ସାମାନ୍ୟ ବର୍ଷାରେ ରାସ୍ତାରୁ ଉଠିଲା ପିଚୁ: ନୀରବଦ୍ରଷ୍ଟା ସାଜିଛନ୍ତି ଶାସକ-ବିରୋଧୀ, ସମସ୍ୟାରେ…

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଜିଲାର ସଦର ମହକୁମା। ଏଠାରେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ପୋଲିସ ସମେତ ସବୁ ବିଭାଗର ଜିଲା ମୁଖ୍ୟାଳୟ ସମେତ ଜିଲାପାଳଙ୍କ କାର୍ଯ୍ୟାଳୟ ରହିଛି। ସେହିପରି ସବୁ ବିଭାଗର ଅଧିକାଂଶ ଜିଲାସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ ଏଠାରେ ହିଁ ହୋଇଥାଏ। କେବଳ ସେତିକି ନୁହେଁ, ଶାସକ, ବିରୋଧୀ କିମ୍ବା କୌଣସି ରାଜନୈତିକ ଦଳ ଯଦି ବଡ଼ କାର୍ଯ୍ୟକ୍ରମ ମଧ୍ୟ ବରଗଡ଼ ସହରରେ ହୋଇଥାଏ। ସ୍ଥାନୀୟ ଜନ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ଦଳର ମୁଖିଆ ଏଠାକୁ ପହଞ୍ଚିଥାନ୍ତି। ଶାସକ ଦଳର ନେତା, ମନ୍ତ୍ରୀ ଏଠାରେ ବିକାଶର ରିପୋର୍ଟ କାର୍ଡ ପଢୁଥିବାବେଳେ ବିରୋଧୀ ଶାସକଦଳର ଅପାରଗତାକୁ ସମାଲୋଚନା କରିଥାନ୍ତି। କିନ୍ତୁ ଜିଲାର ଉପାନ୍ତ ଅଞ୍ଚଳ ଭଳି ଏଠାରେ ମଧ୍ୟ ବହୁବିଧ ସମସ୍ୟା ରହିଛି। ମାତ୍ର ଉଭୟ ଶାସକ ଏବଂ ବିରୋଧୀ ସେଥିପ୍ରତି ସମ୍ପୂର୍ଣ୍ଣ ନୀରବ ରହିଛନ୍ତି। ବର୍ତ୍ତମାନ ସହର ମଧ୍ୟରେ ରହିଥିବା ରାସ୍ତାଗୁଡ଼ିକର ଦୁରବସ୍ଥାରୁ ତାହା ଜଳଜଳ ହୋଇଛି। ସହରର ଯେଉଁ ରାସ୍ତାକୁ ଦେଖିଲେ, ସେହି ରାସ୍ତା ଖାଲଖମାରେ ପୂରି ରହିଛି। ସାମାନ୍ୟ ବର୍ଷାରେ କେଉଁଠି ରାସ୍ତାରୁ ପିଚୁ ଉଠି ଯାଇଛି ତ ଆଉ କେଉଁଠାରେ ପାଣି ଜମି ରହିଛି। କେବଳ ପ୍ରଶାସନିକ ଅଧିକାରୀ ନୁହନ୍ତି, ଶାସକ ଦଳର ନେତାଠାରୁ ଆରମ୍ଭ କରି ବିଧାୟକ, ମନ୍ତ୍ରୀଙ୍କ ଦୃଷ୍ଟିରେ ମଧ୍ୟ ତାହା ପଡୁଛି। ହେଲେ ରାସ୍ତା ଦୁରବସ୍ଥା ଯେଉଁ ତିମିରେକୁ ସେହି ତିମିରେ ରହି ଯାଉଛି। ବିରୋଧୀ ଦଳ ମଧ୍ୟ ସେଥିପ୍ରତି ନୀରବ ରହିଛନ୍ତି। ଅନ୍ୟପଟେ ଉଭୟ ଶାସକ, ବିରୋଧୀ ଦଳ ଏବଂ ପ୍ରଶାସନର ସେଭଳି ଅପାରଗତା ପରେ ଅଞ୍ଚଳର ସ୍ବେଚ୍ଛାସେବୀମାନେ ଅର୍ଥ, ଶ୍ରମଦାନ କରି ସହର ରାସ୍ତା ମରାମତି କରି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି।
ତେବେ ସହରରେ ରହିଥିବା ରାସ୍ତାଗୁଡ଼ିକର ମରାମତି କିମ୍ବା ନବୀକରଣ ପାଇଁ ସରକାର ଅନୁଦାନ ଯୋଗାଉ ନାହାନ୍ତି, ତାହା ନୁହେଁ। ସରକାରଙ୍କ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ରାସ୍ତା ନବୀକରଣ, ପିଚୁକରଣ, କଂକ୍ରିଟକରଣ ଏବଂ ମରାମତି ପାଇଁ କୋଟିକୋଟି ଟଙ୍କା ଅନୁଦାନ ଆସୁଛି। ମାତ୍ର ତା’ର ଠିକ୍‌ ବିନିଯୋଗ ହୋଇପାରୁ ନାହିଁ। ଫଳରେ ସହର ମଧ୍ୟରେ ରହିଥିବା ରାସ୍ତାଗୁଡ଼ିକ ସେଭଳି ଦୁରବସ୍ଥାରେ ରହି ଯାଉଥିବା ସାଧାରଣରେ ଅଭିଯୋଗ ହୋଇଛି। ସେହିପରି ରାସ୍ତା ନବୀକରଣ, ପିଚୁକରଣ, କଂକ୍ରିଟୀକରଣ ଏବଂ ମରାମତି କରାଯାଉ ନାହିଁ, ତାହା ନୁହେଁ, ଚିରାଚରିତ ଢଙ୍ଗରେ ତାହା ଚାଲିଛି। କିନ୍ତୁ ତାହା ନିମ୍ନମାନର ହେଉଥିବା ଯୋଗୁ ସହରବାସୀଙ୍କୁ ତା’ର ସୁଫଳ ଅପହଞ୍ଚ ହୋଇପଡୁଥିବା ଅଭିଯୋଗ ହୋଇଛି। ତେବେ ନିମ୍ନମାନର କାମ ଯୋଗୁ ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି କାମଗୁଡ଼ିକର କାର୍ଯ୍ୟାଦେଶ ପ୍ରତ୍ୟକ୍ଷ ହେଉ କିମ୍ବା ପରୋକ୍ଷରେ କିଛି ଜନ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ ସେମାନଙ୍କ ଖାସ୍‌ ଲୋକଙ୍କୁ ଦେଉଛନ୍ତି। ଏଭଳି କାମରେ ପିସି କାରବାର ମଧ୍ୟ ଚାଲିଛି। ସେହି କାରଣରୁ ହିଁ ରାସ୍ତା ନବୀକରଣ, ପିଚୁକରଣ, କଂକ୍ରିଟକରଣ ଏବଂ ମରାମତିର ଅଳ୍ପଦିନ ମଧ୍ୟରେ ରାସ୍ତାଗୁଡ଼ିକ ପୁଣି ଶୋଚନୀୟ ହୋଇପଡୁଥିବା ସହରବାସୀ ଅଭିଯୋଗ କରୁଥିବାବେଳେ ସରକାର ପରିବର୍ତ୍ତନ ପରେ ମଧ୍ୟ ଜିଲା ସଦର ମହକୁମା ତଥା ବରଗଡ଼ ସହର ରାସ୍ତାର ଏଭଳି ଦୁରବସ୍ଥା ସବୁଆଡ଼େ ଚର୍ଚ୍ଚାର ବିଷୟ ହୋଇଛି। ଜିଲା ସଦର ମହକୁମା ରାସ୍ତା ଯଦି ଏଭଳି ଖାଲଖମାରେ ପୂରି ରହିଛି, ଜିଲାର ଅନ୍ୟଆଡ଼େ ରାସ୍ତା ମରାମତି, ନବୀକରଣ ନାମରେ କିଭଳି ଅନିୟମିତତା ଚାଲିଥିବ, ତାହା ସହଜରେ ଅନୁମେୟ ବୋଲି ସାଧାରଣରେ ଆଲୋଚିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri