ଜଳବାୟୁ ପାଣ୍ଠିର ଭୂମିକା

ସାମ୍ପ୍ରତିକ ସମୟର ପ୍ରମୁଖ ଆହ୍ବାନକାରୀ ସମସ୍ୟା ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ବିଶ୍ୱ ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ। ଏସବୁ ମାନବ ସ୍ବାସ୍ଥ୍ୟ, ବିଶ୍ୱ ଅର୍ଥନୀତି ଏବଂ ପ୍ରାକୃତିକ ପରିସଂସ୍ଥା ନିମନ୍ତେ ଗମ୍ଭୀର ବିପଦର ସୂତ୍ରପାତ କରୁଛି। ଏହି ପରିବେଶୀୟ ସମସ୍ୟାର ପ୍ରଭାବରେ ସଂଘଟିତ ବିଧ୍ୱଂସକାରୀ ପ୍ରାକୃତିକ ବିପର୍ଯ୍ୟୟ ପରିବ୍ୟାପ୍ତ ହୋଇଚାଲିଛି। ଏସବୁର ମୁକାବିଲା ନିମନ୍ତେ ଜାତିସଂଘ ଆନୁକୂଲ୍ୟରେ ନିୟମିତ ବିଶ୍ୱସ୍ତରୀୟ ଜଳବାୟୁ ସମ୍ମିଳନୀମାନ ଅନୁଷ୍ଠିତ ହେଉଛି। ବିନାଶକାରୀ ପ୍ରଭାବର ପ୍ରଶମନ ନିମନ୍ତେ ସମ୍ବଳରହିତ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ସାହାଯ୍ୟ ପ୍ରଦାନ ଲକ୍ଷ୍ୟରେ ଜାତିସଂଘ ଉଦ୍ୟମରେ ଗଠିତ ହୋଇଛି ଅନ୍ତର୍ଜାତୀୟ ‘ସବୁଜ ଜଳବାୟୁ ପାଣ୍ଠି’ (ଜିସିଏଫ୍‌)। ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ଫ୍ରେମୱାର୍କ କନଭେନସନ (ୟୁଏନ୍‌ଏଫ୍‌ସିସି) ଦ୍ୱାରା ୨୦୧୦ରେ ପ୍ରତିଷ୍ଠିତ ହୋଇଥିବା ଏହି ପାଣ୍ଠି ହେଉଛି ବିଶ୍ୱର ସର୍ବବୃହତ ସମର୍ପିତ ପାଣ୍ଠି। ଗ୍ଲୋବାଲ ସାଉଥରେ ଜଳବାୟୁ-ସ୍ଥିର ଏବଂ ସ୍ବଳ୍ପତର-ନିର୍ଗମନ ବିକାଶକୁ ସମର୍ଥନ କରିବା ନିମନ୍ତେ ଧନୀ ରାଷ୍ଟ୍ରଗୁଡ଼ିକରୁ ଜଳବାୟୁ ପାଣ୍ଠି ଯୋଗାଡ଼ କରିବାରେ ଜିସିଏଫ ଏକ ପ୍ରମୁଖ ଭୂମିକା ନିର୍ବାହ କରେ। ମୁଖ୍ୟ ଲକ୍ଷ୍ୟ ହେଉଛି ବିକାଶଶୀଳ ଦେଶଗୁଡ଼ିକରେ ଅଙ୍ଗାରକାମ୍ଳ ପରି ସବୁଜଗୃହ ବାଷ୍ପ ନିର୍ଗମନକୁ ସୀମିତ ବା ହ୍ରାସ କରିବାର ପ୍ରୟାସକୁ ସମର୍ଥନ ଏବଂ ଦୁର୍ବଳ ସମାଜଗୁଡ଼ିକୁ ଜଳବାୟୁ ପରିବର୍ତ୍ତନର ଅନିବାର୍ଯ୍ୟ ପ୍ରଭାବ ସହିତ ଖାପ ଖୁଆଇବାରେ ସହାୟତା ପ୍ରଦାନ କରିବା। ପ୍ରଶମନ ଏବଂ ଅନୁକୂଳନର ଏହି ଦ୍ୱୈତ ଉଦ୍ଦେଶ୍ୟ ହେଉଛି ପ୍ୟାରିସ ଜଳବାୟୁ ଚୁକ୍ତିନାମା ୨୦୧୫ର ଲକ୍ଷ୍ୟ ପୂରଣ ଦିଗରେ ବିଶ୍ୱସ୍ତରୀୟ ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ବିଶ୍ୱ ତାପମାତ୍ରା ବୃଦ୍ଧିକୁ ଦୁଇ ଡିଗ୍ରୀ ସେଲସିୟସ ତଳେ ନିୟନ୍ତ୍ରିତ କରିବାର ପ୍ରଚେଷ୍ଟାକୁ ଗୁରୁତ୍ୱ ପ୍ରଦାନ ସହ ଏହି ବୃଦ୍ଧିକୁ ଦେଢ଼ ଡିଗ୍ରୀ ମଧ୍ୟରେ ସୀମିତ ରଖିବାର ପ୍ରୟାସ ଜାରି ରଖେ।
ଜଳବାୟୁ ପାଣ୍ଠି ୨୪ ଜଣ ସଦସ୍ୟଙ୍କୁ ନେଇ ଗଠିତ ଏକ ବୋର୍ଡ଼ ଦ୍ୱାରା ପରିଚାଳିତ ହୁଏ, ଯେଉଁଥିରେ ଉଭୟ ବିକଶିତ ଏବଂ ବିକାଶଶୀଳ ରାଷ୍ଟ୍ରମାନଙ୍କର ସମାନ ସଂଖ୍ୟକ ସଦସ୍ୟ ଅନ୍ତର୍ଭୁକ୍ତ ।
ଏହି ପାଣ୍ଠି ୟୁଏନଏଫ୍‌ସିସିର ମାର୍ଗଦର୍ଶନରେ କାର୍ଯ୍ୟ ସମ୍ପାଦନ କରେ ଏବଂ ଏହାର ମୁଖ୍ୟାଳୟ ଦକ୍ଷିଣ କୋରିଆର ସୋଙ୍ଗଡ଼ୋରେ ଅବସ୍ଥିତ। ଏହା ଫ୍ରେମୱାର୍କ କନ୍‌ଭେନସନ ବାର୍ଷିକ ସଦସ୍ୟ ସମ୍ମିଳନୀ (କପ୍‌) ପ୍ରତି ଉତ୍ତରଦାୟୀ ରହେ, କିନ୍ତୁ ଏହା ନିଜସ୍ବ କାର୍ଯ୍ୟକ୍ଷମ ନୀତି ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ସହିତ ଏକ ସ୍ବାଧୀନ ଆଇନଗତ ସଂସ୍ଥା ଭାବରେ କାର୍ଯ୍ୟ ସମ୍ପାଦନ କରେ। ବିକଶିତ ରାଷ୍ଟ୍ର ଏବଂ ଅନ୍ୟାନ୍ୟ ବଦାନ୍ୟ ଦାତାମାନଙ୍କ ଦ୍ୱାରା ପ୍ରଦତ୍ତ ପ୍ରତିଶ୍ରୁତି ମାଧ୍ୟମରେ ଏହି ପାଣ୍ଠିକୁ ଅର୍ଥ ଯୋଗାଇ ଦିଆଯାଏ। ୨୦୨୪ ସୁଦ୍ଧା, ଜିସିଏଫ ଏହାର ପ୍ରତିଷ୍ଠା ପରଠାରୁ ୨୦ ବିଲିୟନ ଡଲାରରୁ ଅଧିକ ପ୍ରତିଶ୍ରୁତି ସଂଗ୍ରହ କରିଛି। ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନୀ, ବ୍ରିଟେନ, ଜାପାନ ଏବଂ ଫ୍ରାନ୍ସ ଭଳି ଧନିକ ରାଷ୍ଟ୍ର ସର୍ବାଧିକ ଅର୍ଥ ପ୍ରଦାନକାରୀମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ।
ଏହି ପାଣ୍ଠି ଜଳବାୟୁ ସ୍ଥିରତାକୁ ପ୍ରୋତ୍ସାହିତ କରୁଥିବା ଏବଂ ଅଙ୍ଗାରକ ନିର୍ଗମନ ହ୍ରାସ କରୁଥିବା ପ୍ରକଳ୍ପ ଏବଂ କାର୍ଯ୍ୟକ୍ରମଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରେ। ଏଥିରେ ନବୀକରଣୀୟ ଶକ୍ତି ଉତ୍ପାଦନ, ସହନୀୟ କୃଷି ପଦ୍ଧତି, ଉନ୍ନତ ଜଳ ପରିଚ଼ାଳନା, ପ୍ରାରମ୍ଭିକ ବିପର୍ଯ୍ୟୟ ଚେତାବନୀ ବ୍ୟବସ୍ଥା ଏବଂ ଜଳବାୟୁ-ସ୍ଥାପକ ଭିତ୍ତିଭୂମି ନିର୍ମାଣରେ ଅର୍ଥ ନିବେଶ ଅନ୍ତର୍ଭୁକ୍ତ। ଏହି ପାଣ୍ଠି ଏକ ରାଷ୍ଟ୍ରର ସ୍ବତ୍ୱାଧିକାର ଉପରେ ଗୁରୁତ୍ୱ ପ୍ରଦାନ କରେ, ଅର୍ଥାତ ବିକାଶଶୀଳ ଦେଶଗୁଡ଼ିକ ସେମାନଙ୍କର ନିଜସ୍ବ ଜଳବାୟୁ ପ୍ରାଥମିକତା ଏବଂ ପ୍ରସ୍ତୁତ ଯୋଜନା ଆଧାରରେ ପ୍ରକଳ୍ପଗୁଡ଼ିକର ନେତୃତ୍ୱ ନେବେ। ପାଣ୍ଠିର ଏକ ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଜଳବାୟୁ ଅନୁକୂଳନ (ଖାପ ଖୁଆଇବା) ଏବଂ ପ୍ରଶମନ ପ୍ରୟାସ ମଧ୍ୟରେ ସମାନ ଭାବରେ ପାଣ୍ଠିର ସନ୍ତୁଳିତ ବଣ୍ଟନକୁ ସୁନିଶ୍ଚିତ କରିବା। ଏହା ଏକ ଗୁରୁତ୍ୱପୂର୍ଣ୍ଣ ବାସ୍ତବତା ଯେ ବନ୍ୟା ପ୍ରତିରକ୍ଷା ପଦ୍ଧତିର ନିର୍ମାଣ କିମ୍ବା ମରୁଡ଼ି ପ୍ରତିରୋଧୀ ଫସଲର ବିକାଶ ପରି ଅନୁକୂଳନ ପ୍ରକଳ୍ପମାନ, ସୌରଶକ୍ତି ଫାର୍ମ ବା ପବନ ଟର୍ବାଇନ ପ୍ରକଳ୍ପ ପରି ପ୍ରଶମନ ପଦକ୍ଷେପ ତୁଳନାରେ କମ୍‌ ପାଣ୍ଠି ପାଇଥାନ୍ତି। ଅଧିକନ୍ତୁ ବ୍ୟବସ୍ଥାର ଅତି କମ୍‌ରେ ୫୦% ଅନୁକୂଳନ ପାଣ୍ଠିକୁ ସବୁଠାରୁ ଦୁର୍ବଳ ଦେଶଗୁଡ଼ିକୁ ପ୍ରଦାନ କରାଯାଏ, ଯେଉଁଥିରେ ସର୍ବନିମ୍ନ ବିକଶିତ ରାଷ୍ଟ୍ର, କ୍ଷୁଦ୍ର ଦ୍ୱୀପ ବିକାଶଶୀଳ ରାଷ୍ଟ୍ର ଏବଂ ଆଫ୍ରିକୀୟ ଦେଶମାନେ ଅନ୍ତର୍ଭୁକ୍ତ। ଏହି ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନ ଦ୍ୱାରା ବର୍ଦ୍ଧିତ ମାତ୍ରାରେ ପ୍ରଭାବିତ ହୋଇଥାନ୍ତି, କିନ୍ତୁ ଆର୍ଥିକ ଏବଂ ବୈଷୟିକ ସମ୍ବଳର ଅଭାବ ପରିପ୍ରେକ୍ଷୀରେ ପ୍ରଭାବଶାଳୀ ଭାବରେ ଏହା ବିରୋଧରେ କାର୍ଯ୍ୟକ୍ରମ ଗ୍ରହଣରେ ପ୍ରାୟତଃ ଅସମର୍ଥ ହୁଅନ୍ତି।
ନିକଟରେ ଘାନା, ମାଳଦ୍ୱୀପ ଏବଂ ମୌରିଟାନିଆରେ ଜଳବାୟୁ ସ୍ଥିରତାକୁ ସୁଦୃଢ଼ କରିବା ନିମନ୍ତେ ସବୁଜ ଜଳବାୟୁ ପାଣ୍ଠି ୧୨୦ ନିୟୁତ ଡଲାରରୁ ଅଧିକ ଅର୍ଥ ନୂତନ ଭାବେ ଅନୁମୋଦନ କରିଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ପ୍ରକୃତି-ଆଧାରିତ ସମାଧାନ, ଜଳବାୟୁ-ସ୍ଥାପକ କୃଷି, ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ଏବଂ ଉନ୍ନତ ଜଳ ସୁରକ୍ଷା ମାଧ୍ୟମରେ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ଗମ୍ଭୀର ପ୍ରଭାବକୁ ପୂର୍ବାନୁମାନ କରିବା ଏବଂ ଅନୁକୂଳନ କରିବାରେ ଦୁର୍ବଳ ସମ୍ପ୍ରଦାୟଗୁଡ଼ିକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପଗୁଡ଼ିକ ବିକଶିତ କରିଛି। ଆଗ୍ରହୀ ରାଷ୍ଟ୍ରମାନେ ବହୁପକ୍ଷୀୟ ବିକାଶ ବ୍ୟାଙ୍କ, ଜାତିସଂଘର ବିବିଧ ସଂସ୍ଥା, ରାଷ୍ଟ୍ରୀୟ ମନ୍ତ୍ରଣାଳୟ ଏବଂ ସ୍ଥାନୀୟ ସଂଗଠନ ସମେତ ବିଭିନ୍ନ ସ୍ବୀକୃତିପ୍ରାପ୍ତ ସଂସ୍ଥା ମାଧ୍ୟମରେ ପାଣ୍ଠି ହାସଲ କରିପାରିବେ। ଏହି ସଂସ୍ଥାମାନଙ୍କ ମାଧ୍ୟମରେ ଦାଖଲ ହୋଇଥିବା ପ୍ରକଳ୍ପ ପ୍ରସ୍ତାବ ଜଳବାୟୁ ପାଣ୍ଠି ବୋର୍ଡ଼ ଦ୍ୱାରା ସମୀକ୍ଷା ଏବଂ ଅନୁମୋଦିତ ହୋଇଥାଏ। ପରିବେଶଗତ ଏବଂ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ପ୍ରକଳ୍ପକୁ କଠୋର ମୂଲ୍ୟାଙ୍କନ ପ୍ରକ୍ରିୟା ମଧ୍ୟ ଦେଇ ଯିବାକୁ ପଡ଼େ। ଏହା ସହିତ ଜଳବାୟୁ ପାଣ୍ଠି ଦେଶଗୁଡ଼ିକୁ ସେମାନଙ୍କର ସାଂଗଠନିକ କ୍ଷମତାକୁ ସୁଦୃଢ଼ କରିବା, ରଣନୈତିକ ଢାଞ୍ଚା ବିକଶିତ କରିବା ଏବଂ ଉଚ୍ଚମାନର ପ୍ରକଳ୍ପ ପ୍ରସ୍ତାବସବୁର ନିର୍ମାଣ କରିବାରେ ଆବଶ୍ୟକ ପ୍ରସ୍ତୁତି ସହାୟତା ପ୍ରଦାନ କରେ।
ଏହାର ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟାଦେଶ ସତ୍ତ୍ୱେ, ଜଳବାୟୁ ପାଣ୍ଠି ସମ୍ପ୍ରତି ଅନେକ ଆହ୍ବାନର ସମ୍ମୁଖୀନ ହେଉଛି। ଏଥିରେ ଥିବା ପ୍ରତିବନ୍ଧକ ମଧ୍ୟରେ ପାଣ୍ଠି ବଣ୍ଟନରେ ବିଳମ୍ବ, ଜଟିଳ ଆବେଦନ ପ୍ରକ୍ରିୟା ଏବଂ ପ୍ରଶାସନିକ ଅପାରଗତା ଅନ୍ତର୍ଭୁକ୍ତ। ଏହି ପରିପ୍ରେକ୍ଷୀରେ, ବିକାଶଶୀଳ ଦେଶ ଏବଂ ନାଗରିକ ସମାଜ ସଂଗଠନମାନେ ଅଧିକ ସ୍ବଚ୍ଛତା, ସରଳୀକୃତ ପ୍ରକ୍ରିୟା ଏବଂ ପାଣ୍ଠିର ପ୍ରତ୍ୟକ୍ଷ ଉପଲବ୍ଧତା ବୃଦ୍ଧି ନିମନ୍ତେ ଆହ୍ବାନ ଜଣାଉଛନ୍ତି। ଅନ୍ୟପକ୍ଷରେ, କିଛି ବିକଶିତ ରାଷ୍ଟ୍ର ସେମାନଙ୍କର ଆର୍ଥିକ ପ୍ରତିଶ୍ରୁତି ପୂରଣ କରିବାରେ ମନ୍ଥରତା ପ୍ରଦର୍ଶନ କରୁଛନ୍ତି, ଯାହା ଜଳବାୟୁ ଆର୍ଥିକ ବ୍ୟବସ୍ଥାର ନିଶ୍ଚିତତା ଏବଂ ପର୍ଯ୍ୟାପ୍ତତା ବିଷୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିବିଧ ପ୍ରତିବନ୍ଧକର ସମ୍ମୁଖୀନ ହେବା ସତ୍ତ୍ୱେ, ଏକ ନ୍ୟାୟସଙ୍ଗତ, ଯଥାର୍ଥ ଏବଂ ସହନୀୟ ଜଳବାୟୁ ପରିବର୍ତ୍ତନ ସମାଧାନକୁ ସକ୍ଷମ ଓ କାର୍ଯ୍ୟକାରୀ କରିବାରେ ଏହି ପାଣ୍ଠିର ଭୂମିକା ଅପରିହାର୍ଯ୍ୟ।
କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ: ୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

୩ୟ ବିଶ୍ୱଯୁଦ୍ଧ ଆରମ୍ଭ! କିମ୍‌ କଲେ ୧୦ ମିସାଇଲ ଆଟାକ୍‌, ଛାରଖାର ହୋଇଯିବ…

ନୂଆଦିଲ୍ଲୀ,୧୪।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆଉ ଏକ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଥିବା ରିପୋର୍ଟ ସାମ୍ନାକୁ ଆସିଛି। ଦକ୍ଷିଣ କୋରିଆ କହିଛି ଯେ ଉତ୍ତର…

ଗ୍ୟାସକୁ ନେଇ ହୁଅନ୍ତୁନି ଟେନସନ! ସରକାର କହିଲେ ରାଶନ କାର୍ଡ ଥିଲେ ମାଗଣାରେ ମିଳିବ….

ନୂଆଦିଲ୍ଲୀ,୧୪।୧: “ରନ୍ଧନ ଗ୍ୟାସର ଅଭାବ ହେଲେ ଆମେ ବିକଳ୍ପ ଇନ୍ଧନ ଭାବରେ କିରୋସିନ ଯୋଗାଇବାକୁ ପ୍ରସ୍ତୁତ” । ସାରା ଦେଶରେ ଯେତେବେଳେ ରନ୍ଧନ ଗ୍ୟାସ ଯୋଗାଣରେ ବିଳମ୍ବ…

ରାଜ୍ୟ ସଭା ନିର୍ବାଚନକୁ ନେଇ ନବୀନ-ଜୟନାରାୟଣ ମୁହାଁମୁହିଁ, ଘୋଡ଼ା ବେପାର କଥା ଉଠାଇ…

ଭୁବନେଶ୍ୱର,୧୪ା୩: ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟ ସଭା ନିର୍ବାଚନ। ଏନେଇ ରାଜ୍ୟର ୩ ପ୍ରମୁଖ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ…

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି: ଜେଲ୍‌ରୁ ବାହାରିବେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୧୪।୩: ଲଦାଖରେ ହିଂସା ଘଟଣାରେ ଗିରଫ ହୋଇଥିବା ସାମାଜିକ କର୍ମୀ ତଥା ଇଞ୍ଜିନିୟର ସୋନମ ୱାଙ୍ଗଚୁକଙ୍କୁ ଜେଲ୍‌ରୁ ମୁକ୍ତି ଦେବାକୁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି। ସରକାର…

LPG ସଙ୍କଟକୁ ନେଇ ମୋଦିଙ୍କ ବଡ଼ ବୟାନ, ମିଳିବ…

ନୂଆଦିଲ୍ଲୀ,୧୪।୧: ଆସାମର ସିଲଚରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବିଶ୍ୱ ଉତ୍ତେଜନା ଏବଂ ଯୁଦ୍ଧ ଭଳି…

ବନ୍ଧା ହେଲେ ଜନସେବା କେନ୍ଦ୍ର ମାଲିକ, ଲୋକ ଅଦାଲତ ନାଁରେ କରୁଥିଲେ…

ସମ୍ବଲପୁର,୧୪ା୩(ପ୍ରମୋଦ ବହିଦାର): ଜାତୀୟ ଲୋକ ଅଦାଲତରେ ବିଭିନ୍ନ ସମସ୍ୟାର ସମାଧାନ କରିଦେବାକୁ କହି ଶତାଧିକ ଲୋକଙ୍କୁ ଠକିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନା ପୋଲିସ ଜଣେ ଜନସେବା…

ଜେଲ୍‌ ଭିତରେ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗୀର,୧୪ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜେଲ୍‌ ଭିତରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କଏଦୀ ଜଣକ ବଲାଙ୍ଗୀର ସଦର ଥାନା କୁଶଙ୍ଗ ଗାଁର ଭୀଷ୍ମଦେବ ସାହୁ…

ରାସ୍ତାରେ ଧାନବସ୍ତା ରଖି ଅବରୋଧ କଲେ ଚାଷୀ

କେନ୍ଦୁଝର,୧୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା କାଠ କରଞ୍ଜିଆ ପଞ୍ଚାୟତ ମୁଖ୍ୟାଳୟରେ ଶନିବାର ଚାଷୀମାନେ ବିଭିନ୍ନ ସମସ୍ୟାକୁ ନେଇ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri