Posted inଫୁରସତ

କେରାଣ୍ଡିମାଳରୁ ଶାଳିଆ ନଦୀ ଦେଇ ଆସିଥିଲା ପଥର

ତେର ଥର ପଥର ଆସିବା ସୂଚନା ଆମେ ପାଇଥିଲେ। ବର୍ତ୍ତମାନ ଚଉଦ ଥର ପଥର ଆସିବା କଥା ଜାଣିବା। କେରାଣ୍ଡିମାଳରୁ ଯେଉଁ ପଥର କଟାଗଲା, ତାହା ୭୦ଟି ଚାପରେ ରଖାଗଲା। ରଖିଲେ ୩୨୪ ଜଣ ପାଇଟିଆଳ। ଋଷିକୂଲ୍ୟା ନଦୀରେ ଚାପ ଦଳେଇମାନେ ୭୦ଟି ଚାପକୁ ବାହିଆଣିଲେ ବାହାର ଦଣ୍ଡା ବା କେନାଲକୁ। ଏହି କେନାଲ ଖୋଳାଯାଇ ଶାଳିଆ ନଦୀ ସଂଲଗ୍ନ କରାଯାଇଥିଲା କେବଳ ପଥର ଚାପ ଆସିବା ପାଇଁ। ଚାପଗୁଡ଼ିକ ବାହାର ଦଣ୍ଡାରେ ଆସି ଶାଳିଆ ନଦୀରେ ପହଞ୍ଚତ୍ବା ପରେ ମଲାଗୁଣି ନଦୀକୁ ଆସିଥିଲା। ସେଠାରୁ ମନେହୁଏ ଦୟାନଦୀକୁ ଆସି ମହାନଦୀରେ ପହଞ୍ଚତ୍ଥିଲା। ଆମ୍ଭେ ସମ୍ଭାବନା କରୁଛୁ ଏଥିପାଇଁ ଯେ ମଲାଗୁଣି ନଦୀ ପରେ ଆଉ ନିର୍ଦ୍ଦିଷ୍ଟ ବର୍ଣ୍ଣନା ପୋଥିରେ ନାହିଁ। ଆଣିବା ପାଇଁ ଖର୍ଚ୍ଚ ହୋଇଥିଲା ୭୦ ମାଢ଼ ସୁନା। ଶିବିର ପଡ଼ିଥିଲା ୭ମାସ ୧୪ଦିନ। ତେବେ କ’ଣ ଚାପ ଆଣିବାକୁ ପ୍ରାୟ ସେତିକିଦିନ ଲାଗିଯାଇଥିଲା, ଲାଗିଥିବ। କାରଣ ଚାପ ଦଳେଇ ଓ ଅନ୍ୟାନ୍ୟ ବାହକମାନଙ୍କ ପାଇଁ ଭୀମନଗର ଦଣ୍ଡପାଟ ଭଣ୍ଡାରରୁ ଦିଆଯାଇଥିଲା ୨୨ ଭରଣ ଧାନ।
କେତେ ମନ୍ତ୍ରଣା, କେତେ ଯନ୍ତ୍ରଣା, କେତେ ପରିଶ୍ରମ, କେତେ ଦାୟିତ୍ୱ ପୁଣି କୁମ୍ଭୀର ଭେଳା ଭେଳା ହେଉଥିବେ ନଈରେ। ବଣଜଙ୍ଗଲ ଦେଇ ନଈ ବହିଯାଇଛି। ବିଭିନ୍ନ ଜନ୍ତୁଙ୍କ ଭୟ, ବର୍ଷା ଅଛି, ପବନ ଅଛି, ଘଡ଼ଘଡ଼ି ଚଡ଼ଚଡ଼ି ଅଛି, ନଈରେ ଡଅଁର ଅଛି, ଦିନରେ ଚାପଚାଳନା ବନ୍ଦ କରି ଖା’ ପିଅ କରିଥିବେ, ରାତି କଥା ଅଜଣା, ତଥାପି ଏ ଜାତି କାମରେ ହାର୍‌ ମାନିନି, ବାହାନା ଖୋଜିନି, ମନମତାଣିଆ ନ ହେଲେ ୟେ ଯାତ୍ରା କ’ଣ ସୁଖ ଲାଗିଥିବ! ପୋଲାଙ୍ଗ ତେଲର ଦୁହୁଡ଼ି ଜାଳି ଚାପ ବାହିଥିବେ ଏ ଜାତିର ନମସ୍ୟ ଦଳବେହେରା।
ଟିକରପଡ଼ା ଦଳବେହେରାଙ୍କ ନେତୃତ୍ୱରେ ପଥର ଚିହ୍ନଟ ପାଇଁ ଯାଇଥିବା ପଥୁରିଆଙ୍କୁ ସ୍ବାଗତ କରିଥିଲେ ଜଗଦଳପୁର ମୁଖିଆ। ତାଙ୍କର ପଦବୀ ଥିଲା ‘ଲେଙ୍କା’। ଶିବିର ପଡ଼ିଲା ୪ ମାସ ୧୩ ଦିନ। ଜଗଦଳପୁର ‘ବରେନ୍‌’ ପାହାଡ଼ରୁ ପଥର ଚିହ୍ନଟ ହେବ। ଏଠି ବି ଖର୍ଚ୍ଚ ହୋଇଥିଲା ୧୦୪ ମାଢ଼ ସୁନା।
ପଥର କାଟିବା ପରେ ୨୩୦ ଜଣ ପାଇଟିଆଳ ଦୟା ନଦୀକୂଳକୁ ପଥର ବୋହି ଆଣିଥିଲେ। ୩୧ଟି ଚାପରେ ତାହା ଲଦିବା ପରେ ଦୟା ନଦୀରୁ ଚାପ ଆସି ପହଞ୍ଚିଥିଲା ‘ସୋଲ’ ନଦୀରେ। ଶିବିର ପାଇଁ ଖର୍ଚ୍ଚ ହୋଇଥିଲା ୩ ଭରଣ ୦୭ ଗୌଣୀ, କିନ୍ତୁ ଚାପରେ ଲଦିବା ଓ ଚାପ ବାହିବାରେ ଖର୍ଚ୍ଚ ହେଲା ୬୪ ଭରଣ ଚାଉଳ। ସବୁ ଯେମିତି ଯଥାରୀତି ଚାଲିଛି…। ଡେଲାଙ୍ଗ ପାଖାପାଖି ଅଞ୍ଚଳ ପରିଚିତ ଥିଲା ‘ଖିଲେଶ୍ୱରୀ ଦଣ୍ଡପାଟ’ ଭାବରେ। ଏଇ ଦଣ୍ଡପାଟରେ ରହିଥିଲା ‘ତରାବୋଇ’। ଦଣ୍ଡପାଟର ନାମ ଲୋପ ହୋଇଯାଇଛି। ତରାବୋଇ ଗ୍ରାମ ଅଛି। ଏଇ ଗଁାରୁ ଯୋଗେଇ ଦିଆଯାଇଥିଲା ୬୪ ଭରଣ ଚାଉଳ। ଏହା ଥିଲା ପନ୍ଦରତମ ପଥର ଆସିବାର ଐତିହ୍ୟ।
ଆମେ ସୂଚନା ଦେଇଥିଲୁ ବାରଶହ ବଢ଼େଇଙ୍କ ବାହାରେ କେତେ ଯେ ଗଡ଼, ଦଣ୍ଡପାଟ, ଗଁା ତଥା ସାଧାରଣ ଜନତା ମାନସିକ ସ୍ତରରେ କୋଣାର୍କଠାରେ ନିର୍ମିତ ହୋଇଥିବା ମନ୍ଦିର ସହିତ ସେକାଳ ଖଣ୍ଡରେ ଜଡ଼ିତ ହୋଇଥିବେ, ତା’ର ସବୁ ହିସାବ କିଏ ବା ଦବ! ମାନସିକ ସ୍ତରରେ ଯୋଡ଼ି ହୋଇ ନ ଥିଲେ କାର୍ଯ୍ୟରେ ସହଯୋଗ କରିବା ସମ୍ଭବ ନୁହେଁ। ସମସ୍ତେ ଯେ ପାଉଣା ପାଉଥିଲେ ତାହା ନୁହେଁ, ପାଉଣାର ଆଶା ନ ରଖି ଘରୁ ଚାଉଳଠାରୁ ମୁଗ, ପନିପରିବା ଯୋଗାଇ ଦେଉଥିଲେ ଚାପ ଦଳେଇମାନଙ୍କୁ। ରଥକାଠ ନଈରେ ଭେଳା ହୋଇ ଆସିଲେ ଯେମିତି ହରିବୋଲ ହୁଳହୁଳିରେ ନଈ ଘାଟ କମ୍ପି ଉଠେ, ସୂରୁଯ ଦେବତାଙ୍କ ମନ୍ଦିର ପାଇଁ ପଥର ଆସିଲାବେଳେ ସେମିତି ହରିବୋଲ ହୁଳହୁଳିରେ ନଈଘାଟ ଯେ କମ୍ପି ଉଠି ନ ଥିବ କିଏ କହିବ! ଘାଟକୁ ଘାଟ ତ ପାଇକ ନଜର ରଖିଥିଲେ ପଥର ଚାପ ବିନା ଅଘଟଣରେ ସୁରୁଖୁରୁରେ କେମିତି ଗତି କରିଯାଉ! ଜାତିର ସାଂସ୍କୃତିକ ରଥଚକ ଆଗକୁ ଆଗକୁ ଗଡ଼ିଚାଲୁ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri