ସିଙ୍ଗାରି ଘାଟି ରାସ୍ତା ମରଣଯନ୍ତା: ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଲାଞ୍ଜିଗଡ଼ ବିଧାୟକ

ଥୁଆମୂଳ ରାମପୁର,୨୩ା୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଜୀବନରେଖା କୁହାଯାଉଥିବା ସିଙ୍ଗାରି ଘାଟି ରାସ୍ତାର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। କଲମପୁର ଛକଠାରୁ ଥୁଆମୂଳ ରାମପୁରକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାଟି ଏବେ ମରଣଯନ୍ତା ପାଲଟିଥିବାରୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରଦୀପ କୁମାର ଦିଶାରୀ ଉଦ୍‌ବେଗ ପ୍ରକାଶ କରିବା ସହ ରାସ୍ତାର ତୁରନ୍ତ ସଂସ୍କାର ପାଇଁ ରାଜ୍ୟ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ଥୁଆମୂଳ ରାମପୁରରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ସନ୍ଧ୍ୟା ପରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଥିବା ବେଳେ ସିଙ୍ଗାରି ଘାଟି ରାସ୍ତା ହିଁ ସ୍ଥାନୀୟ ଲୋକଙ୍କ ପାଇଁ ଦିନରାତି ଯାତାୟାତର ଏକମାତ୍ର ଭରସାଯୋଗ୍ୟ ମାଧ୍ୟମ ହୋଇଥାଏ। ବିଶେଷ କରି ଜରୁରୀକାଳିନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହି ରାସ୍ତାର ଗୁରୁତ୍ୱ ଅଧିକ ରହିଛି। ମାତ୍ର ଦୀର୍ଘଦିନ ଧରି ଏହାର ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତାଟି ବିପଦସଙ୍କୁଳ ହୋଇପଡ଼ିଛି। ଏହି ସମସ୍ୟାକୁ ଗୁରୁତ୍ୱ ସହ ନେଇ ବିଧାୟକ ପତ୍ର ସଂଖ୍ୟା ୦୮/ଏସି-୭୭ ଜରିଆରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ସେ ନିଜ ପତ୍ରରେ ଦର୍ଶାଇଛନ୍ତି ଯେ, ତାଙ୍କ ନିର୍ବାଚନ ମଣ୍ଡଳୀର ଏହି ପ୍ରମୁଖ ରାସ୍ତାଟି ବର୍ତ୍ତମାନ ଅତି ଖରାପ ସ୍ଥିତିରେ ରହିଛି, ଯାହା ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଆବଶ୍ୟକୀୟ ପାଣ୍ଠି ମଞ୍ଜୁର କରିବା ସହ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରିବାକୁ ସେ ନିବେଦନ କରିଛନ୍ତି। ଏହି ପତ୍ରର ଏକକିତା ନକଲ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଏବଂ ଇଆଇସି (EIC)ଙ୍କ ନିକଟକୁ ମଧ୍ୟ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି। ବିଧାୟକଙ୍କ ଏହି ପଦକ୍ଷେପ ପରେ ଅଞ୍ଚଳବାସୀ ରାସ୍ତା କାମ ଶୀଘ୍ର ଆରମ୍ଭ ହେବା ନେଇ ଆଶା ବାନ୍ଧିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚନେଇ ବନ୍ଧାହେଲେ ବଡ଼ଗାଁ ଥାନା ଏଏସ୍‌ଆଇ

ସୁନ୍ଦରଗଡ,୧୩।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ବଡ଼ଗାଁ ଥାନା ପୋଲିସ, ଏଏସ୍‌ଆଇ ଅରୂପା ନନ୍ଦ ଦାସ ଗୁରୁବାର ସନ୍ଧ୍ୟାରେ ଜଣେ ଢାବା ମାଲିକଙ୍କଠାରୁ ୨୫,୦୦୦ଟଙ୍କା ଲାଞ୍ଚ ନେବା…

ଭୋଜିଖାଇ ଫେରିଲେ ସକାଳୁ ମିଳିଲାନି ବାଇକ୍‌ 

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ରାଜେଶ କୁମାର ରାଉତଙ୍କ ଏକ ବାଇକ୍‌କୁ କେହି ଦୁର୍ବୃତ୍ତ ତାଙ୍କ ଘର ସମ୍ମୁଖରୁ ଚୋରି…

ଆମେରିକାର ବଡ଼ ଦାବି: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଗୁରୁତର ଆହତ

ୱାଶିଂଟନ୍‌,୧୩।୩: ଆମେରିକାର ପ୍ରତିରକ୍ଷା ସଚିବ ପିଟ୍‌ ହେଗସେଠ୍‌ ଏକ ବଡ଼ ଦାବି କରିଛନ୍ତି। ଇରାନର ନୂଆ ସୁପ୍ରିମ ଲିଡର ମୋଜତାବା ଖାମନେଇ ଗୁରୁତର ଆହତ ହୋଇଥିବା ଏକ…

ୱାରେଣ୍ଟିଙ୍କୁ କୋର୍ଟଚାଲାଣ

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର କୁକୁଡ଼ାଖଣ୍ଡି ବ୍ଲକ ବଣିଆମାରି ଗ୍ରାମର ବିପ୍ର ମଲ୍ଲିକଙ୍କୁ କୋର୍ଟ ୱାରେଣ୍ଟ ବଳରେ ଗିରଫ କରି ବ୍ରହ୍ମପୁର…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗୀର,କଣ୍ଟାବାଞ୍ଜି,୧୩।୩ ( ସୁନିଲ କୁମାର ମହାନ୍ତି, ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଜଣେ ଛାତ୍ରଙ୍କ ଶୁକ୍ରବାର ବଲାଙ୍ଗୀର ଭୀମ…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ:  ସଭାପତି, ସମ୍ପାଦକ ପ୍ରାର୍ଥୀ କଲେ ନାମାଙ୍କନ ପ୍ରତ୍ୟାହାର 

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ  ଅନୁଷ୍ଠିତ ହେବ।…

ରନ୍ଧନ ଗ୍ୟାସ୍‌ର ଅଚଳାବସ୍ଥା ନେଇ ଗର୍ଜିଲା କଂଗ୍ରେସ

ନୂଆପଡ଼ା,୧୩ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ରନ୍ଧନ ଗ୍ୟାସକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ନେଇ ଶୁକ୍ରବାର ଜିଲା କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ଜିଲା କଂଗ୍ରେସ…

ଶ୍ରୀମନ୍ଦିରରେ ରକ୍ତଛିଟା: ଭିତର କାଠ ଦର୍ଶନ ବିଳମ୍ବ

ପୁରୀ,୧୩।୩: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ। ରକ୍ତଛିଟା ପଡ଼ିଥିବାରୁ ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ। ଗର୍ଭଗୃହ ଭିତର ପାହାଚ ପାଖରେ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ମହାପ୍ରସାଦ ଆଣିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri