ରାଜପଥ ପାର୍ଶ୍ୱରେ ଗଦା ହୋଇଛି ମାଟି, ଯାତାୟାତରେ ସମସ୍ୟା

ପଟ୍ଟାଙ୍ଗୀ, ୭ା୨(ଡି.ଏନ୍‌.ଏ.) କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଦେଇ ଦୁଇ ରାଜ୍ୟକୁ ସଂଯୋଗ କରୁଥିବା ଜାତୀୟ ରାଜପଥ କଡ଼ରେ ମାଟି ଗଦାହୋଇ ରହିଛି। ଫଳରେ ରାତିରେ ଲୋକେ ଯାତାୟାତରେ ସମସ୍ୟାରେ ପଡୁଛନ୍ତି। ବିଭିନ୍ନ ସମୟରେ ବାଇକ୍‌ ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ରବିବାର ଏପରି ଏକ ଦୁର୍ଘଟଣା ଘଟିଛି। ବିପରୀତ ଦିଗରୁ ଆସୁଥିବା ୨ ବାଇକ୍‌ ଆରୋହୀଙ୍କ ମୁହଁରେ ଅପରପାର୍ଶ୍ୱରୁ ଆସୁଥିବା ଗାଡି ଲାଇଟ୍‌ ପଡିବାରୁ ଉଭୟ ବାଇକ୍‌ ଚାଳକ କିଛି ଦେଖି ନ ପାରି ରାସ୍ତା ପାଶ୍ୱର୍ର୍ରେ ଗଦା ହୋଇଥିବା ମାଟିଗଦା ଭିତରେ ପଶି ଯାଇଥିଲେ। ସେମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଆହତ ଦୁଇ ବ୍ୟକ୍ତି ହେଲେ ନକଲାମାରି ଗ୍ରାମର ନକୁଳ ଗୁଣ୍ଠା ଓ ପଡାଲଗୁଡାର ଗୋପୀ କାଲପାଡିଆ।
ପଟ୍ଟାଙ୍ଗୀ ବ୍ଲକ ଦେଇ ଆନ୍ଧ୍ର ଓ ଛତିଶଗଡ଼କୁ ସଂଯୋଗ କରୁଥିବା ୨୬ନଂ. ଜାତୀୟ ରାଜପଥକୁ କିଛିଦିନ ତଳେ ମରାମତି କରା ଯାଇଥିଲା। ରାସ୍ତାକଡରେ ମାଟି ଗଦା କରାଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ତାହାକୁ ଏଯାଏ ସମତୁଲ କରାଯାଇନାହିଁ; ଫଳରେ ରାସ୍ତାଟି ଅଣଓସାରିଆ ହୋଇଯାଇଛି। ରାତିରେ ଦୁଇ ରାଜ୍ୟ ଅଭିମୁଖେ ଯାତାୟାତ କରୁଥିବା ଟ୍ରକଗୁଡ଼ିକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସାଧାରଣ ଲୋକେ ମଧ୍ୟ ସମସ୍ୟା ଭୋଗୁଛନ୍ତି। ମାଟି ଗାଙ୍ଗମା ମନ୍ଦିର, ବ୍ଲକ କାର୍ଯ୍ୟାଳୟ ସମ୍ମୁଖ, ବ୍ୟାଙ୍କ ସମ୍ମୁଖରେ ପଡି ରହିଛି। ବିଭିନ୍ନ କାର୍ଯ୍ୟରେ ବ୍ୟାଙ୍କ ଓ ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ସେମାନଙ୍କ ଗାଡ଼ି ରାସ୍ତା ପାର୍ଶ୍ୱରେ ରଖିବା ଯୋଗୁ ଟ୍ରକଚାଳକମାନେ ସମସ୍ୟାରେ ପଡୁଛନ୍ତି। ରାତିରେ ଛୋଟ ଗାଡ଼ିଗୁଡ଼ିକ ଯାତାୟାତ ସମୟରେ ବିପରୀତ ଦିଗରୁ ଆସୁଥିବା ଗାଡିଲାଇଟ ଚାଳକଙ୍କ ମୁହଁରେ ପଡିବାରୁ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ବିଭାଗୀୟ ଅଧିକାରୀ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri