ବସ୍ତାରେ ବାଘ ଛାଲ ପୂରାଇ କରୁଥିଲେ ବିକ୍ରି ଯୋଜନା, ଶେଷରେ ହେଲେ ବନ୍ଧା

ବୌଦ୍ଧ,୧୯।୧୦(ଡି.ଏନ୍‌.ଏ.):ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାସିରା ଛକରୁ ମଙ୍ଗଳବାର ଏସ୍‌ଟିଏଫ୍‌ ଟିମ୍‌ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଜଣଙ୍କ ହେଲେ କଣ୍ଟାମାଳ ଥାନା ନାରାୟଣ ପ୍ରସାଦ ପଞ୍ଚାୟତ ଲୁଣ୍ଡୁରୁ ଗାଁର ଜୀବର୍ଦ୍ଧନ ଭୋଇ। ସେ ଏକ ପ୍ଲାଷ୍ଟିକ ବସ୍ତାରେ ବାଘ ଛାଲ ପୂରାଇ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଏସ୍‌ଟିଏଫ୍‌ ହାତରେ ଧରାପଡ଼ିଥିଲେ। ଏସ୍‌ଟିଏଫ୍‌ ଟିମ ଦୁଇଟି ଚିତା ବାଘ ଚମଡ଼ା ଜବତ କରିବା ସହ ଜୀବର୍ଦ୍ଧନଙ୍କୁ ଗିରଫ କରିଛି।