ଅନୁଗୋଳ ଅଫିସ, ୮।୭ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅନୁଗୋଳ ଜିଲାରେ ଥିବା ଅନୁଗୋଳ, ତାଳଚେର, ଆଠମଲ୍ଲିକ ଓ ପାଲଲହଡ଼ା ଆଞ୍ଚଳିକ ବଜାର ନିୟନ୍ତ୍ରିତ କମିଟି(ଆର୍ଏମ୍ସି) ଅଧୀନ ମୋଟ୍ ୧୨ଟି ସାପ୍ତାହିକ ହାଟକୁ ଜୁଲାଇ ଶେଷଯାଏ ବନ୍ଦ ରଖାଯାଇଛି। ଚାଷୀ ଓ ବ୍ୟବସାୟୀମାନେ ହାଟକୁ ନ ଆସି ଖୋଲା ପଡ଼ିଆ କିମ୍ବା ଖୋଲା ସ୍ଥାନରେ ସାମାଜିକ ଦୂରତ୍ୱ ରଖି ବ୍ୟବସାୟ କରିପାରିବେ। ଜନସମାଗମରେ ରୋକ୍ ଲଗାଯିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଅନୁଗୋଳ ଆର୍ଏମ୍ସି ସମ୍ପାଦକ ଶମ୍ବୁନାଥ ନାୟକ ସୂଚନା ଦେଇଛନ୍ତି।
ସମ୍ପାଦକ ନାୟକ କହିଛନ୍ତି ଯେ, ଲକ୍ଡାଉନ୍ ଘୋଷଣା ପରେ ଜିଲାର ସାପ୍ତାହିକ ହାଟଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା। କିନ୍ତୁ ନିୟମ କୋହଳ ପରେ ପୋଲିସ ଉପସ୍ଥିତିରେ ସାମାଜିକ ଦୂରତ୍ୱ ରଖାଯାଇ ପରିଚାଳନା କରାଯାଉଥିଲା। ହେଲେ ଚାଷୀ, ବ୍ୟବସାୟୀ ଓ ଖାଉଟି ହାଟରେ କଟକଣା ପାଳନ କରି ନ ଥିଲେ। ତେଣୁ ସଂକ୍ରମଣ ରୋକିବାକୁ ଜୁଲାଇ ଶେଷ ଯାଏ ଅନୁଗୋଳ, ବଅଁରପାଳ, ବନ୍ତଳା, ଜରପଡ଼ା, କୋଶଳା, ବାଗିଡ଼ିଆ, ମହୀଧରପୁର, ତୁକୁଡ଼ା, ମରାତିରା ହାଟ ସହ ଜିଲାରେ ଆରଏମ୍ସି ଅଧୀନରେ ଥିବା ମୋଟ୍ ୧୨ଟି ସାପ୍ତାହିକ ହାଟକୁ ବନ୍ଦ କରିଦିଆଯାଇଛି। ପାଲଲହଡ଼ା ଓ ଆଠମଲ୍ଲିକରେ ଆର୍ଏମ୍ସିର କୌଣସି ସାପ୍ତାହିକ ହାଟ ନାହିଁ। ତାଳଚେର ପୌରପାଳିକା ଅଧୀନରେ ଗୋଟିଏ ଓ ଥର୍ମାଲ, ଶ୍ରୀପୁରରେ ଆର୍ଏମ୍ସିର ଦୁଇଟି ସାପ୍ତାହିକ ହାଟ ରହିଛି। ଜିଲାରେ ଥିବା ୨୨୫ଟି ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳ ହାଟରେ ସାମାଜିକ ଦୂରତ୍ୱ ରକ୍ଷା କରି ବ୍ୟବସାୟ କରିବାକୁ କୁହାଯାଇଛି ବୋଲି ଅନୁଗୋଳ ଆର୍ଏମ୍ସି ସମ୍ପାଦକ ନାୟକ ପ୍ରକାଶ କରିଛନ୍ତି।
ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…
ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…
ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍: ଆଉ ତା’ପରେ…
କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…
ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ
ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…
ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…
ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…
ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା
ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…
ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ
ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…
ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ
ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…
ଜଙ୍ଗଲରେ ଭୋଜି ମନା
ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…
Archives

