ଅସ୍ତିତ୍ୱ ହରାଉଛି ଜୀରାନଦୀ, ପଶୁଛି ନର୍ଦ୍ଦମାପାଣି

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ବହି ଯାଇଛି ଜୀରାନଦୀ। ଏହି ନଦୀକୁ ବରଗଡ଼ର ଜୀବନ ରେଖା ବୋଲି କୁହାଯାଏ। ମାତ୍ର ଦିନକୁ ଦିନ ଜୀରାନଦୀ ଅସ୍ତିତ୍ୱ ହରାଇ ବସିଛି। ଗୋଟିଏ ପଟେ ନଦୀକୁ ଜବରଦଖଲକାରୀମାନେ ମାଡ଼ି ବସିଛନ୍ତି। ଅନ୍ୟପଟେ ନଦୀଗର୍ଭରେ ରହିଥିବା ବାଲି ଉପରେ ମାଫିଆଙ୍କ ନଜର ପଡ଼ିଥିବାବେଳେ ନଦୀକୁ ସହରରୁ ନିଷ୍କାସିତ ନର୍ଦ୍ଦମା ପାଣି ପ୍ରବେଶ କରିବା ଚିନ୍ତାର ବିଷୟ ପାଲଟିଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଜୀରାନଦୀର ସୁରକ୍ଷା ପାଇଁ ରବିବାର ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଜୀରାନଦୀ ବଞ୍ଚାଅ ଆନ୍ଦୋଳନ ଆରମ୍ଭ କରିଛି। ସେହିପରି ଜିଲାପାଳ ଆଦତ୍ୟ ଗୋୟଲ ବିଭାଗୀୟ ଅଧିକାରୀଙ୍କୁ ଧରି ଜୀରାନଦୀ ପରିଦର୍ଶନ ସହିତ ନଦୀର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଜୀରାନଦୀ କୂଳରେ ବରଗଡ଼ ମ୍ୟୁନିସିପାଲିଟି ଏବଂ ବରଗଡ଼ ବ୍ଲକ ଅନ୍ତର୍ଗତ ଅନେକ ୱାର୍ଡ଼ ରହିଛି। ସେହି ୱାର୍ଡବାସୀ ଏହି ନଦୀର ପାଣି ଉପରେ ମୁଖ୍ୟତଃ ନିର୍ଭର କରି ଆସୁଛନ୍ତି। ଏପରିକି ଖରାଦିନେ ନଦୀଗର୍ଭରେ ବାଲିଚୂଆ ଖୋଲି ମହିଳାମାନେ ପାଣି ସଂଗ୍ରହ କରିଥାନ୍ତି। ସେହିପରି ଏହି ନଦୀରୁ ବରଗଡ଼ ସହର ସମେତ ବିଭିନ୍ନ ଗ୍ରାମକୁ ପାଇପ୍‌ ଜଳ ଯୋଗାଇ ଦିଆଯାଉଛି। ଅପରପକ୍ଷେ ସହରରୁ ନିଷ୍କାସିତ ନର୍ଦ୍ଦମା ପାଣି ମଧ୍ୟ ଜୀରାନଦୀକୁ ଯାଇ ମିଶୁଛି। ଏପରିକି ନଦୀରେ କୁଢ଼କୁଢ଼ ମଇଲା, ଆବର୍ଜନା ପଡ଼ି ରହୁଛି। ଏଭଳିସ୍ଥଳେ ନଦୀପାଣି ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ। ମାତ୍ର ସଚେତନତାର ଅଭାବ ଏବଂ ଅନ୍ୟ ବିକଳ୍ପ ବ୍ୟବସ୍ଥା ନଥିବାରୁ ଏହି ପାଣିକୁ ସ୍ନାନ ଆଦି କାର୍ଯ୍ୟରେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।
ଏହି ଦୃଷ୍ଟିରୁ ଜୀରାନଦୀର ସୁରକ୍ଷା ପାଇଁ ସ୍ଥାନୀୟ ଲୋକେ ଦୀର୍ଘଦିନରୁ ଦାବି କରି ଆସୁଛନ୍ତି। ଦାବି ଜୋର୍‌ ଧରିବା ସମୟରେ ବିଭାଗୀୟ ଅଧିକାରୀମାନେ ଚିରାଚରିତ ଢଙ୍ଗରେ କ୍ଷେତ୍ର ପରିଦର୍ଶନ କରୁଛନ୍ତି ଏବଂ ନଦୀର ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି ସହରବାସୀଙ୍କୁ ଆଶ୍ୱାସନା ଦେଇ ଆସୁଛନ୍ତି। ଏପରିକି ସହରରୁ ନିଷ୍କାସିତ ନର୍ଦ୍ଦମା ପାଣିକୁ ଟ୍ରିଟମେଣ୍ଟ ପ୍ଲାଣ୍ଟ ଦ୍ୱାରା ସଫା କରାଯିବା ପରେ ନଦୀକୁ ଛଡ଼ାଯିବ ବୋଲି ମଧ୍ୟ ବହୁପୂର୍ବରୁ ବିଭାଗୀୟ ଅଧିକାରୀମାନେ କହି ଆସୁଛନ୍ତି। ମାତ୍ର ତାହା ଯେଉଁ ତିମିରେକୁ ସେହି ତିମିରେ ରହି ଆସିଛି ଏବଂ ନଦୀପାଣି ପ୍ରଦୂଷିତ ହେବାରେ ଲାଗିଥିବାବେଳେ ସ୍ଥାନୀୟ ଲୋକେ ମଧ୍ୟ ସେହି ଦୂଷିତ ପାଣିକୁ ବ୍ୟବହାର କରି ଆସୁଛନ୍ତି।
ତେବେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ଜୀରାନଦୀର ସୁରକ୍ଷା ଦାବି କରିଛି। ଏହି ଦାବି ନେଇ ସଂଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସ, ଜିଲା ସଂଯୋଜକ ପାଣ୍ଡବ କର୍ଣ୍ଣ, କିଶୋର ସାହୁଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟମାନେ ପଦଯାତ୍ରା ସହିତ ଜୀରାନଦୀକୁ ଯାଇଥିଲେ। ସେଠାରେ ସେମାନେ ଜୀରାନଦୀର ସୁରକ୍ଷା ପାଇଁ ହାତରେ ପାଣି ଧରି ଶପଥ ନେଇଥିଲେ। ସମ୍ବିଧାନ ସୁରକ୍ଷା ମଞ୍ଚର ଆବାହକ ପବିତ୍ର ଦେହେରୀ, ଗୋବିନ୍ଦ ଶର୍ମା, ରାଜେନ୍ଦ୍ର ସିକନ୍ଦର, ସରୋଜ ନାଏକଙ୍କ ସମେତ ବିଭିନ୍ନ ସଙ୍ଗଠନର ପ୍ରତିନଧି ସେଠାକୁ ପହଞ୍ଚତ୍ ସମର୍ଥନ ଜଣାଇଥିଲେ। ଅନ୍ୟପଟେ ବରଗଡ଼ ଜିଲାପାଳ ଗୋୟଲ, ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରୁଣ ପାଣ୍ଡେ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ ପ୍ରମୁଖ ମଧ୍ୟ ଜୀରାନଦୀ ପରିଦର୍ଶନ କରିଥିଲେ। ଡ୍ରେନ ଯୋଗେ ଯାଉଥିବା ନର୍ଦ୍ଦମା ପାଣି ଯେଭଳି ସିଧାସଳଖ ନଦୀପାଣିରେ ମିଶିବ ନାହିଁ ଏବଂ ଏହାକୁ ଏଡ଼ାଇବା ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ କରାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲ ଜିଲାପାଳ ଗୋୟଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri