ଦେଶର ଆଇନ ସୁରକ୍ଷାରେ ଓକିଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଟିଟିଲାଗଡ଼,୨୮ା୪(ଶରତ ମିଶ୍ର/ତୀର୍ଥଙ୍କର ପଟେଲ): ସୋମବାର ଟିଟିଲାଗଡ ଓକିଲ ସଂଘ ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ତଥା ଓକିଲ ଦିବସ ପାଳିତ ହୋଇଯାଇଛି l ଓକିଲ ସଂଘ ସଭାପତି ସଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଦେଶର ଆଇନ ସୁରକ୍ଷାରେ ଓକିଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଥିଲେ l

ମୁଖ୍ୟବକ୍ତା ଭାବେ ଓଡିଶା ବାର୍‌ କାଉନସିଲ ସଦସ୍ୟ ଦେବଦତ୍ତ ମିଶ୍ର ଯୋଗଦେଇ ଉତ୍କଳ ଗୌରବ ମଧୁସୂଦନ ଦାସ ଓକିଲଙ୍କ ସ୍ବାଭିମାନର ପ୍ରତୀକ ଥିଲେ ବୋଲି କହିଥିଲେ l ବିଶିଷ୍ଟ ଆଇନଜୀବୀ ପ୍ରହଲ୍ଲାଦ ଅଗ୍ରୱାଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମଧୁବାବୁଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସବ୍‌ଜଜ୍‌ ରବି କିରଣ ସ୍ବାଇଁ, ବିଶିଷ୍ଟ ଆଇନଜୀବୀ ରାଧାକାନ୍ତ ପାଢ଼ୀ, ମୋହନଲାଲ ଜୈନ ପ୍ରମୁଖ ବକ୍ତବ୍ୟ ରଖିଥିଲେ l

ଏହି ଅବସରରେ ଆଇନଜୀବୀ ସ୍ବର୍ଗତ ହରେକୃଷ୍ଣ ବେହେରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ପୁଅ ବରିଷ୍ଠ ଆଇନଜୀବୀ ସୁମନ୍ତ ବେହେରାଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟସ୍ତରରେ ଅନୁଷ୍ଠିତ ପରିବେଶ ସୁରକ୍ଷା ସନ୍ଦର୍ଭ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଆଦ୍ୟାଶା ଦୀକ୍ଷିତ, ଦ୍ୱିତୀୟ ପ୍ରତୀକ୍ଷା ପଣ୍ଡା ତଥା ଯୁଗ୍ମ ଭାବରେ ତୃତୀୟ ହୋଇଥିବା ଶ୍ରିୟା ପଟ୍ଟନାୟକ ଏବଂ ବିନାୟକ ସାହୁଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ l

ସଂଘ ଉପସଭାପତି ପ୍ରୀତମ ପଣ୍ଡା, କାଳୀ ପ୍ରସାଦ ମୁଖାର୍ଜୀ, ଶ୍ୟାମାପ୍ରସାଦ ଗରିଆ, ସୁମନ୍ତ ବେହେରା, ପଙ୍କଜ ପାଢ଼ୀ, ଡମ୍ବରୁଧର କର୍ମୀ, ଜୟରାଜ ସାହୁ, ରାଜଦୀପ ପଟ୍ଟନାୟକ, ତୁଳସୀ ସାହୁ, ପ୍ରଦୀପ ମହାନ୍ତି, ବୀରେନ୍ଦ୍ର ବାଗ, ସନ୍ଧ୍ୟା ଥାପା, ଦେବେନ୍ଦ୍ର ମିଶ୍ର, ସଞ୍ଜୀବ ପାଢ଼ୀ, ରାଜେଶ ବାବୁ, ବୀରେନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ସଂଘ ସମ୍ପାଦକ ମହେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟା ସମାଧାନ ଦାବି

ନନ୍ଦପୁର,୧୭ା୩(ତୁଷାର କାନ୍ତ ମହାନ୍ତି)-ନନ୍ଦପୁର ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସଦର ମହକୁମା ପଞ୍ଚାୟତରେ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଦୁର୍ଗାପ୍ରସାଦ ଦୋରା, ସରପଞ୍ଚ…

ସିରିଜ୍‌କୁ ୧-୧ରେ ବରାବର କଲା ନ୍ୟୁଜିଲାଣ୍ଡ

ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri