ସବୁଠି ସମାନ ସମସ୍ୟା

ଢେଙ୍କାନାଳ ଅଫିସ, ୧୧ା୩ ଆସନ୍ତା ୨୪ରେ ବହୁ ପ୍ରତୀକ୍ଷିତ ପୌର ନିର୍ବାଚନ। ଏଥିଲାଗି ସରିଛି ନାମାଙ୍କନ ପ୍ରକ୍ରିୟା। ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ୧୪ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଜନ ସମର୍ଥନ ହାସଲ କରିବାକୁ ଏବେଠାରୁ ପ୍ରଚାର ଆରମ୍ଭ କରିଦେଲେଣି ପ୍ରାର୍ଥୀ, ଯାହାକୁ ନେଇ ଢେଙ୍କାନାଳ ସହରାଞ୍ଚଳ ବାତାବରଣରେ ରାଜନୈତିକ ଉଷ୍ମତା ବଢ଼ିଛି। ଅନ୍ୟପଟେ ଦୀର୍ଘଦିନ ଧରି ସହରରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା, ଅସଜଡ଼ା ପରିମଳ, ଶୋଚନୀୟ ହୋଇପଡ଼ିଥିବା ରାସ୍ତାଘାଟ ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ହୋଇଥିବାବେଳେ ପୁଣି ଆରମ୍ଭ ହୋଇଛି ପ୍ରତିଶ୍ରୁତିର ରାଜନୀତି।
ଚଳିତ ନିର୍ବାଚନରେ ପ୍ରଥମରୁ ୭ଟି ଓ୍ବାର୍ଡରେ ପ୍ରାର୍ଥୀ ଦେଇପାରିନାହିଁ କଂଗ୍ରେସ। ଯାଞ୍ଚ ବେଳେ ଜାତିଗତ ପ୍ରମାଣ ପତ୍ର ଦେଖାଇ ନ ପାରିବାରୁ ୧୮ନଂ. ଓ୍ବାର୍ଡର ଦଳୀୟ କାଉନ୍‌ସିଲର ପ୍ରାର୍ଥୀ ଲକ୍ଷ୍ମୀ ଦେହୁରୀଙ୍କ ମନୋନୟନ ପତ୍ର ନାକଚ ହୋଇଯାଇଛି। ଫଳରେ ୨୩ ଓ୍ବାର୍ଡ ମଧ୍ୟରୁ କେବଳ ୧୫ଟିରେ କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇ ନ ଥିଲେ ମଧ୍ୟ ମୁଖ୍ୟ ଲଢ଼େଇ ଭାଜପା ଏବଂ ବିଜେଡି ମଧ୍ୟରେ ହେବ ବୋଲି ସ୍ପଷ୍ଟ ହୋଇଛି। ଧୀରେ ଧୀରେ ପ୍ରଚାର ଜୋର୍‌ ଧରୁଥିବାବେଳେ ରାଜ୍ୟ ସରକାରଙ୍କ ସହରାଞ୍ଚଳ ବିକାଶକୁ ନେଇ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରୁଛି ଶାସକ ଦଳ। ସେହିପରି ଭାଜପା କେନ୍ଦ୍ର ସରକାରଙ୍କ ସଫଳତା, କେନ୍ଦ୍ରୀୟ ଅନୁଦାନ ହଡ଼ପ ପ୍ରସଙ୍ଗରେ ବିଜେଡିକୁ ଘେରିବାକୁ ଉଦ୍ୟମ କରୁଛି। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ମୁଖ୍ୟ ଆୟୁଧ କରି ନିର୍ବାଚନୀ ବୈତରଣୀ ପାର୍‌ ହେବାକୁ ଉଦ୍ୟମ କରୁଛନ୍ତି। ଶ୍ୟାମାଚରଣପୁର, କଲେଜ ବାଇପାସ୍‌, ଆନନ୍ଦନଗର, ପର୍ବତିଆ ସାହି ଏବଂ କାଠଗଡ଼ାର କିଛି ଅଞ୍ଚଳକୁ ନେଇ ଗଠିତ ୧ନଂ. ଓ୍ବାର୍ଡ ଅନୁସୂଚିତ ଜାତି ବର୍ଗ ଲାଗି ସଂରକ୍ଷିତ ରହିଛି। ଏହି ଓ୍ବାର୍ଡରେ ମୋଟ ୩ ହଜାର ୫୪୯ ଭୋଟରଙ୍କ ମତଦାନ ଲାଗି ୩ଟି ବୁଥ୍‌ କରାଯାଇଛି। ୨୦୧୩ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁବ୍ରତ କୁମାର ନନ୍ଦ ଏଠାରୁ ବିଜୟୀ ହୋଇଥିଲେ। ଚଳିତ ଥର ବିଜେଡିର ଚନ୍ଦନ ବେହେରା, ଭାଜପାର ବଳରାମ ସେଠୀ ଏବଂ କଂଗ୍ରେସର ସୁଶାନ୍ତ ବେହେରା ଏଠାରୁ ପ୍ରାର୍ଥୀ ହୋଇଛନ୍ତି। ବିପର୍ଯ୍ୟସ୍ତ ଡ୍ରେନେଜ୍‌, ରାସ୍ତାଘାଟ, ଆଲୋକୀକରଣ ସମସ୍ୟାରେ ଓ୍ବାର୍ଡବାସୀ ବର୍ଷବର୍ଷ ଧରି ଧନ୍ଦି ହେଉଥିଲେ ମଧ୍ୟ ଏହାର ସମାଧାନ ହୋଇପାରି ନ ଥିବା ଅଭିଯୋଗ ହେଉଛି। ତେଣୁ ଏସବୁ ସମସ୍ୟା ଆଗାମୀ ପୌର ନିର୍ବାଚନରେ ପ୍ରତିଫଳିତ ହେବାର ସମ୍ଭାବନା ରହିଛି।
ସେହିପରି କୁଞ୍ଜକାନ୍ତର କିଛି ଅଞ୍ଚଳ, ରିଫ୍ୟୁଜି କଲୋନୀ, ଆର୍‌ଟିଓ ଅଫିସ ନିକଟବର୍ତ୍ତୀ ଅଞ୍ଚଳକୁ ନେଇ ଗଠିତ ୨ନଂ. ଓ୍ବାର୍ଡର ଭୋଟର ସଂଖ୍ୟା ୧୨୦୪। ଗୋଟିଏ ବୁଥ୍‌ ତଥା ପୌରସଂସ୍ଥାର ସବୁଠାରୁ କମ୍‌ ଭୋଟର ଥିବା ସତ୍ତ୍ୱେ ନିର୍ବାଚନ ସମୟରେ ଏହାର ପ୍ରାସଙ୍ଗିକତା ବଢ଼ିଯାଏ। ଗତ ନିର୍ବାଚନରେ ବିଜେଡିର ସସ୍ମିତା ଜେନା ଏଠାରୁ ବିଜୟୀ ହୋଇଥିଲେ। ଏଥର ବିଜେଡିର ଦୀପ୍ତିରଞ୍ଜନ ସେଠୀ, ଭାଜପା ପକ୍ଷରୁ ବିନୋଦ ବିହାରୀ ମଲ୍ଲିକ, କଂଗ୍ରେସର ଦିଲୀପ ନାୟକ ପ୍ରାର୍ଥୀ ହୋଇଛନ୍ତି। ଚଳିତବର୍ଷ ଏହି ୱାର୍ଡ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। ତେବେ ଏଠାରେ ମଧ୍ୟ ରାସ୍ତାଘାଟ, ପାନୀୟ ଜଳକୁ ନେଇ ଅନୁରୂପ ସମସ୍ୟା ଲାଗିରହିଛି, ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି। ନେତାଙ୍କ ପ୍ରତିଶ୍ରୁତି ଆଉ କାମ ଦେବନି। ଅଞ୍ଚଳକୁ ଅଗ୍ରାଧିକାର ଦେଇ ସମସ୍ୟା ସମାଧାନ କରିବାର ଦକ୍ଷତା ଥିବା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଓ୍ବାର୍ଡବାସୀ ଚିନ୍ତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri