ବିପଦରେ ବଡ଼ଶଙ୍ଖଠାରୁ ଗଡମା ରାସ୍ତା: କୂଳ ଖାଉଛି ନଦୀ, ବଡ଼ ବର୍ଷା ହେଲେ ..

ଦାରିଙ୍ଗବାଡ଼ି,୨୯।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଡ଼ଶଙ୍ଖଠାରୁ ଗଡମା ରାସ୍ତା ଏବେ ବିପଦରେ ରହିଛି। ନଦୀ କୂଳ ଖାଉଥିବା ବେଳେ ଉକ୍ତ ରାସ୍ତା ଦେଇ ଯାଉଥିବା କିରାମାହା ସମେତ ନୂଆଗାଁ, କିନାରିଗାଁ, କୁଟିଲାରିଗାଁ, ସାଙ୍ଗଡମାହା, ବାଘପଦା,ଗଡ଼ମା, ମୁଣ୍ତାସାହି, ପାଡିପଙ୍କା, ଗୋଲିମେରା ଗ୍ରାମ ଆଦି ବାହ୍ୟ ଜଗତରୁ ବିଛିନ୍ନ ହେବା ଆଶଙ୍କା ବୃଦ୍ଧି ପାଇଛି।

ପ୍ରକାଶ ଯେ, ଦାରିଙ୍ଗବାଡିଠାରୁ ଗଜପତି ଜିଲାର ପାଣିଗଣ୍ଡା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତାର ବ୍ରାହ୍ମଣୀଗାଁ ଶେଷ ମୁଣ୍ଡରୁ କିରାମାହା ସମେତ ୧୦ରୁ ଉର୍ଦ୍ଧ୍ୱ ଗ୍ରାମକୁ ଯାତାୟାତ ପାଇଁ ସଂଯୋଗ ରାସ୍ତା ରହିଛି। ଉକ୍ତ ରାସ୍ତା ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରହିଛି। ତେବେ ପୂର୍ତ୍ତ ବିଭାଗଠାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ବଡଶଙ୍ଖଠାରେ ଅଣ ଓସାରିଆ ପୋଲ କରାଯାଇଥିବା ବେଳେ ଏବେ ନଦୀ କୂଳ ଖାଇ ପ୍ରଧାନମନ୍ତ୍ରୀ ସଡ଼କର କଡ଼ ଧୋଇହୋଇ ରାସ୍ତା ଆହୁରି ସଂକୁଚିତ ହୋଇପଡିଛି। ଫଳରେ ଆଗକୁ ବଡ଼ ବର୍ଷା ହେଲେ ରାସ୍ତା ଆହୁରି ଧୋଇ ହୋଇଯିବାର ଆଶଙ୍କା କରାଯାଇଛି। ଏବେ ଉକ୍ତ ରାସ୍ତାରେ ଭାରୀଯାନ ଚଳାଚଳ ବିପଦପୂର୍ଣ୍ଣ ରହିଥିବାବେଳେ ଆଗକୁ ସମସ୍ତ ପ୍ରକାର ଗାଡି ଚଳାଚଳରେ ବାଧା ସୃଷ୍ଟି ହେବା ଅଞ୍ଚକବାସୀ ଆଶଙ୍କା କରିଛନ୍ତି।
ଉକ୍ତ ଅଞ୍ଚକରେ ରହିଥିବା ବିଦ୍ୟାଳୟ, ଅଙ୍ଗନାୱାଡି କେନ୍ଦ୍ର ଗୁଡିକୁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ତଥା ଚାଉଳ, ଛତୁଆ, ଅଣ୍ଡା ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ରାସ୍ତା ଧୋଇଯିବା ପୂର୍ବରୁ ପହଞ୍ଚାଇବାକୁ ଏକାଧିକ ବିଦ୍ୟାଳୟ ପକ୍ଷରୁ ସିଆରସିସି ଏବଂ ଅନ୍ୟ ଅଧିକାରୀଙ୍କୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି। ବ୍ରାହ୍ମଣୀଗାଁ ବଜାର ଉପରେ ନିର୍ଭର କରୁଥିବା ଉକ୍ତ ଦୁର୍ଗମ ଅଞ୍ଚଳର ୧୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଚିନ୍ତାରେ ଅଛନ୍ତି। ଶୀଘ୍ର ଉକ୍ତ ରାସ୍ତା ମରାମତି କରାନଗଲେ ନଦୀର ବଢି ପାଣି ସମ୍ପୂର୍ଣ୍ଣ ରାସ୍ତା ଧୋଇଦେବାର ଆଶଙ୍କା କରାଯାଇଛି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମସୁନ୍ଦର ସିଂଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏବେ ଶୁଣିଲେ ବର୍ଷା କମିଲେ ମରାମତି କରିବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

“ରାଜନୀତିରେ ମୂଲ୍ୟ ଦେବାକୁ ପଡ଼େ”: ଅଜିତଙ୍କ ମୃତ୍ୟୁ ପରେ ଏପରି କାହିଁକି କହିଲେ ରାଜ ଠାକରେ

ପୁଣେ,୨୮।୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆକସ୍ମିକ ନିଧନରେ ଅନେକ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ଏପରି ସମୟରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ…

ରାଉରକେଲାକୁ ୮୮୮୪ କୋଟିର ଭେଟି, ବମ୍ପର ନିଯୁକ୍ତି ସୃଷ୍ଟି ହେବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୮।୧: ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri