ବିପଦରେ ବଡ଼ଶଙ୍ଖଠାରୁ ଗଡମା ରାସ୍ତା: କୂଳ ଖାଉଛି ନଦୀ, ବଡ଼ ବର୍ଷା ହେଲେ ..

ଦାରିଙ୍ଗବାଡ଼ି,୨୯।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଡ଼ଶଙ୍ଖଠାରୁ ଗଡମା ରାସ୍ତା ଏବେ ବିପଦରେ ରହିଛି। ନଦୀ କୂଳ ଖାଉଥିବା ବେଳେ ଉକ୍ତ ରାସ୍ତା ଦେଇ ଯାଉଥିବା କିରାମାହା ସମେତ ନୂଆଗାଁ, କିନାରିଗାଁ, କୁଟିଲାରିଗାଁ, ସାଙ୍ଗଡମାହା, ବାଘପଦା,ଗଡ଼ମା, ମୁଣ୍ତାସାହି, ପାଡିପଙ୍କା, ଗୋଲିମେରା ଗ୍ରାମ ଆଦି ବାହ୍ୟ ଜଗତରୁ ବିଛିନ୍ନ ହେବା ଆଶଙ୍କା ବୃଦ୍ଧି ପାଇଛି।

ପ୍ରକାଶ ଯେ, ଦାରିଙ୍ଗବାଡିଠାରୁ ଗଜପତି ଜିଲାର ପାଣିଗଣ୍ଡା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତାର ବ୍ରାହ୍ମଣୀଗାଁ ଶେଷ ମୁଣ୍ଡରୁ କିରାମାହା ସମେତ ୧୦ରୁ ଉର୍ଦ୍ଧ୍ୱ ଗ୍ରାମକୁ ଯାତାୟାତ ପାଇଁ ସଂଯୋଗ ରାସ୍ତା ରହିଛି। ଉକ୍ତ ରାସ୍ତା ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରହିଛି। ତେବେ ପୂର୍ତ୍ତ ବିଭାଗଠାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ବଡଶଙ୍ଖଠାରେ ଅଣ ଓସାରିଆ ପୋଲ କରାଯାଇଥିବା ବେଳେ ଏବେ ନଦୀ କୂଳ ଖାଇ ପ୍ରଧାନମନ୍ତ୍ରୀ ସଡ଼କର କଡ଼ ଧୋଇହୋଇ ରାସ୍ତା ଆହୁରି ସଂକୁଚିତ ହୋଇପଡିଛି। ଫଳରେ ଆଗକୁ ବଡ଼ ବର୍ଷା ହେଲେ ରାସ୍ତା ଆହୁରି ଧୋଇ ହୋଇଯିବାର ଆଶଙ୍କା କରାଯାଇଛି। ଏବେ ଉକ୍ତ ରାସ୍ତାରେ ଭାରୀଯାନ ଚଳାଚଳ ବିପଦପୂର୍ଣ୍ଣ ରହିଥିବାବେଳେ ଆଗକୁ ସମସ୍ତ ପ୍ରକାର ଗାଡି ଚଳାଚଳରେ ବାଧା ସୃଷ୍ଟି ହେବା ଅଞ୍ଚକବାସୀ ଆଶଙ୍କା କରିଛନ୍ତି।
ଉକ୍ତ ଅଞ୍ଚକରେ ରହିଥିବା ବିଦ୍ୟାଳୟ, ଅଙ୍ଗନାୱାଡି କେନ୍ଦ୍ର ଗୁଡିକୁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ତଥା ଚାଉଳ, ଛତୁଆ, ଅଣ୍ଡା ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ରାସ୍ତା ଧୋଇଯିବା ପୂର୍ବରୁ ପହଞ୍ଚାଇବାକୁ ଏକାଧିକ ବିଦ୍ୟାଳୟ ପକ୍ଷରୁ ସିଆରସିସି ଏବଂ ଅନ୍ୟ ଅଧିକାରୀଙ୍କୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି। ବ୍ରାହ୍ମଣୀଗାଁ ବଜାର ଉପରେ ନିର୍ଭର କରୁଥିବା ଉକ୍ତ ଦୁର୍ଗମ ଅଞ୍ଚଳର ୧୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଚିନ୍ତାରେ ଅଛନ୍ତି। ଶୀଘ୍ର ଉକ୍ତ ରାସ୍ତା ମରାମତି କରାନଗଲେ ନଦୀର ବଢି ପାଣି ସମ୍ପୂର୍ଣ୍ଣ ରାସ୍ତା ଧୋଇଦେବାର ଆଶଙ୍କା କରାଯାଇଛି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମସୁନ୍ଦର ସିଂଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏବେ ଶୁଣିଲେ ବର୍ଷା କମିଲେ ମରାମତି କରିବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri