ରାସ୍ତା ପାଲଟିଛି ମରଣଯନ୍ତା

ବୁଗୁଡ଼ା,୧୬।୧୦: ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଷୋହଳ ମାଇଲି ଛକଠାରୁ ଗରେଇ ଝୁଳି ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ ହୋଇଥିଲା। ଏହି ରାସ୍ତା ଉପରେ ଗୋଲା ମୁଣ୍ଡଳା, ଗରେଇଝୁରି, କେନ୍ଦୁବାଡ଼ି, କଣଛାଇ, ଲଛିପୁର ଆଦି ଅନେକ ଗ୍ରାମର ଲୋକେ ନିର୍ଭର କରୁଥିବା ବେଳେ ଖାଲଖମା ଯୋଗୁ ଅନେକ ସମୟରେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ରାସ୍ତାଦେଇ ପ୍ରତିଦିନ ହଜାରହଜାର ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିବା ବେଳେ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁ ଯାତ୍ରୀ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି।