ଅନୁଗୋଳରେ ଗଡ଼ବଡ଼ କରୁଛି ଆର୍‌ଆର୍‌ଟି

ଅନୁଗୋଳ ଅଫିସ,୧୭।୧୦ ଅନୁଗୋଳ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ପାର୍‌ କଲାଣି। ବିଶେଷକରି ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ସଂକ୍ରମଣ ଦ୍ରୁତଗତିରେ ବଢ଼ୁଛି। ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଯୋଜନା ପରେ ଯୋଜନା କରାଯାଉଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ଆସିପାରୁ ନାହିଁ। ବିଶେଷକରି ଜିଲାରେ କାର୍ଯ୍ୟରତ ରାପିଡ୍‌ ରେସପନ୍ସ ଟିମ୍‌(ଆର୍‌ଆର୍‌ଟି) ଠିକ୍‌ ଭାବେ ଦାୟିତ୍ୱ ତୁଲାଉ ନ ଥିବା ଏବେ ପ୍ରଶାସନ ଜାଣିବାକୁ ପାଇଛି। କୋଭିଡ୍‌ ପରିଚାଳନାରେ ଏପରି ଗଡ଼ବଡ଼ ପାଇଁ ପ୍ରଶାସନ ପକ୍ଷରୁ ଟିମ୍‌କୁ ତାଗିଦ୍‌ ସହ ଚେତାବନୀ ଦିଆଯାଇଥିବା ସୂଚନା ମିଳିଛି।
କରୋନା ମୁକାବିଲା ପାଇଁ ଜିଲାର ୮ଟି ବ୍ଲକ, ଦୁଇଟି ପୌରପାଳିକା ଓ ଗୋଟିଏ ଏନ୍‌ଏସିରେ ୨୭ଟି ରାପିଡ୍‌ ରେସପନ୍ସ ଟିମ୍‌ କାର୍ଯ୍ୟ କରୁଛି। କୌଣସି ଅଞ୍ଚଳରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ଟିମ୍‌ ପୌରପାଳିକା କିମ୍ବା ବ୍ଲକ ଅଧିକାରୀଙ୍କ ଠାରୁ ପ୍ରଥମେ ସେହି ତାଲିକା ସଂଗ୍ରହ କରିବ। ପରେ ସଂକ୍ରମିତଙ୍କ ନିକଟରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ସେ କୋଭିଡ୍‌ ହସ୍ପିଟାଲକୁ ଯିବେ ନା ହୋମ୍‌ ଆଇସୋଲେଶନ୍‌ରେ ରହିବେ ତାହା ସ୍ଥିର କରିବ। ଅନୁଗୋଳ ପୌରପାଳିକାରେ କାର୍ଯ୍ୟ କରୁଥିବା ଏହି ଆର୍‌ଆର୍‌ଟିରେ ଦୁଇ ଜଣ ଡାକ୍ତର ଓ ୪ ଜଣ ନର୍ସ ରହିଛନ୍ତି। କିନ୍ତୁ ଅନେକ ସମୟରେ ସେମାନେ ସଂକ୍ରମିତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ତ ଦୂରର କଥା ପାଖ ମାଡ଼ୁ ନ ଥିବା ଅଭିଯୋଗ ହେଉଛି। ଏପରି କି ରାସ୍ତା ମଝିରେ ହୋମ୍‌ ଆଇସୋଲେଶନ୍‌ କିଟ୍‌ ଛାଡ଼ି ଦେଇ ପଳାଇ ଆସୁଛନ୍ତି। ଉକ୍ତ କିଟ୍‌ରେ ଥିବା ବ୍ରୋଚର ପୂରଣ କରାଯାଉନାହିଁ କି ସଙ୍ଗରୋଧ ଅବଧି ଶେଷ ପରେ ବ୍ରୋଚରରେ ଥିବା ଡିସଚାର୍ଜ ବକ୍ସ ଲେଖି ତାହା ଧରାଇ ଦିଆଯାଉନାହିଁ। ଏହାକୁ ନେଇ ସଂକ୍ରମିତ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆର୍‌ଆର୍‌ଟି ଟିମ୍‌ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଭାବେ ଯାଞ୍ଚ ନ କରିବା ଓ ଉପଯୁକ୍ତ ପରାମର୍ଶ ଦେଉ ନ ଥିବାରୁ ହୋମ୍‌ ଆଇସୋଲେଶନରେ ରହୁଥିବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପରିବାରର ଅନ୍ୟ ସଦସ୍ୟମାନେ କୋଭିଡ୍‌ ଆକ୍ରାନ୍ତ ହେଉଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଖୋଦ୍‌ ଜିଲା ସଦର ମହକୁମାରେ ଯଦି କୋଭିଡ୍‌ ପରିଚାଳନାରେ ଏପରି ଅବହେଳା ହେଉଛି ତା’ହେଲେ ଜିଲାର ଅନ୍ୟ ବ୍ଲକ ଅଞ୍ଚଳରେ ଥିବା ଆର୍‌ଆର୍‌ଟି ସଦସ୍ୟମାନେ କିପରି କାର୍ଯ୍ୟ କରୁଥିବେ ତାହାକୁ ନେଇ ଜିଲାବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ନଜରକୁ ଆସିଛି, କାର୍ଯ୍ୟାନୁଷ୍ଠାନ ନିଆଯିବ
ରାପିଡ୍‌ ରେସ୍‌ପନ୍ସ ଟିମ୍‌ ଠିକ୍‌ ଭାବେ କାର୍ଯ୍ୟ ତୁଲାଉନାହିଁ। ଏ ନେଇ ସୂଚନା ଆସିଛି। ଏହାର ଅନୁଧ୍ୟାନ କରିବାକୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଛି। ଆର୍‌ଆର୍‌ଟିରେ ଥିବା ଡାକ୍ତର ଓ ନର୍ସମାନଙ୍କୁ କେବଳ କରୋନା ପାଇଁ ନିଯୁକ୍ତି ଦିଆଯାଇଛି। ସେମାନେ ପୁନର୍ବାର ଏପରି କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ
ଏପରି ବ୍ୟବହାର ଦୁର୍ଭାଗ୍ୟଜନକ
ରାପିଡ୍‌ ରେସ୍‌ପନ୍ସ ଟିମ୍‌ ସଂକ୍ରମିତଙ୍କୁ ଏଭଳି ବ୍ୟବହାର କରିବା ଦୁର୍ଭାଗ୍ୟଜନକ କଥା। କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ଯେଉଁ ଦାୟିତ୍ୱ ଦେଉଛି ତାହାକୁ ଠିକ୍‌ ଭାବେ ତୁଲାଇଲେ ରୋଗୀ ସଂଖ୍ୟା ହ୍ରାସ ପାଇବ। ସଂକ୍ରମିତମାନଙ୍କ ମନୋବଳ ମଧ୍ୟ ବୃଦ୍ଧି ପାଇବ।
-ବିନୋଦ ଚନ୍ଦ୍ର ପଣ୍ଡା, ପୌର ନିର୍ବାହୀ ଅଧିକାରୀ, ଅନୁଗୋଳ
ପ୍ରଶାସନ ଉପଯୁକ୍ତ ତଦାରଖ କରୁ
ଆର୍‌ଆର୍‌ଟିଙ୍କ କାର୍ଯ୍ୟ ଠିକ୍‌ ଭାବେ ପରିଚାଳିତ ହେଉନାହିଁ। ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ଏହାର ତଦାରଖ କରାଯାଉ ନାହିଁ। ସେଥିପାଇଁ ନିଯୁକ୍ତ ଟିମ୍‌ ସଦସ୍ୟମାନେ ଏପରି କାର୍ଯ୍ୟ କରୁଛନ୍ତି। ତେଣୁ ଅବହେଳା କରୁଥିବା ଡାକ୍ତର, କର୍ମଚାରୀଙ୍କ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉ।
-ହିମାଂଶୁ ସାମଲ, ଅନୁଗୋଳ ସହରବାସୀ
ଚେତାବନୀ ଦିଆଯାଇସାରିଛି
ରାପିଡ୍‌ ରେସପନ୍ସ ଟିମ୍‌ ସଂକ୍ରମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଦିଆଯାଇଥିବା ବ୍ରୋଚର ପୂରଣ କରିବେ। କିଟ୍‌ରେ ଥିବା ମେଡିସିନ୍‌ କେଉଁ ସମୟରେ ଖାଇବେ ତାହା ମଧ୍ୟ କହିବେ। ଅଭିଯୋଗ ପରେ ସେମାନଙ୍କୁ ଚେତାବନୀ ଦିଆଯାଇଛି। ଏଣିକି ଅବହେଳା କଲେ ଆବଶ୍ୟକ ପଦକ୍ଷେପ ନିଆଯିବ।
-ଡାକ୍ତର ଅଭୟ କୁମାର ଦାଶ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର!

ଭୁବନେଶ୍ୱର,୨୪।୩: ବିଜେଡିରେ ବିଦ୍ରୋହ। ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର। ଚୌଦ୍ୱାର-କଟକର ସମସ୍ତ କର୍ପୋରେଟର ଏକାଠି ହୋଇଥିବା ଜଣାପଡିଛି। ପ୍ରଭାତ ଓ ସୌଭିକଙ୍କ କୁଶପୁତ୍ତଳିକା ଦାହକୁ କର୍ପୋରେଟର ବିରୋଧ…

ଯୁଦ୍ଧ ଭିତରେ ଚାଷୀଙ୍କ ପାଇଁ ବଡ଼ ପଦକ୍ଷେପ ନେଲେ ମୋଦି ସରକାର, ଅଂଶୀଦାର ହେବେ ଚାଇନା, ରୁଷିଆ…

ନୂଆଦିଲ୍ଲୀ,୨୪।୩: ଆମେରିକା ଏବଂ ଇସ୍ରାଏଲ ସହିତ ଇରାନର ଚାଲିଥିବା ଯୁଦ୍ଧ ବିଶ୍ୱର ଅନେକ ଦେଶ ସହିତ ଭାରତକୁ ଏକ କଷ୍ଟକର ପରିସ୍ଥିତିରେ ପକାଇଛି। ପଶ୍ଚିମ ଏସିଆରେ ଦେଖାଦେଇଥିବା…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

ବୁଢ଼ାଢିଅ ଗାଁ ରେ ଥିବା କିଛି ଘରେ ଥିଲା ଗଞ୍ଜେଇ: ଚଢ଼ାଉପରେ ୭ ଲକ୍ଷ ଟଙ୍କାର …

ମୋହନା,୨୪।୩(ମନ୍ମଥ ମିଶ୍ର): ଗଜପତି ଅଡବା ଥାନା ଅଞ୍ଚଳ ଗତ କିଛି ଦିନ ହେବ ଗଞ୍ଜେଇ ବେପାରୀଙ୍କ ନିଦ ହଜାଇ ଦେଇଛି ପୋଲିସ। ଆର୍‌ ଉଦୟଗିରୀ ଏସଡିପିଓ ରାକେଶ…

ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ହିନ୍ଦୁ, ବୌଦ୍ଧ, ଶିଖ ଧର୍ମାବଲମ୍ବୀ…

ନୂଆଦିଲ୍ଲୀ,୨୪।୩: ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି, ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri