କେସି ଟାଉନ ହାଇସ୍କୁଲ: ଜଣେ ମାତ୍ର ଶିକ୍ଷୟିତ୍ରୀଙ୍କ ଭରସାରେ ଚାଲିଛି…

ବ୍ରହ୍ମପୁର ଅଫିସ,୨୯।୯: ବ୍ରହ୍ମପୁର ସହରର ୬୧ ବର୍ଷର ପୁରାତନ ଶିକ୍ଷାନୁଷ୍ଠାନ କେସି ଟାଉନ ହାଇସ୍କୁଲ। ସହରର କେନ୍ଦ୍ରସ୍ଥଳରେ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ କାନ୍ଥକୁ ଲାଗି ଏହି ସ୍କୁଲଟି ରହିଛି। ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଦ୍ୱାରା ନିର୍ମିତ ଏହି ସ୍କୁଲରେ ଏଠାରେ ପ୍ରାରମ୍ଭରୁ ତେଲୁଗୁ ଓ ଓଡ଼ିଆ ଭାଷାରେ ଶିକ୍ଷା ପ୍ରଚଳିତ ହେଉଥିଲା। ୧୯୯୪ ପରଠାରୁ ତେଲୁଗୁ ପାଠପଢ଼ା ବନ୍ଦ ହୋଇଛି। ବର୍ତ୍ତମାନ ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଜଣେ ମାତ୍ର ଶିକ୍ଷୟିତ୍ରୀଙ୍କ ଭରସାରେ ହାଇସ୍କୁଲ ଚାଲିଛି। ଏଠାରେ ଜଣେ ମଧ୍ୟ କେହି ଶିକ୍ଷକ କିମ୍ବା ଅଣ ଶିକ୍ଷକ କର୍ମଚାରୀ ନ ଥିବା ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ ବେଳେ ଜଣାପଡ଼ିଛି। ଦୀର୍ଘ ବର୍ଷ ହେଲା ପୁରୁଣା ସ୍କୁଲର ପୁନରୁଦ୍ଧାର କିମ୍ବା ସଫେଇ କାମ ହେଉ ନ ଥିବାରୁ ହାଇସ୍କୁଲର ପରିବେଶ ମଧ୍ୟ ବିପନ୍ନ ହୋଇପଡ଼ିଛି। ଖାଲି ପଡ଼ିଥିବା ଶିକ୍ଷକ ପଦବୀଗୁଡ଼ିକ ପୁରଣ ନିମନ୍ତେ ବାରମ୍ବାର ଦାବି ହୋଇ ଆସୁଥିଲେ ସୁଦ୍ଧା ଶିକ୍ଷା ବିଭାଗ ଏଥିପ୍ରତି ବର୍ତ୍ତମାନ ପର୍ଯ୍ୟନ୍ତ ଧ୍ୟାନ ଦେଇନାହାନ୍ତି।

ବିଦ୍ୟାଳୟରେ ଫାଇଲିନରେ ଦୁଇଟି ଶ୍ରେଣୀ ଗୃହ ଭାଙ୍ଗିଯାଇଥିବା ବେଳେ ବର୍ତ୍ତମାନ ମଧ୍ୟ ଏନସିସି ପ୍ରକୋଷ୍ଠ, ପାଠାଗାର ଓ ସାଇନ୍ସ ଲାବ୍‌କୁ ମିଶାଇ ୨୧ଟି ପ୍ରକୋଷ୍ଠ ରହିଛି। ପାଠାଗାରରେ ମଧ୍ୟ ୧୦ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ବହି ରହିଛି କିନ୍ତୁ କେହି କର୍ମଚାରୀ ନ ଥିବାରୁ ଛାତ୍ର ଏଥିରୁ ବଞ୍ଚିତ ହେଉଛନ୍ତି। ବିଦ୍ୟାଳୟରେ ଥିବା ଶୌଚାଳୟ ଭାଙ୍ଗି ରୁଜି ଯାଇଥିବାରୁ ଛାତ୍ରମାନେ ବିଦ୍ୟାଳୟ ପରିସରରେ ଥିବା ଲଟାବୁଦାକୁ ଯିବାକୁ ବାଧ୍ୟ ହେଉଛନ୍ତି। ସମସ୍ତ ଅଭିଯୋଗ ଓ ବିଦ୍ୟାଳୟର ସ୍ଥିତିକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ସୁଜତା ପଣ୍ଡାଙ୍କୁ ପଚାରିବାରୁ ବହୁ ବାର ସ୍କୁଲର ସ୍ଥିତି ଅସୁବିଧା ସମ୍ପର୍କରେ ଶିକ୍ଷା ବିଭାଗକୁ ଅବଗତ କରାଯାଇଛି। ଗତ ୮ ଦିନ ପୂର୍ବେ ଶିକ୍ଷକ ପଦବୀ ପୂରଣ ନିମନ୍ତେ ପୁନର୍ବାର ଡିଇଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେହିପରି ସ୍କୁଲ ପରିସର ସଫେଇ ନିମନ୍ତେ ୧୫ ଦିନ ପୂର୍ବରୁ ବିଏମ୍‌ସି ମେୟରଙ୍କୁ ଅନୁରୋଧ କରାଯାଇଥିଲା। ବିଦ୍ୟାଳୟର ଏଭଳି ସ୍ଥିତି ସମ୍ପର୍କରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜିଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି। କିନ୍ତୁ ଏଯାବତ କୌଣସିର ପ୍ରତିକାର ହୋଇପାରି ନାହିଁ। ଅନ୍ୟପକ୍ଷରେ ଡିଇଓ ବିନୀତା ସେନାପତିଙ୍କୁ ପଚାରିବାରୁ ଏହା ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ହୋଇଥିବାରୁ ଏଠାରେ ଶିକ୍ଷକ ନେଇ କୌଣସି ସୁବିଧା ନାହିଁ। ସେପ୍ଟେମ୍ବର ୧୫ ସୁଦ୍ଧା ଶିକ୍ଷକ ପଦବୀ ପୂରଣ ଚେଷ୍ଟା ଜାରି ରହିଛି। ଅନ୍ୟପଟେ ବିଦ୍ୟାଳୟର ସଫେଇ ନିମନ୍ତେ ବିଏମ୍‌ସି ସହାୟତା କରିପାରିବେ ବୋଲି ଡିଇଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri