Posted inଜାତୀୟ

ସନ୍ଦେହରେ ପୋଲିସ ଭୂମିକା

କାନପୁର/ନୂଆଦିଲ୍ଲୀ,୧୧ା୭: ଉତ୍ତରପ୍ରଦେଶର ୮ ପୋଲିସଙ୍କ ହତ୍ୟା ଅଭିଯୁକ୍ତ ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କୁ ଶୁକ୍ରବାର ସକାଳେ ଏନ୍‌କାଉଣ୍ଟର କରି ପୋଲିସ ମାରିଦେଇଛି। ବିକାଶଙ୍କ ଗିରଫଦାରି ପରେ ପୋଲିସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ କଳା କାରନାମାର ପର୍ଦ୍ଦାଫାସ ହେବ ବୋଲି ମନେକରାଯାଉଥିଲା। କେବଳ ପୋଲିସ ଅଧିକାରୀ ନୁହନ୍ତି, ଭାଜପା ଶାସିତ ଉତ୍ତରପ୍ରଦେଶ ସରକାରରେ ଥିବା କେତେଜଣ ନେତାଙ୍କ ଅସଲ ଚେହେରା ମଧ୍ୟ ସାମ୍ନାକୁ ଆସିଯିବ ବୋଲି ଆଲୋଚନା ହେଉଥିଲା। ତାଙ୍କୁ ଯେଭଳି ଭାବେ ନାଟକୀୟ ଢଙ୍ଗରେ ହତ୍ୟା କରାଗଲା ତାହା ମିଥ୍ୟା ଏନ୍‌କାଉଣ୍ଟର ବୋଲି ଗଣମାଧ୍ୟମରୁ ଆରମ୍ଭ କରି ସାଧାରଣରେ ଚର୍ଚ୍ଚା ହେଉଛି। ବଡ଼ବଡ଼ିଆଙ୍କ ସମ୍ପୃକ୍ତିକୁ ସମ୍ପୂର୍ଣ୍ଣ ଭାବେ ଲୁଚାଇଦେବାର ଲକ୍ଷ୍ୟ ରଖାଯାଇ ବିକାଶଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ବିରୋଧୀ ସମାଲୋଚନା କଲେଣି। ଏହି କୁଖ୍ୟାତ୍‌ ଅପରାଧୀଙ୍କୁ ହତ୍ୟା କରାଯାଇପାରେ ବୋଲି ସନ୍ଦେହ କରି ଗୁରୁବାର ରାତିରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର କରାଯାଇଥିଲା। ଏହାର ଶୁଣାଣି ପୂର୍ବରୁ ବିକାଶଙ୍କୁ ଏନ୍‌କାଉଣ୍ଟର କରାଯିବା ସନ୍ଦେହକୁ ଅଧିକ ଦୃଢ଼ୀଭୂତ କରୁଛି।
ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଅଣାଯାଉଥିବା କାର୍‌ ଓଲଟିପଡ଼ିବା ପରେ ବିକାଶ ଆହତ ପୋଲିସ କର୍ମଚାରୀଙ୍କ ବନ୍ଧୁକ ଛଡ଼ାଇଥିଲେ। ପୋଲିସ ତାଙ୍କୁ ଘେରିଯାଇ ଆମତ୍ସମର୍ପଣ କରିବାକୁ କହିଥିଲା। ହେଲେ ସେ ପୋଲିସ କଥା ନ ଶୁଣି ଫାୟାରିଂ କରିଥିଲେ। ପୋଲିସ ଆମତ୍ରକ୍ଷା ପାଇଁ ଗୁଳି ଚଳାଇଥିଲା, ଯେଉଁଥିରେ ସେ ଆହତ ହୋଇଥିଲେ। ବିକାଶଙ୍କୁ ଗୁରୁତର ଅବସ୍ଥାରେ କାନପୁରସ୍ଥିତ ଲାଲା ଲଜପତ ରାୟ ହସ୍ପିଟାଲକୁ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ବୋଲି ପୋଲିସ କହିଛି। ଅନ୍ୟପକ୍ଷରେ ଏହି ଏନ୍‌କାଉଣ୍ଟରକୁ ନେଇ ବିଭିନ୍ନ ମହଲରେ ଅନେକ ପ୍ରଶ୍ନ ଉଠିଛି। କାରଣ ଉକ୍ତ ହସ୍ପିଟାଲର ଡାକ୍ତର ପୋଲିସର କଥାକୁ ଖଣ୍ଡନ କରି କହିଛନ୍ତି, ବିକାଶଙ୍କୁ ଜୀବିତ ଅବସ୍ଥାରେ ନୁହେଁ, ବରଂ ତାଙ୍କ ମୃତଦେହକୁ ହସ୍ପିଟାଲକୁ ଅଣାଯାଇଥିଲା।
ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଗୁରୁବାର ରାତି ୮ଟାରେ ବିକାଶଙ୍କୁ ଧରି ୩ଟି କାର୍‌ ବାହାରିଥିଲା। ସେଥି ମଧ୍ୟରୁ ଟାଟା ସଫାରିରେ ବିକାଶଙ୍କ ସହ କେତେଜଣ ପୋଲିସ କର୍ମଚାରୀ ବସିଥିଲେ, ଯାହାକି ଭୋର ୪ଟାରେ କାନ୍‌ପୁର ନିକଟସ୍ଥ ଏକ ଟୋଲ୍‌ ପ୍ଲାଜାରେ ଦେଖିବାକୁ ମିଳିଥିଲା। ଏନ୍‌କାଉଣ୍ଟରର କିଛି ସମୟ ପୂର୍ବରୁ ଅର୍ଥାତ୍‌ ୬ଟା ୩୦ରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳିଛି ଯେ, ସମ୍ପୂର୍ଣ୍ଣ ଟ୍ରାଫିକ୍‌କୁ ରୋକି ଦିଆଯାଇଥିଲା ଏବଂ ପଛରେ ଆସୁଥିବା ମିଡିଆ ଗାଡ଼ିଗୁଡ଼ିକୁ ମଧ୍ୟ ଆଗକୁ ବଢ଼ିବାକୁ ଦିଆଯାଇ ନ ଥିଲା। କିଛି ସମୟ ପରେ ଅନ୍ୟ ଏକ ଗାଡ଼ି ଦୁର୍ଘଟଣାଗସ୍ତ ହୋଇଥିଲା, ଯେଉଁଥିରେ ବିକାଶ ବସିଥିଲେ ବୋଲି ପୋଲିସ କହୁଛି। ଏଠାରେ ପ୍ରଶ୍ନ ଉଠୁଛି ଯେ, ବିକାଶଙ୍କୁ ଝାନ୍‌ସି ନିକଟରେ ଅନ୍ୟ ଗାଡ଼ିକୁ କାହିଁକି ସ୍ଥାନାନ୍ତର କରାଗଲା।
ସେହିପରି ପୋଲିସ ପ୍ରଥମେ କହିଥିଲା ଯେ, ବର୍ଷା ଯୋଗୁ ରାସ୍ତାରେ ପାଣି ଜମିଯାଇଥିବାରୁ କାର୍‌ ସ୍ଲିପ୍‌ ହୋଇ ଓଲଟିପଡ଼ିଲା। କିନ୍ତୁ ପରେ ୟୁପି ପୋଲିସ ପକ୍ଷରୁ ବିଧିବଦ୍ଧ ଭାବେ ବିବୃତି ଜାରି କରି କୁହାଯାଇଛି ଯେ, ଗାଈ ମଇଁଷି ରାସ୍ତା ଉପରକୁ ଆସିଯିବାରୁ ଗାଡ଼ି ମୋଡ଼ିବାବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହାକି ପୂର୍ବ ସଫେଇଠାରୁ ସମ୍ପୂର୍ଣ୍ଣ ଭିନ୍ନ। ନିର୍ଦ୍ଦିଷ୍ଟ ଭାବେ କେଉଁ ସମୟରେ ଦୁର୍ଘଟଣା ଘଟିଥିଲା ଓ ଏନ୍‌କାଉଣ୍ଟରରେ ବିକାଶଙ୍କ ମୃତ୍ୟୁ କେତେବେଳେ ହୋଇଥିଲା ସେନେଇ ମଧ୍ୟ ପୋଲିସ ସ୍ପଷ୍ଟ ଭାବେ କହିପାରି ନାହିଁ।
ଗୁରୁବାର ରାତିରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର ହୋଇଥିଲା। ଏଥିରେ ବିକାଶଙ୍କୁ ଏନ୍‌କାଉଣ୍ଟରରେ ହତ୍ୟା କରାଯିବା ନେଇ ଆଶଙ୍କା ବ୍ୟକ୍ତ କରାଯାଇଥିଲା। ଏହାସହ ତାଙ୍କୁ ସୁରକ୍ଷା ଦେବା ଏବଂ ସିବିଆଇ ଦ୍ୱାରା ମାମଲାର ତଦନ୍ତ ପାଇଁ ଅନୁରୋଧ କରାଯାଇଥିଲା। ବ୍ୟକ୍ତିଗତ ଭାବେ ଦାଏର କରିଥିବା ଉକ୍ତ ପିଟିଶନର ଜରୁରୀ ଶୁଣାଣି ପାଇଁ ଆଇନଜୀବୀ ଘନଶ୍ୟାମ ଉପାଧ୍ୟାୟ ଶୀର୍ଷ ଅଦାଲତଙ୍କୁ ଅନୁରୋଧ କରିଥିଲେ। ତେବେ ତାଙ୍କ ଆବେଦନର ଶୁଣାଣି ହେବା ପୂର୍ବରୁ ଏନ୍‌କାଉଣ୍ଟରରେ ବିକାଶଙ୍କ ଜୀବନ ଗଲା। ଉପରୋକ୍ତ ସମସ୍ତ ବିଷୟ ସମ୍ପୂର୍ଣ୍ଣ ଘଟଣାକୁ ରହସ୍ୟ ଭିତରକୁ ଟାଣି ନେଉଛି। ଏଥିପାଇଁ ରାଜନୈତିକ ଦଳ ସମେତ ବିଭିନ୍ନ ମହଲରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri