Posted inଫୁରସତ

ଭବିଷ୍ୟତ ନିର୍ମାଣରେ ଏନ୍‌ଜିଓର ଭୂମିକା ଗୁରୁତ୍ୱପୂର୍ଣ୍ଣ

ପ୍ରତିବର୍ଷ ଫେବୃଆରୀ ୨୭ ତାରିଖକୁ ସମଗ୍ର ବିଶ୍ୱରେ ‘ସ୍ବେଚ୍ଛାସେବୀ ସଙ୍ଗଠନ’ ବା ନନ୍‌-ଗଭର୍ନମେଣ୍ଟାଲ ଅର୍ଗାନାଇଜେଶନ (ଏନଜିଓ) ଦିବସ ଭାବରେ ପାଳନ କରାଯାଇଆସୁଅଛି। ଚଳିତ ବର୍ଷ ଏହି ଦିବସ ଲାଗି ଥିମ୍‌ ରହିଛି ‘ଏକ ଦୀର୍ଘକାଳୀନ ଭବିଷ୍ୟତ ନିର୍ମାଣ : ଉନ୍ନତିମୂଳକ କାର୍ଯ୍ୟରେ ଏନ୍‌ଜିଓଗୁଡ଼ିକର ଭୂମିକା’। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ଏସବୁ ସଙ୍ଗଠନ ବିକାଶମୂଳକ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରିଥାଆନ୍ତି। ଏମାନେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଜନସାଧାରଣମାନଙ୍କୁ ବିଭିନ୍ନ ବିଷୟରେ ସୂଚନା ଦେଇଥାଆନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ, ମହିଳାମାନଙ୍କର ବିକାଶ, ପରିବେଶ ସୁରକ୍ଷା, ପ୍ରାଣୀ ସୁରକ୍ଷା, ଜାତୀୟ ସଂହତି, ସ୍ବଚ୍ଛତା, ଶିଶୁ ସୁରକ୍ଷା, ଶିକ୍ଷା ଏବଂ ଲୋକକଳାର ବିକାଶ ଆଦି ଲୋକାଭିମୁଖୀ କାର୍ଯ୍ୟରେ ଏଭଳି ସଙ୍ଗଠନର ସହଭାଗିତା ରହିଥାଏ। ତେଣୁ ଏପରି ସଙ୍ଗଠନ କିପରି ଅଧିକ ସଂଖ୍ୟାରେ ସୃଷ୍ଟି କରାଯାଇପାରିବ ଏବଂ ସେମାନେ ନିଜକୁ ଜନସେବାରେ ନିୟୋଜିତ କରିପାରିବେ ସେନେଇ ସଚେତନତା ସୃଷ୍ଟି ଏହି ଦିବସର ପ୍ରମୁଖ ଲକ୍ଷ୍ୟ। ପ୍ରଥମେ ୨୦୧୦ରେ ବାଲ୍‌ଟିକ୍‌ ସି’ ଏନ୍‌ଜିଓ ଫୋରମରେ ଉକ୍ତ ଦିବସ ପାଳନ ନେଇ ଏକ ପ୍ରସ୍ତାବ ଆଗତ ହୋଇଥିଲା। ଉକ୍ତ ଫୋରମର ସଦସ୍ୟ ରାଷ୍ଟ୍ରଗୁଡ଼ିକ ହେଲେ ବେଲାରୁଷ, ଡେନମାର୍କ, ଇଷ୍ଟୋନିଆ, ଫିନ୍‌ଲ୍ୟାଣ୍ଡ, ଜର୍ମାନୀ, ଆଇସଲ୍ୟାଣ୍ଡ, ଲାଟ୍‌ଭିଆ, ଲିଥୁଆନିଆ, ପୋଲାଣ୍ଡ, ରୁଷିଆ, ନରୱେ ଏବଂ ସ୍ବିଡେନ। ତା’ପରେ ଏହାକୁ ଭଲ ଭାବରେ ତର୍ଜମା କରାଯାଇ ୨୦୧୨ରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଥିଲା। ପ୍ରତିବର୍ଷ ଫେବୃଆରୀ ୨୭କୁ ‘ବିଶ୍ୱ ଏନ୍‌ଜିଓ ଦିବସ’ ଭାବରେ ପାଳନ ଲାଗି ସଦସ୍ୟମାନେ ସହମତି ପ୍ରକାଶ କରିଥିଲେ। ଏହି ଦିବସର ପ୍ରଥମ ବିଶ୍ୱସ୍ତରୀୟ ଉଦଘାଟନୀ କାର୍ଯ୍ୟକ୍ରମ ୨୭ ଫେବୃଆରୀ ୨୦୧୪ରେ ଫିନଲ୍ୟାଣ୍ଡର ହେଲ୍‌ସିଙ୍କ୍‌ଠାରେ ଫିନଲ୍ୟାଣ୍ଡର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହୋଇଥିଲା। ସେହି ବର୍ଷଠାରୁ ସମଗ୍ର ବିଶ୍ୱରେ ଉକ୍ତ ଦିବସ ପାଳିତ ହୋଇ ଆସୁଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri