Posted inରାଜ୍ୟ

ରାଜ୍ୟର ଅର୍ଥନୀତିକୁ ଆଗକୁ ନେବା ସହ ଶାସନ ପ୍ରକ୍ରିୟାକୁ ଲୋକାଭିମୁଖୀ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ: ମନ୍ତ୍ରୀ ସମ୍ପଦ ସ୍ବାଇଁ

ଭୁବନେଶ୍ୱର,୨୩।୪: ଓଡ଼ିଶା ପୋଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ବହୁପ୍ରତୀକ୍ଷିତ ବିଜନେସ୍‌ ଏମିନେସ୍ସ ଆୱାଡର୍‌ସ-୨୦୨୬- ଷଷ୍ଠ ସଂସ୍କରଣ ଗୁରୁବାର ଭୁବନେଶ୍ୱରର ହୋଟେଲ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଶିଳ୍ପ, ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗ ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ତାଙ୍କ ଅଭିଭାଷଣରେ କହିଛନ୍ତି, ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ତରଫରୁ ହୋଇଥିବା ବିଜ୍‌ନେସ ଏମିନେସ୍ସ ଆୱାଡର୍‌ସ-୨୦୨୬ର ଷଷ୍ଠ ସଂସ୍କରଣରେ ଆଜି ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥା ପୂର୍ବତନ ଏମ୍‌ପି ତଥାଗତ ସତପଥୀ ଏବଂ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସିଇଓ ଆଦ୍ୟାଶା ସତପଥୀ ଏବଂ ଏଠାରେ ଉପସ୍ଥିତ ଥିବା ଉଦ୍ୟୋଗୀ ଏବଂ ଯେଉଁମାନେ ପୁରସ୍କୃତ ହେବେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ସମସ୍ତ ବିଜ୍‌ନେସ ଲିଡର, ଉଦ୍ୟୋଗୀ ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଗହଣରେ ଉପସ୍ଥିତ ରହିବା ମୋ ପାଇଁ ସୌଭାଗ୍ୟର ବିଷୟ । ଆଜି ଏହି ମଞ୍ଚ କେବଳ ପୁରସ୍କାର ବିତରଣର ମଞ୍ଚ ନୁହେଁ। ଏହି ମଞ୍ଚ ହେଉଛି ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିରେ ଯେଉଁମାନଙ୍କର ପ୍ରମୁଖ ଯୋଗଦାନ ରହୁଛି, ସେମାନଙ୍କୁ ଏକତ୍ରିତ କରି, ଆହୁରି କେମିତି ଆଗକୁ ବଢିବେ, ଭବିଷ୍ୟତରେ ସେମାନଙ୍କର ବ୍ୟବସାୟକୁ ବୃଦ୍ଧି କରିବା ସହିତ ଆହୁରି ଭଲଭାବରେ ନିଜକୁ କିପରି ପ୍ରତିବାଦିତ କରିବେ, ତାଙ୍କୁ ଉତ୍ସାହିତ କରିବାର ଏହା ଏକ ମଞ୍ଚ। ତେଣୁ ଧନ୍ୟବାଦ ଜ୍ଞାପନ କରିବାକୁ ଚାହୁଁଛି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମସ୍ତ ସଦସ୍ୟମାନଙ୍କୁ, ଏହି ଭଳି ଅଭିନବ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ଉତ୍ସାହନ କରୁଥିବାରୁ ।

କରୋନା ସମୟରେ ଯେତେବେଳେ ସାରା ବିଶ୍ୱ ଧ୍ୱଂସ ବିଧ୍ୱସ୍ତ ଅବସ୍ଥାରେ ଥିଲା। ବ୍ୟବସାୟଙ୍କ ପାଖରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକମାନେ ଯେତେବେଳେ ଅସୁବିଧାର ସାମ୍ନା କରୁଥିଲେ, ସେ ସମୟରେ ସେମାନଙ୍କୁ ଉତ୍ସାହିତ କରିବାକୁ ଯେଉଁ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଏହା ଏକ ପ୍ରଶଂସନୀୟ । ଭାରତ କିପରି ଆତ୍ମନିର୍ଭରଶୀଳ ହେବ ଆମେ କରୋନା ସମୟରେ ଶିଖିଲେ। ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ବଳରେ ଆମେ ସେତେବେଳେ ବିଭିନ୍ନ ପ୍ରକାରେ ଟିକାରୁ ଆରମ୍ଭ କରି ବିଭିନ୍ନ ଆବଶ୍ୟକୀୟ ଜିନିଷ ଭାରତ ନିଜେ କରିଛି। ନିଜର ଆବଶ୍ୟକତାକୁ ପୂରଣ କରି ସାରା ବିଶ୍ୱର ଆବଶ୍ୟକତାକୁ ପୂରା କରିବାରେ ମଧ୍ୟ ସଫଳ ହୋଇଥିଲା। ସେହି ସଙ୍କଟ ସମୟରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ପକ୍ଷରୁ ମଧ୍ୟ ଆମ ରାଜ୍ୟରେ ଥିବା ଉଦ୍ୟୋଗୀମାନଙ୍କୁ କିପରି ଆଗକୁ ବଢିବେ, ସେ ପାଇଁ ଏହି ସୁନ୍ଦର କାର୍ଯ୍ୟକ୍ରମ କରାଯାଇଥିଲା। ଯାହା ବେଶ୍‌ ପ୍ରଶଂସନୀୟ। ଏହା ସହିତ ବିଜ୍‌ନେସ ଏମିନେସ୍ସ ଆୱାଡର୍‌ସ ଷଷ୍ଠ ସଂସ୍କରଣରେ ପହଞ୍ଚିବା ଆମ ପାଇଁ ଏକ ସଫଳତା।

ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ସବୁବେଳେ ରାଜ୍ୟର ଅର୍ଥନୀତିକୁ ଆଗକୁ ନେବା ସହ ଶାସନ ପ୍ରକ୍ରିୟାକୁ ଲୋକାଭିମୁଖୀ କରିବାରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାନ୍ତି। ଧରିତ୍ରୀ ମଧ୍ୟ ସେଥିରେ ମଧ୍ୟ ପ୍ରମୁଖ ଭାବରେ ଆଜି ଓଡ଼ିଶାରେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଯେତେବେଳେ ଗଣମାଧ୍ୟମ ଜାଗ୍ରତ ହେବ, ସେତେବେଳେ ନିଶ୍ଚିତ ଭାବରେ ସମାଜରେ ପରିବର୍ତ୍ତନ ହେବ। ବିଭିନ୍ନ ସମୟରେ ବି ଉଦାହରଣ ଅଛି ବଡ଼ ବଡ଼ ପରିବର୍ତ୍ତନରେ ଗଣମାଧ୍ୟମ ହିଁ ପ୍ରମୁଖ ଭୂମିକା ଲିଭାଇଥାନ୍ତି।

ବିଜ୍‌ନେସ ଏପରି ଏକ କ୍ଷେତ୍ର ଯେଉଁଠି ଉଦ୍ୟୋଗୀମାନଙ୍କର ସ୍ବାଧୀନତା ରହିଥାଏ। ଆଜି ଏଠାରେ ଉପସ୍ଥିତ ଥିବା ବିଜ୍‌ନେସ ଲିଡର ବିଜ୍‌ନେସ ଲିଡର ନୁହନ୍ତି ଏମାନଙ୍କୁ ସୋସିଆଲ ଲିଡର ମଧ୍ୟ କହିପାରିବା। ଏମାନଙ୍କ ପାଇଁ ଆଜି ବହୁ ପରିବାର ପ୍ରତିପୋଷଣ ହେଉଛି। ନିଶ୍ଚିତ ଭାବେ ବିଜ୍‌ନେସ ଲିଡରମାନଙ୍କୁ ମଧ୍ୟ ସୋସିଆଲ ଲିଡର କହିପାରିବା କାରଣ ତାଙ୍କ ଦ୍ୱାରା ସମାଜରେ ମଧ୍ୟ ପରିବର୍ତ୍ତନ ଆସିଥାଏ ବୋଲି ମନ୍ତ୍ରୀ କହିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?