଳା ଦେବୀ। ଚାରି ଭାଇ ଭଉଣୀରେ ସେ ଥିଲେ ବଡ଼। ରୂପଶ୍ରୀ ରେଭେନ୍ସା ମହାବିଦ୍ୟାଳୟରୁ ୧୯୭୫ ମସିହାରେ ଅଜୈବ ରସାୟନ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହେବାପରେ ୧୯୭୬ ଜୁଲାଇରୁ ୧୯୭୭ ଜାନୁୟାରୀ ଶେଷ ପର୍ଯ୍ୟନ୍ତ ରେଭେନ୍ସା ମହାବିଦ୍ୟାଳୟରେ ପ୍ରଫେସର ସ୍ବର୍ଗତ ସର୍ବେଶ୍ୱର ଗୁରୁଙ୍କର ତତ୍ତ୍ୱାବଧାନରେ ଜିଓକେମିଷ୍ଟ୍ରି ଗବେଷଣାରେ ବ୍ୟବହୃତ ଟ୍ରାଞ୍ଜିସନ୍‌ ମେଟାଲ୍‌ କମ୍ପ୍ଲେକ୍ସର ସିନ୍ଥେସିସ୍‌ ଏବଂ ଉପଯୋଗିତା ଉପରେ ଗବେଷଣା ପାଇଁ ୟୁ.ଜି.ସି. ଫେଲୋଶିପ୍‌ ପାଇଥିଲେ। ଏହି ସମୟରେ ସେ ଭଦ୍ରକ ମହାବିଦ୍ୟାଳୟରେ ଅଧ୍ୟାପିକା ଜୀବନ ଆରମ୍ଭ କରିବା ସହିତ, ରସାୟନ ବିଜ୍ଞାନର ଅଧ୍ୟାପକ ଶଶଧର ସାମଲଙ୍କୁ ବିବାହ କଲେ। ତାଙ୍କର ଦୁଇଟି କନ୍ୟା। ୧୯୯୨ ମସିହାରେ ଭଦ୍ରକ କଲେଜରୁ ବଦଳି ହୋଇ କଟକର ଶୈଳବାଳା, ଜେ. କେ. ବି. କେ. ଓ ପରିଶେଷରେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପନା କରିବା ସହିତ ଗବେଷଣା ଜାରି ରଖି ୧୬ ବର୍ଷର କଠିନ ପରିଶ୍ରମ ପରେ ୧୯୯୪ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ. ଡି. ଡିଗ୍ରୀ ହାସଲ କରିଥିଲେ। ଏହାପରେ ୧୯୯୯ ମସିହାରେ ଡ. ଦାସ ରସାୟନ ଶାସ୍ତ୍ରରେ ଦକ୍ଷିଣ କୋରିଆର ଗ୍ବାଙ୍ଗଜୁ ସହରରେ ଗବେଷଣା ଆରମ୍ଭ କରିଥିଲେ। ୨୦୦୦ ମସିହା ଫେବୃୟାରୀ ମାସର କଥା।

ଏକ ସାରେ ତାଙ୍କୁ ଖବର ମିଳିଲା ପ୍ରଫେସର ଜାଙ୍ଗୁଜୁ କିମ୍‌ ତାଙ୍କ ଗବେଷଣା ପାଇଁ ଜଣେ ଅଜୈବିକ ରସାୟନ ବିଶେଷଜ୍ଞଙ୍କୁ ଆବଶ୍ୟକ କରୁଛନ୍ତି। ତାହା ମଧ୍ୟ ଅଜୈବିକ କମ୍ପ୍ଲେକ୍ସ ଉପରେ। ସତେ ଯେପରି ଏହା ଥିଲା ବିଧିର ନିର୍ଦ୍ଦେଶ। ପ୍ରଫେସର କିମ୍‌ଙ୍କ ନେତୃତ୍ୱରେ ଗବେଷଣା ପାଇଁ ୨୦୦୦ ମସିହାରେ ଡ. ଦାସ ଯୋଗଦେଲାବେଳକୁ ଅତ୍ୟାଧୁନିକ ଡିସ୍‌ ପ୍ଲେ ପରଦା ପାଇଁ ଗବେଷଣାର ପ୍ରାରମ୍ଭିକ ପର୍ଯ୍ୟାୟ। ଇରିଡିୟମ୍‌ କମ୍ପ୍ଲେକ୍ସ ବ୍ୟବହାର କରି ଓ.ଏଲ.ଇ.ଡି ଜାତୀୟ ଡିସପ୍ଲେ ପରଦା ଆବିଷ୍କାର କରିବା ସେମାନଙ୍କର ଲକ୍ଷ୍ୟ ଥିଲା। ଏଭଳି ଚାଲେଞ୍ଜକୁ ହାତକୁ ନେଇ ଡ. ଦାସ ଗବେଷଣା କାର୍ଯ୍ୟରେ ଲାଗିପଡିଲେ ଓ ଦୁଇ ବର୍ଷ ମଧ୍ୟରେ ଅନେକ ନୂଆ ଇରିଡିୟମ୍‌ କମ୍ପ୍ଲେକ୍ସ ତିଆରି କରିବାରେ ସକ୍ଷମ ହୋଇପାରିଥିଲେ। ଏହାମଧ୍ୟରେ ସାମ୍‌ସଙ୍ଗ ଇଲେକ୍‌ଟ୍ରୋନିକ୍ସର ଗବେଷଣା ଓ ବିକାଶ କେନ୍ଦ୍ରରେ ୨୦୦୩ ମସିହାରେ ଭାରତର ପ୍ରଥମ ମହିଳା ବୈଜ୍ଞାନିକ ଭାବେ ଡ. ଦାସ ଯୋଗଦେଲେ। ଆଉ ତାଙ୍କର ଆବିଷ୍କାର ଏସ.ଏ.ଆଇ.ଟି. ର ଉଚ୍ଚ ପଦାଧିକାରୀଙ୍କୁ ମଧ୍ୟ ଚମତ୍କୃତ କରିଥିଲା। ଡ. ଦାସଙ୍କ ଦ୍ୱାରା ପ୍ରସ୍ତୁତ ଇରିଡିୟମ କମ୍ପ୍ଲେକ୍ସ ଉତ୍କୃଷ୍ଟ ମାନର ବୋଲି ଯୋଗ୍ୟ ବିବେଚିତ ହେଲା। ଦେଶ ବିଦେଶରେ ବିଭିନ୍ନ ଆନ୍ତର୍ଜାତିକ ସମ୍ମିଳନୀରେ ତାଙ୍କର ଗବେଷଣା ଉଚ୍ଚ ପ୍ରଶଂସିତ ହେଲା। ଆମେରିକା, ଜାପାନ, ରୁଷିଆ, ଜର୍ମାନୀ ଓ କୋରିଆରେ ଆନ୍ତର୍ଜାତିକ ସମ୍ମିଳନୀରେ ନିଜର ଗବେଷଣା ପାଇଁ ସେ ଏସ୍‌.ଏ.ଆଇ.ଟି. ର ପ୍ରତିନିଧିତ୍ୱ କରିଥିଲେ। ବିଭିନ୍ନ ଆନ୍ତର୍ଜାତିକ ପତ୍ର ପତ୍ରିକାରେ ତାଙ୍କର ଗବେଷଣା ସମ୍ବନ୍ଧିତ ପ୍ରବନ୍ଧ ପ୍ରକାଶ ପାଇଲା। କମର୍ସିଆଲ୍‌ ଓ.ଏଲ.ଇ.ଡି. ଡିସପ୍ଲେରେ ଏସ୍‌.ଏ.ଆଇ.ଟି. ବିଶ୍ୱର ଅଗ୍ରଣୀ ଗବେଷଣା କେନ୍ଦ୍ରଭାବେ ବିବେଚିତ ହେଲା ଓ ଡ. ଦାସ ୨୦୦୪ ମସିହାରେ ଶ୍ରେଷ୍ଠ ବୈଜ୍ଞାନିକ ଭାବେ ସମ୍ମାନିତ ହୋଇଥିଲେ। ପୁଣି ୨୦୦୬ ଜାନୁୟାରୀ ୧ ତାରିଖ ଏସ.ଏ.ଆଇ.ଟି.ର ସମସ୍ତ ବୈଜ୍ଞାନିକଙ୍କ ଆଗରେ ଡ. ଦାସଙ୍କୁ ‘ବେଷ୍ଟ ସାଇଣ୍ଟିଷ୍ଟ ସମ୍ମାନ’ ଦିଆଯାଇଥିଲା। ଇରିଡିୟମ ସହିତ ସେ ମଧ୍ୟ ଅନ୍ୟ ଭାରୀ ଧାତୁ ବ୍ୟବହାର କରିବା ସଙ୍ଗେ ସଙ୍ଗେ ଓଏଲ୍‌ଇଡିରେ ବ୍ୟବହାର କରାଯାଉଥିବା ନୂତନ ଚାର୍ଜ କଣିକା ବାହକ ଅଣୁମାନ ପ୍ରସ୍ତୁତ କରିଥିଲେ। ଓଏଲ୍‌ଇଡି ଗବେଷଣା ସହ ଇଲେକ୍ଟ୍ରୋକ୍ରୋମିକ୍‌ ଡିଭାଇସ୍‌ ଏବଂ ମ୍ୟାଟେରିଆଲ୍‌, ନାନୋ ପାର୍ଟିକ୍ଲସ୍‌ ଏବଂ ଗ୍ରାଫିନ୍‌ ଉପରେ କାମ କରିଛନ୍ତି।

ଆମେରିକାନ୍‌ କେମିକାଲ୍‌ ସୋସାଇଟିର କେମିଷ୍ଟ୍ରି ଆଣ୍ଡ ଇଞ୍ଜିନିୟରିଂ ନିଉଜ୍‌ ୨୦୧୨ ମସିହାରେ ଡ. ଦାସଙ୍କର ଇଲେକ୍ଟ୍ରୋକ୍ରୋମିକ୍‌ ଡିଭାଇସ୍‌ ଏବଂ ମ୍ୟାଟେରିଆଲ୍‌ ସମ୍ବନ୍ଧୀୟ ଏକ ଉଦ୍ଭାବନକୁ ସେ ବର୍ଷର ଶ୍ରେଷ୍ଠ ଉଦ୍ଭାବନ ବୋଲି ମନୋନୟନ କରିଥିଲେ। ସେ ୧୩୦ ଗୋଟି ଆମେରିକୀୟ, ଜାପାନିଜ୍‌, ଇଉରୋପିଆନ୍‌, ଦକ୍ଷିଣ କୋରିଆନ୍‌ ଓ ଚାଇନିଜ୍‌ ପେଟେଣ୍ଟର ଅଧିକାରୀ ଅଟନ୍ତି। ଏକ ରାସ୍ତା ଦୁର୍ଘଟଣା ପରେ ସେ ସାମସଙ୍ଗ୍‌ ଇଲେକ୍‌ଟ୍ରୋନିକ୍ସରୁ ୨୦୧୫ ମସିହାରେ ଅବ୍ୟାହତି ନେଇ ୨୦୨୦ ମସିହା ପର୍ଯ୍ୟନ୍ତ ଦକ୍ଷିଣ କୋରିଆର ଗାଛନ୍‌ ଓ ମ୍ୟଂଜି ବିଶ୍ୱବିଦ୍ୟାଳୟରେ ୨୦୧୫ରୁ ୨୦୨୦ ଗବେଷଣା ପ୍ରଫେସର ରୂପେ କାର୍ଯ୍ୟ କରି ନିଜ ଜନ୍ମ ଭୂମିକୁ ଫେରିଆସିଛନ୍ତି। ଡ. ଦାସଙ୍କର ଓଡ଼ିଆରେ ମଧ୍ୟ ବିଜ୍ଞାନ ସମ୍ବନ୍ଧୀୟ ଲେଖାମାନ ପ୍ରକାଶ ପାଉଛି। ଅନୁବାଦ ସାହିତ୍ୟ ଉପରେ ମଧ୍ୟ ତାଙ୍କର ଅନୁରାଗ ଅଛି।

ଯାଜପୁରରେ ଜନ୍ମ ଗ୍ରହଣ କରି, ବିଦେଶରେ ଉଚ୍ଚକୋଟୀର ଗବେଷଣା କରି ଶ୍ରେଷ୍ଠ ସମ୍ମାନର ଅଧିକାରୀ ହୋଇପାରିବା, ଆମ ପାଇଁ ଗର୍ବ ଓ ଗୌରବ କଥା। ଆମେ ବ୍ୟବହାର କରୁଥିବା ସାମସଙ୍ଗ୍‌ ପ୍ରସ୍ତୁତ ଡିସପ୍ଲେ ସ୍କ୍ରିନ ନିର୍ମାଣ ପଛରେ ଜଣେ ଓଡ଼ିଆ ମହିଳାଙ୍କ କିଛି ଅବଦାନ ରହିଛି, ଏହା ହୁଏତ ବହୁତ କମ୍‌ ଲୋକ ଜାଣିଥବେ। ଡ. ଦାସଙ୍କ ପରି ଜଣେ ଓଡ଼ିଆ ବୈଜ୍ଞାନିକଙ୍କର ଉଦ୍ଭାବନ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ଉପକାରରେ ଲାଗିପାରିଲା ତାହା ବାସ୍ତବିକ ତାଙ୍କ ପରିଶ୍ରମର ଶ୍ରେଷ୍ଠ ପୁରସ୍କାର।
-ପ୍ରିୟମ୍ବଦା ରଥ, ହାଇଦ୍ରାବାଦ
ମୋ:୮୬୮୮୯୫୭୮୦୦


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri