Posted inଫୁରସତ

ଶାନ୍ତି ପ୍ରତିଷ୍ଠା କରିବାରେ ସାମାଜିକ ନ୍ୟାୟର ଭୂମିକା ଗୁରୁତ୍ୱପୂର୍ଣ୍ଣ

ପ୍ରତିବର୍ଷ ଫେବୃଆରୀ ୨୦ରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳନ କରାଯାଉଛି। ବିଶ୍ୱରୁ ଦାରିଦ୍ର୍ୟ, ଲିଙ୍ଗଗତ ଅସମାନତା, ବେକାରି,ମାନବାଧିକାର ତଥା ସାମାଜିକ ସୁରକ୍ଷା ସମ୍ପର୍କିତ ସମସ୍ୟା ଦୂର କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ମଣିଷ ମଣିଷ ଭିତରେ ଏପରି କି ଦେଶ ଦେଶ ମଧ୍ୟରେ ଶାନ୍ତି, ସହାବସ୍ଥାନ ପ୍ରତିଷ୍ଠା କରିବାରେ ସାମାଜିକ ନ୍ୟାୟର ଭୂମିକା ରହିଛି। ଲିଙ୍ଗଗତ, ବୟସ, ଜାତି, ଧର୍ମ, ସମ୍ପ୍ରଦାୟ ଓ ସଂସ୍କୃତି କ୍ଷେତ୍ରରେ ରହିଥିବା ସାମାଜିକ ବାଧାକୁ ହଟାଇ ଦେବା ଦ୍ୱାରା ଆମେ ସହଜରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିପାରିବା। ଏଥିପାଇଁ ୨୬ ନଭେମ୍ବର,୨୦୦୭ରେ ଜାତିସଂଘ ସାଧାରଣ ପରିଷଦ ୨୦ ଫେବୃଆରୀକୁ ବିଶ୍ୱ ସାମାଜିକ ନ୍ୟାୟ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିବାପରେ ୨୦୦୯ରେ ଏହି ଦିବସ ପ୍ରଥମେ ପାଳନ କରାଯାଇଥିଲା। ଏକ ନିଷ୍ପକ୍ଷ ଜଗତୀକରଣ ପାଇଁ ସାମାଜିକ ନ୍ୟାୟ ଉପରେ କରାଯାଇଥିବା ଘୋଷଣାନାମାକୁ ଆନ୍ତର୍ଜାତିକ ଶ୍ରମ ସଂଘ( ଆଇଏଲଓ) ଗ୍ରହଣ କରିବା ଦ୍ୱାରା ସାମାଜିକ ନ୍ୟାୟ ପ୍ରତି ଜାତିସଂଘର ପ୍ରତିବଦ୍ଧତା ପ୍ରତିପାଦିତ ହୋଇଛି। ଏହି ଘୋଷଣାନାମା ୧୦ ଜୁନ,୨୦୦୮ରେ କରାଯାଇଥିତ୍ଲା। ସମସ୍ତଙ୍କ ପାଇଁ ନିଯୁକ୍ତି, ସାମାଜିକ ସୁରକ୍ଷା, ସାମାଜିକ ବକ୍ତବ୍ୟ ଏବଂ ମୌଳିକ ନୀତି ଓ ଅଧିକାର ଉପରେ ଏହା ଗୁରୁତ୍ୱ ଦିଏ। ପୂର୍ବରୁ ଆଇଏଲଓ ଦ୍ୱାରା ୧୯୪୪ ଏବଂ ୧୯୯୮ରେ ଦୁଇଟି ଘୋଷଣା କରାଯାଇଥିଲେ ମଧ୍ୟ ୨୦୦୮ ଘୋଷଣାନାମା ଜଗତୀକରଣ ଯୁଗରେ ଏକ ନୂଆ ଦିଶା ଦେଖାଇଛି। ଏକ ଜଟିଳ ରାଜନୈତିକ ଅଭିଯାନ ଦ୍ୱାରା ଏହା ସମ୍ଭବ ହୋଇଥିଲା ଓ ଏଥିପାଇଁ ଏକ ବିସ୍ତୃତ ସହମତି ପ୍ରକାଶ ପାଇଥିଲା।
ବିଶ୍ୱରେ ୨୦୦୮ ପରେ ନିଯୁକ୍ତି ହାର ବାର୍ଷିକ ୦.୧ ପ୍ରତିଶତ ବୃଦ୍ଧି ପାଉଛି। ଏହା ୨୦୦୦ରୁ ୨୦୦୭ ମଧ୍ୟରେ ଥିଲା ୦.୯ ପ୍ରତିଶତ। ଏବେ ସୁଦ୍ଧା ୬୦ ପ୍ରତିଶତ ଶ୍ରମିକଙ୍କ ପାଖରେ କୌଣସି ପ୍ରକାର କାମ ଉପଲବ୍ଧ ହୋଇପାରିନି। ୪୫ ପ୍ରତିଶତରୁ ସାମାନ୍ୟ ଅଧିକ ଶ୍ରମିକ ସ୍ଥାୟୀ ଓ ପୂରା ଦରମା ପାଉଛନ୍ତି ଏବଂ ଏହା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ନିଯୁକ୍ତି ପାଇବା ଯୋଗ୍ୟ ବୟସରେ ୨୦୧୮ରେ ୨୦୧ ମିଲିୟନ ଲୋକ କାମ ପାଇ ନ ଥିବାବେଳେ ୨୦୧୯ରେ ୨୧୨ ମିଲିୟନ ଲୋକ କାମ ନ ପାଇ ରହିଛନ୍ତି। ଏଣୁ ୨୦୩୦ ସୁଦ୍ଧା ୬୦୦ ମିଲିୟନ ନିଯୁକ୍ତି ସୃଷ୍ଟି କରିବାର ଆବଶ୍ୟକତା ରହିଛି। ସାମାଜିକ ନ୍ୟାୟ ଦ୍ୱାରା ହିଁ ଏହା ସମ୍ଭବ ହୋଇପାରିବ। ବିଶ୍ୱରେ ୫ ଜଣରେ ଜଣେ ଶ୍ରମିକ ଏବେ ଘୋର ଦାରିଦ୍ର୍ୟ ମଧ୍ୟରେ ବଞ୍ଚୁଛନ୍ତି।

ପ୍ରତିବର୍ଷ, ଜାତିସଂଘ ସାମାଜିକ ନ୍ୟାୟ ସହିତ ଜଡ଼ିତ ପ୍ରମୁଖ ପ୍ରସଙ୍ଗ ଏବଂ ପ୍ରାଥମିକତାକୁ ଆଲୋକପାତ କରିବା ପାଇଁ ଏକ ବିଷୟବସ୍ତୁ ଚୟନ କରିଥାଏ। ବିଶ୍ୱ ସାମାଜିକ ନ୍ୟାୟ ଦିବସ ୨୦୨୫ର ବିଷୟବସ୍ତୁ ହେଉଛି ‘ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଏକ ନ୍ୟାୟପୂର୍ଣ୍ଣ ପରିବର୍ତ୍ତନକୁ ସୁଦୃଢ଼ କରିବା’।


Enter your email to get our daily news in your inbox.

All Right Reserved By Dharitri.Com

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

ନ୍ୟୁୟର୍କ ଟାଇମ୍ସ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ,୧୦ା୧୨(ପି.ଟି.):ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ନ୍ୟୁୟର୍କ ଟାଇମ୍ସର ୬୭ ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସ୍ଥାନିତ ହୋଇଛନ୍ତି। ୨୦୨୫ ବର୍ଷ ପାଇଁ ପ୍ରକାଶିତ ଏହି ତାଲିକାରେ...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri