ନଦୀ ଶଯ୍ୟା ଶୁଖିଲା, କ୍ଷୟ ହେଉଛି ଜଙ୍ଗଲ

ସୋନପୁର,୧୨।୬(ନି.ପ୍ର.): ବଲାଙ୍ଗୀର ଜିଲାର ଟିଟିଲାଗଡକୁ ତତଲାଗଡ ବୋଲି କୁହା ଯାଉଥିଲା। ସେଠାରେ ପାରଦ ସର୍ବୋଚ୍ଚ ସ୍ତରରେ ରହୁଥିଲା । କିନ୍ତୁ କିଛି ବର୍ଷ ହେବ ସୁବର୍ଣ୍ଣପୁର ସହର ଉତ୍ତପ୍ତ ବୋଲି ପାଣିପାଗ ବିଭାଗ ରିପୋର୍ଟ କହୁଛି। ନଦୀକୂଳିଆ ସହର ସୁବର୍ଣ୍ଣପୁର ତଥା ସମଗ୍ର ଜିଲାରେ ଏଭଳି ପରିସ୍ଥିତି ସୃଷ୍ଟି ହେବା ପରିବେଶବିତ୍‌ଙ୍କୁ ଚିନ୍ତାରେ ପକାଇଛି। ରବିବାର ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରୀ ସେଲସିୟସ ଥିବା ରେକର୍ଡ କରାଯାଇଛି। ସେହିଭଳି ଗତ ୮ ତାରିଖରେ ସର୍ବୋଚ୍ଚ ତାପମାତ୍ର ୪୪.୬ଡିଗ୍ରୀ, ୯ ତାରିଖରେ ୪୪.୮ଡିଗ୍ରୀ ଓ ୧୦ ତାରିଖରେ ୪୪.୫ ଡିଗ୍ରୀ ଥିଲା । ଜିଲାରେ ତାତି ଅସମ୍ଭାଳ ହେଉଛି । ମେ ମାସ ଆରମ୍ଭରୁ ଆକାଶରୁ ସତେ ଯେମିତି ଅଗ୍ନି ବର୍ଷୁଛି । ତେବେ ଶିଳ୍ପ ବିହୀନ ଏହି ଜିଲାରେ ହଠାତ୍‌ ତାତି ବଢିବା ନେଇ ଆଲୋଚନା ଜୋର ଧରିଛି। ଜିଲାରେ ଜଙ୍ଗଲ କ୍ଷୟ, ନଦୀକୂଳରେ ସବୁଜ ପରିବେଶ ନଷ୍ଟ ହେବା କାରଣରୁ ମୃର୍ତ୍ତିକା କ୍ଷୟ, ମହାନଦୀ ଓ ତେଲନଦୀ ସମେତ ଅନ୍ୟ ଶାଖା ନଦୀଗୁଡିକର ଶଯ୍ୟା ପୋତି ହେବା, କଂକ୍ରିଟ୍‌ ରାସ୍ତା ନିର୍ମାଣ, ବେଆଇନ ଭାବେ ଅସହ୍ୟ ତାତିରେ ଇଟା ପୋଡା ଯିବା ଏହାର କାରଣ ବୋଲି କୁହାଯାଉଛି। ମହାନଦୀ ଓ ତେଲନଦୀ ଶଯ୍ୟା ପୋତି ହେବାରୁ ନଦୀଗର୍ଭରେ ଥିବା ବାଲି ଶଯ୍ୟା ଓ ପଥରର ବିକିରଣ ପାଇଁ ପରିବେଶ ଅଧିକ ଉତ୍ତପ୍ତ ହେଉଥିବା ପରିବେଶବିତ୍‌ ମତ ରଖୁଛନ୍ତି ।
ଜିଲାର ଆୟତନ ଅନୁପାତରେ ସର୍ବନିମ୍ନ ୩୩ ଭାଗ ଜଙ୍ଗଲ ରହିବା କଥା। କିନ୍ତୁ ସୁବର୍ଣ୍ଣପୁର ଜିଲାରେ ଏବେ ମାତ୍ର ୧୮ ଭାଗ ଜଙ୍ଗଲ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବର୍ଷ ବନୀକରଣ ଏବଂ ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ କାଗଜପତ୍ରରେ ହିଁ ବନୀକରଣ ଚାଲିଥିବା ଅଭିଯୋଗ ହେଉଛି । ଜିଲାରେ ଜଙ୍ଗଲ ବୃଦ୍ଧି ପାଇବା ବଦଳରେ କ୍ଷୟ ହୋଇ ଚାଲିଛି। ଜନସଂଖ୍ୟା ବୃଦ୍ଧି ପାଇବା ସହିତ ନୂତନ ଜନବସତି ସୃଷ୍ଟି ହେଉଛି। ସେଥିପାଇଁ ପୁରୁଣା ଜଙ୍ଗଲଗୁଡିକୁ କଟାଯାଉଛି । ବନ ବିଭାଗ ସୁରକ୍ଷା ଦେଇପାରୁନି । ସେହିଭଳି ଜଳାଶୟ ଓ ଚାଷ ଜମିଗୁଡିକୁ ପୋତି ଲୋକେ ଘର କରୁଛନ୍ତି । ଜିଲା ଗଠନ ହେଲା ପରେ ଜିଲା ସଦର ମହକୁମାରେ ଜନସଂଖ୍ୟା ବଢିବା ସହ ଅନେକ କୋଠା ଘର, କଂକ୍ରିଟ୍‌ ରାସ୍ତାଘାଟ ନିର୍ମାଣ ହୋଇଛି। ଏ ନେଇ ପ୍ରତିଯୋଗିତା ଚାଲିଛି। ଏସବୁ ଉତ୍ତାପ ବୃଦ୍ଧିର କାରଣ ବୋଲି ପରିବେଶବିତ୍‌ମାନେ ମତ ଦେଉଛନ୍ତି ।
ଜିଲାରେ ପଞ୍ଚାୟତ ପୋଖରୀ, ରାଜସ୍ବ ପୋଖରୀ ଓ ବେସରକାରୀ ପୋଖରୀ ମିଶି ୪ ହଜାର ୬୪୨ଟି ରହିଛି। ସେହିପରି ହରିହରଯୋର ଡ୍ୟାମ୍‌ ଭଳି ବଡ ଜଳାଶୟ ଅଛି । ତେବେ ଏହି ଜଳ ଉତ୍ସଗୁଡିକରେ ବିଭିନ୍ନ କାରଣରୁ ମାଟି ପୋତି ହୋଇଥିବାରୁ ଜଳଧାରଣ କ୍ଷମତା କମୁଛି। ଅଧିକାଂଶ ପଞ୍ଚାୟତର ଜଳଉତ୍ସ ପୁରା ଶୁଖିଲା ପଡୁଛି। ଏମ୍‌ଜିଏନଆରଇଜିଏସ୍‌ ଓ ଅନ୍ୟାନ୍ୟ ଯୋଜନାରେ ସରକାରୀ ଜଳାଶୟଗୁଡିକର ପୁନରୁଦ୍ଧାର ପାଇଁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ଏଥିରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳୁଛି। ଜଳଉତ୍ସରେ ଜଳସ୍ତର ହ୍ରାସ ପାଉଛି । ବୋରଓ୍ବେଲ ଯୋଗେ ରବି ଋତୁରେ ଜିଲାରେ ବହୁଳ ପରିମାଣରେ ଧାନ ଚାଷ ହେଉଛି । ଏହାଦ୍ୱାରା ଭୂତଳ ଜଳସ୍ତର ଯଥେଷ୍ଟ ହ୍ରାସ ପାଉଛି । ଉତ୍ତାପ ବୃଦ୍ଧିର ଏହା ଅନ୍ୟତମ କାରଣ ପାଲଟିଛି। ସେହିପରି ଜଙ୍ଗଲରେ ନିଆଁ ଲାଗିବା କାରଣରୁ ତାତି ବଢୁଛି । ଏହା ଜିଲାର ମଣିଷଙ୍କ ଠାରୁ ଆରମ୍ଭ କରି ପଶୁପକ୍ଷୀ ଓ ଜୀବଜନ୍ତୁଙ୍କୁ କଲବଲ କରୁଛି। ଗ୍ରୀଷ୍ମର ପ୍ରକୋପ ସାଙ୍ଗକୁ ତତଲା ହାଓ୍ବା ପରିବେଶକୁ ଅଧିକ ଉତ୍ତପ୍ତ କରି ଦେଇଛି। ସକାଳ ୮ଟାରୁ ମାଡି ଆସୁଛି ଭୟଙ୍କର ତାତି। ଖରାର ପ୍ରକୋପ ସାଙ୍ଗକୁ ଝାଞ୍ଜି ପବନ ସ୍ଥିତିକୁ ଅଧିକ ସଙ୍ଗୀନ କରିଛି। ଲୋକେ ଡହଳ ବିକଳ ହେଉଛନ୍ତି। ରାତିରେ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଠ କରି ପକାଉଛି। ବର୍ଷା ହେବାର ନାହିଁ । ଦିନ ବେଳା ରାସ୍ତାଘାଟ ଶୂନ୍‌ଶାନ ରହୁଛି । ନିହାତି କାମ ନ ଥିଲେ ଲୋକ ଘରୁ ବାହାରୁ ନାହାନ୍ତି। ଜୁନ୍‌ ୧୫ ପରେ ଓଡିଶାକୁ ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ବର୍ଷା ନ ହେବା ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ। ଏଭଳି ପରିସ୍ଥିତିରେ ଗ୍ରାମାଞ୍ଚଳରେ ଲୋଭୋଲଟେଜ୍‌, ଅଘୋଷିତ ବିଦ୍ୟୁତ୍‌ କାଟ୍‌, ପାନୀୟ ଜଳ ସମସ୍ୟା, ଜନସାଧାରଣଙ୍କ ଦୁଃଖକୁ ଦ୍ୱିଗୁଣିତ କରୁଛି। ତେବେ ମହାନଦୀରେ ପ୍ରସ୍ତାବିତ ଖଇରମାଳ ଓ ଗୋଧନେଶ୍ୱର ବ୍ୟାରେଜ୍‌ ନିର୍ମାଣ ହେଲେ ସୁବର୍ଣ୍ଣପୁର ଜିଲାବାସୀଙ୍କୁ ତାତିରୁ ନିସ୍ତାର ମିଳିବ ବୋଲି ବୁଦ୍ଧିଜୀବୀ ଓ ପରିବେଶବିତ୍‌ ମତପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri